ସାରା ଦେଶକୁ କନ୍ଦାଉଛି ପିଆଜ କିନ୍ତୁ ଏହି ଗାଁ ଲୋକ ଅଚିନ୍ତାରେ, କାରଣ ରହିଛି ଏଭଳି ପରମ୍ପରା

ବର୍ତ୍ତମାନ ଦେଶରେ ପିଆଜର ଦରକୁ ନେଇ ଗୃହିଣୀଙ୍କ ବଜେଟ ଖାଲି କରିବାରେ ଲାଗିଛି କିନ୍ତୁ ବିହାରରେ ରହିଛି ଏକ ଏପରି ଗାଁ ଯେଉଁଠି ଏହାର କୌଣସି ପ୍ରଭାବ ପଡୁନାହିଁ। ଜହାନାବାଦ ଜିଲା ତ୍ରିଲୋକୀ ବିଗହା ଗ୍ରାମରେ ପିଆଜକୁ ନେଇ କୌଣସି ସମସ୍ୟା ନାହିଁ। ଜାଣିବାକୁ ଚାଁହୁଛନ୍ତି କି ଏହାର କାରଣ ତାହେଲେ ଆସନ୍ତୁ ଜାଣିବା।

ଏହାର କାରଣ ହେଉଛି ସାରା ଗାଁରେ ପିଆଜ ହିଁ ନାହିଁ। ଏହି ଗ୍ରାମରେ ରହିଛି ୩୦ ରୁ ୩୫ଟି ଘର। ଏଠାରେ ଅଧିକାଂଶ ଲୋକ ଯାଦବ ଅଟନ୍ତି ଓ ଏହି ଘରର ଲୋକମାନେ ପିଆଜ ରସୁଣ ଖାଆନ୍ତି ନାହିଁ। ଗ୍ରାମର ଜଣେ ବୃଦ୍ଧଙ୍କ କହିବା ଅନୁଯାୟୀ ରସୁଣ ପିଆଜର ଉଚ୍ଚ ଦାମ କାରଣରୁ ନୁହେଁ ବରଂ ଏଠାକାର ଲୋକ ବର୍ଷ ବର୍ଷ ଧରି ପିଆଜ ରସୁଣ ଖାଆନ୍ତି ନାହିଁ। ଆମର ପୁର୍ବପୁରୁଷମାନେ ମଧ୍ୟ ପିଆଜ ରସୁଣ ଖାଉନଥିଲେ। ସେଥିପାଇଁ ଏହି ପରମ୍ପରା ଆଜିବି ଗ୍ରାମରେ ବଞ୍ଚିରହିଛି। ଠାକୁରପୂଜା କରୁଥିବା କାରଣରୁ ସେମାନେ ପିଆଜରସୁଣ ଖାଆନ୍ତି ନାହିଁ ବୋଲି ଗ୍ରାମବାସୀ ମାନେ କହିଥିଲେ।

Image result for onion

ଏହାସହ ପଢନ୍ତୁ ବଡି ବିଲଡିଙ୍ଗ ପାଇଁ ହାଇଡୋଜ ଇଞ୍ଜେକ୍ସନ ଓ ପ୍ରୋଟିନ ପାଉଡର ନେଇଗଲା ଜୀବନ

ଏହାସହିତ ଗ୍ରାମର ଅନ୍ୟଜଣେ କହିଥିଲେ ଯେ ଗାଁ ରେ ଠାକୁରଙ୍କ ମନ୍ଦିର ରହିଛି। ସେଥିପାଇଁ ତାଙ୍କ ଗ୍ରାମରେ କେହି ପିଆଜରସୁଣ ଖାଆନ୍ତି ନାହିଁ। ତେବେ ୪୦-୪୫ ବର୍ଷ ପୂର୍ବେ ଜଣେ ଲୋକ ଏହି ନିୟମକୁ ଭାଙ୍ଗି ପିଆଜ ରସୁଣ ଖାଇଥିଲେ ସେଥିପାଇଁ ତାଙ୍କ ପରିବାରର ଅନିଷ୍ଟ ହୋଇଥିଲା। ସେହିଦିନଠାରୁ ଆଜିଯାଏଁ ଗ୍ରାମର କେହିଲାକ ଏପରି ସାହସ କରିନାହାଁନ୍ତି। ଏହାସହିତ ସେଠାକାର ସରପଞ୍ଚ କହିଥିଲେ ଯେ ଏହି ପରମ୍ପରା ଗ୍ରାମରେ ପିଢ଼ି ପିଢ଼ି ଧରି ଚାଲିଆସୁଛି। ଆପଣ ଏହାକୁ ଏକ ଅନ୍ଧବିଶ୍ୱାସ କହିପାରନ୍ତି କିନ୍ତୁ ଏହା ଆମ ଗ୍ରାମର ଏକ ପରମ୍ପରା ହୋଇସାରିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.