ଭିନ୍ନ ପ୍ରକାରରର ସଜା, ଦ୍ରୁତଗତିରେ ଗାଡି ଚଳାଉଥିବାରୁ ଗ୍ରାମବାସୀମାନେ ବସର ଛାତ ଉପରେ କରାଇଲେ ଉଠବସ

ଇନ୍ଦୋରରେ ବଢୁଥିବା ସଡକ ଦୁର୍ଘଟଣାକୁ ରୋକିବା ପାଇଁ ରାଉ ଅଂଚଳର ଗ୍ରାମବାସୀମାନେ ଏକ ଭିନ୍ନ ପ୍ରକାରର ଅଭିଯାନ ଆରମ୍ଭ କରିଛନ୍ତି । ଏଥିରେ ନିକଟସ୍ଥ ଲୋକମାନେ ଦ୍ରୁତଗତିରେ ଗାଡି ଚଳାଉଥିବା ଚାଳକଙ୍କୁ ଅଟକାଇ ବସର ଛାତ ଉପରେ ସେମାନଙ୍କୁ ଉଠବସ କରାଇ ତାର ଭିଡିଓ ସୋସିଆଲ ମିଡିଆରେ ଭାଇରଲ କରୁଛନ୍ତି ।

ସୂଚନା ଅନୁଯାୟୀ ଇନ୍ଦୋରର ରାଓରେ କିଛି ଗ୍ରାମବାସୀ ଦ୍ରୁତଗତିରେ ଚଳାଉଥିବା ଏକ ବସକୁ ଅଟକାଇ ତାଙ୍କୁ ସେହି ବସର ଛାତ ଉପରେ ଉଠବସ କରାଇଥିଲେ । କୁହାଯାଉଛି କି ଏହି ବସ ଇନ୍ଦୋରରୁ-ପିଥମପୁର ଯାଇଥାଏ । ତେବେ ନିକଟସ୍ଥ ଲୋକଙ୍କ କହିବା ଅନୁଯାୟୀ ଏହି ରାସ୍ତାରେ ବସ ଡ୍ରାଇଭର ମାନେ ଦ୍ରୁତ ଗତିରେ ଗାଡି ଚଳାଇଥାନ୍ତି ଯେଉଁ କାରଣରୁ ଏଠାରେ ଅତ୍ୟଧିକ ଦୁର୍ଘଟଣା ଘଟିଥାଏ । ସେଥିପାଇଁ ଗ୍ରାମବାସୀମାନେ ମିଶି ଏଭଳି ଏକ ଭିନ୍ନ ଧରଣର ପ୍ରୟାସ ଆରମ୍ଭ କରିଛନ୍ତି ଯାହାଦ୍ୱାରା କିଛିମାତ୍ରାରେ ଦୁର୍ଘଟଣାକୁ ରୋକାଯାଇପାରିବ । ଯଦି ବସ ଚାଳକ ଧୀରେ ବସ ନଚଳାନ୍ତି ତାହେଲେ ଏହିଭଳି ପ୍ରୟାସ ଜାରିରହିବ ବୋଲି ସ୍ଥାନୀୟଲୋକେ କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.