ଏବେ ଆଧାର କାର୍ଡ ଭଳି ମିଳିବ ୟୁନିକ ହେଲ୍ଥ କାର୍ଡ, ଚିକିତ୍ସାର ସବୁ ରେକର୍ଡ ହେବ ଦାଖଲ, ଜାଣନ୍ତୁ ଡିଟେଲ୍ସ

ନୂଆଦିଲ୍ଲୀ : ଏବେ ଆଧାର ଭଳି ହେଲ୍ଥ କାର୍ଡ ମଧ୍ୟ ଦିଆଯିବ । ଡିଜିଟାଲ ହେଲ୍ଥ ମିଶନ ଭଳି ସରକାର ଏବେ ସବୁ ବ୍ୟକ୍ତିଙ୍କର ୟୁନିକ ହେଲ୍ଥ କାର୍ଡ ତିଆରି କରିବାକୁ ଯାଉଛନ୍ତି । ଏହି କାର୍ଡ ପୂର୍ଣ୍ଣ ଭାବେ ଡିଜିଟାଲ ହେବ । ଠିକ୍‌ ଆଧାର କାର୍ଡ ଭଳି । ଆଧାର କାର୍ଡ ଭଳି ଏଥିରେ ଆପଣଙ୍କୁ ଏକ ନମ୍ବର ମିଳିବ । ଯେଉଁଥିରେ ସ୍ୱାସ୍ଥ୍ୟର ପୂର୍ଣ୍ଣ ରେକର୍ଡ ରହିବ । ଏହି କାର୍ଡ ଦ୍ୱାରା ଡାକ୍ତର ଆପଣଙ୍କ ପୂର୍ଣ୍ଣ ସ୍ୱାସ୍ଥ୍ୟ ରେକର୍ଡ ଜାଣି ପାରିବ ।

ଏହି ୟୁନିକ ହେଲ୍ଥ କାର୍ଡ ବହୁତ କାମ ଦେବ :

ଜଣେ ରୋଗୀର ଚିକିତ୍ସା କେଉଁଠି ହୋଇଛି ଓ କ’ଣ କ’ଣ ଚିକିତ୍ସା ହୋଇଛି ଏହି ୟୁନିକ କାର୍ଡରୁ ଜଣାପଡ଼ିବ । ଏହି କାର୍ଡରେ ବ୍ୟକ୍ତିର ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ତ ରେକର୍ଡ ରହିବ । ଫଳରେ ରୋଗୀକୁ ତା’ର ଚିକିତ୍ସା ସମ୍ବନ୍ଧୀୟ ରେକର୍ଡ ସାଙ୍ଗରେ ଧରି ଆଉ ଯିବାକୁ ପଡ଼ିବନାହିଁ । ଡାକ୍ତର ଓ ହସପିଟାଲ ରେଗୀର ଏହି ୟୁନିକ ହେଲ୍ଥ ଆଇଡି ଦେଖି ତା’ର ସ୍ଥିତିକୁ ଜାଣି ପାରିବେ । ଏହି ଆଧାରରେ ଆଗକୁ କରିବାକୁ ଥିବା ଚିକିତ୍ସା କରିବାରେ ସହଜ ହେବ । ଏହି କାର୍ଡରୁ ବ୍ୟକ୍ତିକୁ ମିଳିବାକୁ ଥିବା ସରକାରୀ ଯୋଜନା ସମ୍ପର୍କରେ ମଧ୍ୟ ସୂଚନା ମିଳିବ । ରୋଗୀକୁ ଆୟୁଷ୍ମାନ ଭାରତ ଯୋଜନା ଅନୁଯାୟୀ ଚିକିତ୍ସା ସୁବିଧା ମିଳୁଛି କି ନାହିଁ ଏହି କାର୍ଡ ଜରିଆରେ ଜଣାପଡ଼ିବ ।

ୟୁନିକ ହେଲ୍ଥ କାର୍ଡରେ କ’ଣ ହେବ :

ଆଧାର କାର୍ଡ ଭଳି ୟୁନିକ ହେଲ୍ଥ ଆଇଡିରେ ସରକାର ପ୍ରତ୍ୟେକ ବ୍ୟକ୍ତିଙ୍କ ସ୍ୱାସ୍ଥ୍ୟ ସମ୍ପର୍କିତ ଡାଟାବେସ ତିଆରି କରିବ । ଏହି ଆଇଡିରେ ଉକ୍ତ ବ୍ୟକ୍ତିର ମେଡିକାଲ ରେକର୍ଡର ସବୁ ତଥ୍ୟ ରଖାଯିବ । ଏହା ଜରିଆରେ ବ୍ୟକ୍ତିର ସବୁ ମେଡିକାଲ ରେକର୍ଡ ଦେଖାଯାଇ ପାରିବ । ପୂର୍ବରୁ କ’ଣ ଚିକିତ୍ସା କରାଯାଇଛି ଓ କେଉଁ ମେଡିସିନ ଖାଇଛି ଏବଂ ଏବେ କେଉଁ ଡାକ୍ତର ପାଖକୁ ଯିବା ଦରକାର । ସବୁ ତଥ୍ୟ ଏଥିରେ ରହିବ । ବ୍ୟକ୍ତିର ଏହି ଆଇଡି ନମ୍ବରରେ ତା’ର ମୋବାଇଲ ନମ୍ବର ଓ ଆଧାର ନମ୍ବର ଦିଆଯିବ ।

ଏହି ଦୁଇଟି ରେକର୍ଡ ଅନୁଯାୟୀ ହେଲ୍ଥ କାର୍ଡ ତିଆରି କରାଯିବ । ଯେଉଁ ବ୍ୟକ୍ତିର ହେଲ୍ଥ ଆଇଡି ତିଆରି ହେବ ସେଥିପାଇଁ ହେଲ୍ଥ ଅଥରଟି ପକ୍ଷରୁ ଅନୁମତି ଆବଶ୍ୟକ । ଏହି କାର୍ଡ ଜରିଆରେ ପବ୍ଲିକ ହସପିଟାଲ, କମ୍ୟୁନିଟି ହେଲ୍ଥ ସେଣ୍ଟର, ହେଲ୍ଥ ଆଣ୍ଡ ବାଲାନ୍ସ ସେଣ୍ଟର କିମ୍ବା ନେସନାଲ ହେଲ୍ଥ ଇନ୍‌ଫ୍ରାଷ୍ଟକ୍‌ଚର ଦ୍ୱାରା ରେଜିଷ୍ଟ୍ରିଭୁକ୍ତ ସମସ୍ତ ହେଲ୍ଥ ସେଣ୍ଟରରେ ଚିକିତ୍ସା ମିଳିବ । କେହି ବ୍ୟକ୍ତି ଚାହିଁଲେ https://healthid.ndhm.gov.in/register ରେ ନିଜର ରେକର୍ଡ ରେଜିଷ୍ଟର କରି ନିଜର ହେଲ୍ଥ ଆଇଡି ତିଆରି କରିପାରିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.