ଆଶ୍ଚର୍ଯ୍ୟ ଗାଁ ,ଏଠାରେ ଜନ୍ମ ନିଅନ୍ତି କେବଳ ଝିଅ..

କଣ ଆପଣ କେବେ ଏପରି ଗାଁ ବିଷୟରେ ଶୁଣିଛନ୍ତି ଯେଉଁଠି କେବଳ ଝିଅ ଜନ୍ମ ନିଅନ୍ତି ? ଆଜ୍ଞା ହଁ, ପୋଲାଣ୍ଡ ଏବଂ ଚେକ ରିପବ୍ଲିକ ସୀମା ଉପରେ ଅଛି ଏକ ଏଭଳି ଗାଁ, ଯେଉଁଠି କେବଳ ଝିଅମାନେ ହିଁ ଜନ୍ମ ନିଅନ୍ତି । ଏହି ଗ୍ରାମରେ ଗତ ୯ ବର୍ଷ ମଧ୍ୟରେ ଗୋଟିଏ ବି ପୁଅ ଜନ୍ମ ହୋଇନାହାନ୍ତି ।

ଏହି ଗ୍ରାମର ନାମ ହେଉଛି ମିଜେସ୍କେ ଓଡ୍ରଜେନ୍ସକି । ଶେଷଥର ପାଇଁ ଏଠାରେ ୧୨ ବର୍ଷ ତଳେ ୨୦୧୦ ମସିହାରେ ଏକ ପୁଅ ଜନ୍ମ ହୋଇଥିଲା କିନ୍ତୁ ଏହାପରେ ସେହି ପୁଅ ସହିତ ତା’ର ପରିବାର ଏହି ଗାଁ ଛାଡି ଚାଲିଯାଇଥିଲେ । ଏହି ଗ୍ରାମରେ ପ୍ରାୟ ୩୦୦ ଲୋକ ରୁହନ୍ତି ଯେଉଁଠାରେ ଝିଅ ଏବଂ ମହିଳା ମାନଙ୍କ ସଂଖ୍ୟା ଅଧିକ ଏବଂ ପୁଅ ମାନଙ୍କ ସଂଖ୍ୟା ବହୁତ କମ । ଏହି ଗ୍ରାମରେ ଥିବା ସବୁଠାରୁ ଛୋଟ ପୁଅର ବୟସ ୧୨ ବର୍ଷ ।

ଏହାସହ ପଢନ୍ତୁ ମଦୁଆକୁ ମହଙ୍ଗା ପଡିଲା ଜିରାଫ ସଵାରୀ , ଦେଖନ୍ତୁ ଭିଡିଓ ..

ସୂଚନା ଅନୁଯାୟୀ, ଏଠାରେ ପ୍ରାୟତଃ ଝିଅମାନେ ଜନ୍ମ ନେଇଥାନ୍ତି କିନ୍ତୁ ପୁଅ ମାନଙ୍କ ଜନ୍ମ କ୍ଵଚିତ ଦେଖାଯାଏ । ଏହି କାରଣରୁ ଏଠାରେ ଘରେ ପୁଅ ଜନ୍ମ ହେଲେ ପୁରସ୍କୃତ କରାଯିବ ବୋଲି ସେଠାକାର ମେୟର ରେଜମଣ୍ଡ ଫ୍ରୀସ୍କୋ ଘୋଷଣା କରିଛନ୍ତି । ଗ୍ରାମବାସୀଙ୍କ କହିବା ଅନୁଯାୟୀ ଏହାର କାରଣ ଜଣାନାହିଁ ଯେ କଣ ପାଇଁ ଏଠାରେ କେବଳ ଝିଅମାନେ ହିଁ ଜନ୍ମ ନିଅନ୍ତି । ବର୍ତ୍ତମାନ ପୋଲାଣ୍ଡର ରାଜଧାନୀ ୱାରସାର ଏକ ୟୁନିଭର୍ସିଟି ଏହି ରହସ୍ୟକୁ ଜାଣିବା ପାଇଁ ରିସର୍ଚ୍ଚ ଆରମ୍ଭ କରିଦେଇଛି । ୱାରସାର ମେଡିକାଲ ୟୁନିଭର୍ସିଟିର ପ୍ରଫେସର ରଫାଲ ଫ୍ଲୋସ୍କି ଙ୍କ ମତରେ ଏହା ଏକ ବିରଳ ଘଟଣା ଅଟେ ଏବଂ ତା’ ସହିତ ଚିନ୍ତାର ବିଷୟ ମଧ୍ୟ ଅଟେ । ଏହି ସମସ୍ୟାର ସମାଧାନ କରିବା ଏତେ ସହଜ କଥା ନୁହେଁ । ଏଥିପାଇଁ ଏହି ଗ୍ରାମର ସମସ୍ତ ପୁରୁଣା ରେକର୍ଡ ଦେଖିବାକୁ ପଡିବ । ଏହା ବ୍ୟତୀତ ଝିଅ ମାନଙ୍କର ମା’ ବାପାଙ୍କ ମଧ୍ୟରେ କୌଣସି ପୂର୍ବ ସମ୍ବନ୍ଧ ବା କୌଣସି ଦୂର ଆତ୍ମୀୟତା ଅଛି କି ନାହିଁ ସେ ବିଷୟରେ ଜାଣିବା ମଧ୍ୟ ଜରୁରୀ ଅଟେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.