ସରକାରଙ୍କ ବଡ଼ ନିଷ୍ପତ୍ତି: ଏଣିକି ଟ୍ରାଫିକ ନିୟମ ଭାଙ୍ଗିଲେ କେବଳ ଜରିମାନା ନୁହେଁ ବରଂ ମେଡ଼ିକାଲରେ ଯାଇ କରିବାକୁ ପଡ଼ିବ ରକ୍ତଦାନ

ନୂଆଦିଲ୍ଲୀ: ଗାଡ଼ି ଚାଳକଙ୍କ ପାଇଁ ବଡ଼ ଖବର । ଟ୍ରାଫିକ ନିୟମ ସମ୍ପର୍କରେ ପଞ୍ଜାବ ସରକାର ଏକ ନୂଆ ଯୋଜନା ଜାରି କରିଛନ୍ତି। ଏଥିରେ ଦର୍ଶାଯାଇଛି ଯେ ଯଦି ଟ୍ରାଫିକ ନିୟମ ଉଲ୍ଲଂଘନ ହୁଏ ତେବେ କେବଳ ଜରିମାନା ପ୍ରଦାନ କରାଯିବ ନାହିଁ, ଭୁଲ୍ ପୁନରାବୃତ୍ତି ପାଇଁ ଜରିମାନା ମଧ୍ୟ ଦ୍ୱିଗୁଣିତ ହେବ ଏବଂ ମଦ୍ୟପାନ କରି ଗାଡି ଚଳାଇବା ପାଇଁ ଡ୍ରାଇଭିଂ ଲାଇସେନ୍ସକୁ ତିନିମାସ ପାଇଁ ସ୍ଥଗିତ ରଖାଯିବ। ସବୁଠୁ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ହେଉଛି ଯେ ଯଦି ଜଣେ ଟ୍ରାଫିକ୍‌ ନିୟମ ଭାଙ୍ଗେ ତେବେ ଜରିମାନା ନୁହେଁ ଦେବାକୁ ପଡ଼ିବ ରକ୍ତ । ହୁଏତ ଏଇ କଥା ଆପଣଙ୍କ ଆଶ୍ଚର୍ଯ୍ୟ ଲାଗୁଥିବ। ଆଉ ଭାବୁଥିବେ ନିୟମ ଭଙ୍ଗ କଲେ ଜରିମାନା ଦେବାକୁ ହୁଏ କିନ୍ତୁ ରକ୍ତ କାହିଁକି ?

ଟ୍ରାଫିକ ନିୟମ ଭାଙ୍ଗିବା ପାଇଁ ଯେଉଁ ଉପାୟରେ ଦଣ୍ଡବିଧାନ କରାଯାଇଛି, ତାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ଯୋଜନାରେ ଏହା ଉଲ୍ଲେଖ କରାଯାଇଛି ଯେ ଯଦି କେହି ଟ୍ରାଫିକ ନିୟମ ଭାଙ୍ଗନ୍ତି ତେବେ ତାଙ୍କୁ ଏକ ରିଫ୍ରେସର କୋର୍ସକୁ ଅତିକ୍ରମ କରିବାକୁ ପଡିବ। ଏହା ପରେ ପରିବହନ କର୍ତ୍ତୃପକ୍ଷଙ୍କଠାରୁ ଏକ ପ୍ରମାଣପତ୍ର ମଧ୍ୟ ପାଇବାକୁ ପଡିବ ।
ଏହାସହ ଯଦି ନିୟମ ଉଲଙ୍ଘନକାରୀ ମଦ୍ୟପାନ କରିଥିବେ, ତେବେ ସର୍ବପ୍ରଥମେ ଡ୍ରାଇଭରଙ୍କ ଲାଇସେନ୍ସ ରଦ୍ଦ ହେବ ବୋଲି କୁହାଯାଉଛି ।

ବର୍ତ୍ତମାନ ପଞ୍ଜାବରେ ଓଭରସ୍ପିଡିରେ ଗାଡି ଚଲାଇଲେ ୧୦୦୦ ଟଙ୍କା ଦେବାକୁ ପଡିବ। ଯଦି କେହି ଏହି ନିୟମକୁ ବାରମ୍ବାର ଉଲ୍ଲଂଘନ କରୁଛନ୍ତି, ତେବେ ଜରିମାନା ଦ୍ୱିଗୁଣିତ ହେବ । ଏଥି ସହିତ, ମଦ୍ୟପାନ କରି ଗାଡି ଚଳାଇବା, ଗାଡି ଚଳାଇବା ସମୟରେ ମୋବାଇଲ୍ ଫୋନ୍ ବ୍ୟବହାର କରିବା ଦ୍ୱାରା ୫୦୦୦ ଟଙ୍କା ଜରିମାନା ଲାଗୁକରାଯିବା। ଯଦି ଦ୍ୱିତୀୟ ଥର ପାଇଁ ଏହି ନିୟମ ଉଲ୍ଲଂଘନ କରାଯାଏ ତେବେ ଜରିମାନା ପରିମାଣ ଦ୍ୱିଗୁଣିତ ହେବ। କିନ୍ତୁ ଏହାପରେ ନିୟମ ଭଙ୍ଗ କଲେ କେବଳ ଦ୍ୱିଗୁଣିତ ଅର୍ଥ ନୁହେଁ ବରଂ ଗୋଟିଏ ୟୁନିଟ୍‌ ରକ୍ତ ଦେବାକୁ ପଡ଼ିବ ବୋଲି କୁହାଯାଇଛି ।

ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଟ୍ରାଫିକ ନିୟମ ଉଲଙ୍ଘନ କଲେ ଜୋରିମାନା ତ ଦେବେ ଏହାସହ ନିକଟସ୍ଥ ମେଡ଼ିକାଲ ଯାଇ ରକ୍ତ ମଧ୍ୟ ଦାନ କରିବେ ବୋଲି ନିୟମ କରାଯାଇଛି। ଆଉ ପଂଜାବ ସରକାରଙ୍କ ଏହି ନିୟମକୁ ନେଇ ସାରା ଦେଶରେ ବେଶ୍‌ ଚର୍ଚ୍ଚା ଚାଲିଛି। କାରଣ କୁହାଯାଇଛି କି ଏମିତି ନିଷ୍ପତ୍ତି ନେବାରେ ପଂଜାବ ସରକାର ପ୍ରଥମ। କିନ୍ତୁ ଏମିତି ନିଷ୍ପତ୍ତିକୁ ନେଇ ସୋସିଆଲ ମିଡ଼ିଆରେ ମଧ୍ୟ ବେଶ୍‌ ଚର୍ଚ୍ଚା ଚାଲିଛି।

କାରଣ ପଞ୍ଜାବରେ ଟ୍ରାଫିକ ନିୟମ ଉଲ୍ଲଂଘନ ଏକ ସାଧାରଣ କଥା, ଯେଉଁଠାରେ ପ୍ରତିଦିନ ୧୩ ଜଣ ସଡ଼କ ଦୁର୍ଘଟଣାରେ ପ୍ରାଣ ହରାନ୍ତି। ୨୦୧୧-୨୦୨୦ ମଧ୍ୟରେ ପଞ୍ଜାବରେ ୫୬,୯୫୯ ରୁ ଅଧିକ ଦୁର୍ଘଟଣା ଘଟିଛି। ଯେଉଁଥିରେ ୪୬,୫୫୦ଜଣଙ୍କର ମୃତ୍ୟୁ ହୋଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.