ଭାଇରାଲ୍ ହେଉଛି ଅନନ୍ତ ଅମ୍ବାନୀ ଓ ରାଧିକାଙ୍କ ବିବାହ ନିମନ୍ତ୍ରଣ କାର୍ଡ, ଥରେ ପକାନ୍ତୁ ନଜର

ଏବେ ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛି ଏକ ବିବାହ ନିମନ୍ତ୍ରଣ ପତ୍ରର ଭିଡିଓ । ଯାହାକୁ ଦେଖିଲେ ମନ ପୁରିଉଠୁଛି । ତେବେ  ଏହି ବିବାହ କାର୍ଡଟି ଆଉ କାହାର ନୁହେଁ ବରଂ ଦେଶର ସବୁଠୁ ଧନୀ ବ୍ୟବସାୟୀ ପରିବାରର ସାନ ପୁଅଙ୍କର । ଅର୍ଥାତ୍ ମୁକେଶ ଓ ନୀତା ଅମ୍ବାନୀଙ୍କ ସାନପୁଅ ଅନନ୍ତ ଅମ୍ବାନୀ ଓ ତାଙ୍କର ଭାବୀ ପତ୍ନୀ ରାଧିକା ମର୍ଚାଣ୍ଟଙ୍କ କଥା ।

ସୂଚନାଥାଉକି, ଆସନ୍ତା ଜୁଲାଇ ୧୨ରେ ଉଭୟଙ୍କ ବାହାଘର ହେବାକୁ ଯାଉଛି । ଅନନ୍ତ ଅମ୍ବାନୀ ଏବଂ ରାଧିକା ମର୍ଚାଣ୍ଟଙ୍କ ବିବାହକୁ ନେଇ ସବୁଠି ଚର୍ଚ୍ଚା ଲାଗିଥିବାଥିବାବେଳେ, ଏହାରି ଭିତରେ ଏବେ ସାମ୍ନାକୁ ଆସିଛି ବିବାହର ନିମନ୍ତ୍ରଣ କାର୍ଡ ।ଯାହାକୁ ନେଇ ଏବେ ସବୁଠି ଆଲୋଚନା । ଯାହାର ଭିଡିଓ ଏବେ ସୋସିଆଲ୍ ମିଡିଆରେ ଖୁବ୍ ଭାଇରାଲ୍ ହେବାରେ ଲାଗିଛି । ଆପଣ ଦେଖୁଥିବା ଏହି ଭିଡିଓଟିକୁ ରାଜିବ୍ ମେହେତା ନାମକ ଜଣେ ଏକ୍ସ ୟୁଜର୍ ନିଜ ଆକାଉଣ୍ଟରେ ଏହି ଭିଡିଓଟିକୁ ପୋଷ୍ଟ କରିଛନ୍ତି ।

ଏହି ନିମନ୍ତ୍ରଣ କାର୍ଡର ଡିଜାଇନ୍ ଖୁବ୍ ଆକର୍ଷଣୀୟ ହୋଇଛି । ଏହି କାର୍ଡକୁ ଏକ ନାଲି ରଙ୍ଗର ଆଲମାରୀରେ ରଖାଯାଇଛି । ଏହାକୁ ଖୋଲିବା ପରେ ଏକ ପାରମ୍ପରିକ ଭାରତୀୟ ମନ୍ଦିର ଦେଖିବାକୁ ମିଳୁଛି । ଯାହା ରୂପା ଦ୍ୱାରା ନିର୍ମିତ ହୋଇଛି । ଏହାକୁ ଖୋଲିବା ପରେ ଭଗବାନ ବିଷ୍ଣୁଙ୍କ ଚିତ୍ର ଯଥା ନାରାୟଣ ଦୃଶ୍ୟମାନ ହେଉଛନ୍ତି । ଭଗବାନ ବିଷ୍ଣୁଙ୍କ ସହିତ ଗଣେଶ, , ଦେବୀ ଲକ୍ଷ୍ମୀ, ରାଧା-କୃଷ୍ଣ ଏବଂ ଦେବୀ ଦୁର୍ଗାଙ୍କ ପରି ହିନ୍ଦୁ ଦେବାବେଦୀଙ୍କ ପ୍ରତିମୂର୍ତ୍ତିରେ ମନ୍ଦିରଟିରେ ସୁସଜ୍ଜିତ ହୋଇ ରହିଛନ୍ତି । ଏହାକୁ ଖୋଲିବା ମାତ୍ରକେ ଭଗବାନ ବିଷ୍ଣୁଙ୍କ ଶ୍ଳୋକ ସ୍ୱୟଂଚାଳିତ ଭାବରେ ବାଜୁଛି ।

ବିବାହ ନିମନ୍ତ୍ରଣ କାର୍ଡରେ ସୁନା,ରୂପାର କାରୁକାର୍ଯ୍ୟ ହୋଇଛି ଏବଂ ଏହାକୁ ଖୋଲିବା ପରେ ବିବାହ କାର୍ଯ୍ୟକ୍ରମ ସମ୍ବନ୍ଧୀୟ ସୂଚନା ରହିଛି । ନିମନ୍ତ୍ରଣ ବକ୍ସ ଭିତରେ ଏକ ଛୋଟ ଲଫାପା ରଖାଯାଇଛି, ଯାହା ଖୋଲିଲା ବେଳେ ଏକ ହାତଲେଖା ଚିଠି ରଖରଯାଇଛି ।

ଏହାପରେ ସ୍ତର ସ୍ତର ହୋଇ ଲଫାପା ରଖାଯାଇଛି । ପ୍ରଭୁ ଗଣେଶଙ୍କ ଚିତ୍ର ନିମନ୍ତ୍ରଣ ପତ୍ରର ଦ୍ୱିତୀୟ ପୃଷ୍ଠାରେ ଏବଂ ମା ଦୁର୍ଗାଙ୍କ ଚିତ୍ର ତୃତୀୟ ପୃଷ୍ଠାରେ ଅଛି । ଏହା ବ୍ୟତୀତ ବିବାହ କାର୍ଯ୍ୟକ୍ରମ ସହିତ ଜଡିତ ସମସ୍ତ ସୂଚନା ମଧ୍ୟ ଏଥିରେ ଦିଆଯାଇଛି । ଏହା ବ୍ୟତୀତ ବିଭିନ୍ନ ଦେବତାମାନଙ୍କର ମୂର୍ତ୍ତିଗୁଡ଼ିକୁ ଅନ୍ୟ ଏକ କୋଠରୀରେ ରଖାଯାଇଛି । ନିମନ୍ତ୍ରଣ କାର୍ଡ ଭିତରେ ଏକ ଛୋଟ ବ୍ୟାଗ ମଧ୍ୟ ରଖାଯାଏ । ବ୍ୟାଗ ଖୋଲିବା ପରେ ଅନନ୍ତ-ରାଧିକାର ଅକ୍ଷର ସହିତ ଏକ ରୁମାଲ ଏବଂ ଏକ ସ୍କାର୍ଫ ରହିଛି ।