ଦ୍ବୀପ ଜଳାଇ ନେଲେ ସାତଫେରା, ପୋଲିସ ପଢୁଛନ୍ତି ମନ୍ତ୍ର , ଦେଖନ୍ତୁ ଲକଡାଉନରେ କିପରି ଚାଲିଛି ବିବାହ

ସାଧାରଣତଃ ଆପଣ ପୋଲିସମାନଙ୍କୁ ଆଇନ ପାଳନ କରୁଥିବା, କଠୋରତା ଦେଖାଉଥିବା କିମ୍ବା ସମାଜ ସେବା କରୁଥିବାର ଦେଖିଥିବେ କିନ୍ତୁ କଣ ଆପଣ କେବେ ପୋଲିସ ମନ୍ତ୍ର ପଢି ବିବାହ କରାଉଥବାର ଦେଖିଛନ୍ତି କି ? ମଧ୍ୟପ୍ରଦେଶର ନରସିଂହପୁର ଜିଲ୍ଲାରେ ଏକ ଏପରି ବିବାହ ଘଟିଛି ଯେଉଁଠି ବିବାହ କରାଇବା ପାଇଁ କୌଣସି ପଣ୍ଡିତ ନମିଳିବାରୁ ପାଟ୍ରୋଲିଂ କରିବାକୁ ଯାଇଥିବା ମହିଳା ଏସଆଇ ମନ୍ତ୍ରପଢ଼ି ଏକ ଯୋଡ଼ିଙ୍କର ବିବାହ କରିବା ସହିତ ଆଇନ୍ ବିଷୟରେ ମଧ୍ୟ ସୂଚନା ଦେଇଛନ୍ତି । 

ଲକଡାଉନ ମଧ୍ୟରେ ଅନେକ ଅଜବ ମାମଲା ସାମ୍ନାକୁ ଆସୁଛି । ସୂଚନା ଅନୁଯାୟୀ ମଧ୍ୟପ୍ରଦେଶର ନରସିଂହପୁର ଜିଲ୍ଲାର ଘୋଟଶ୍ୱର ଗାଁ, ଏହି ଗ୍ରାମର ଲକ୍ଷ୍ମଣଙ୍କ ପୁଅ ଟିକରାମ ଚୌଧୁରୀ ଅକ୍ଷୟ ତୃତୀୟାରେ ଇଟୱାରା ବଜାରରେ ରହୁଥିବା ରାଜାରାମ ଚୌଧୁରୀଙ୍କ ଝିଅ ଋତୁଙ୍କୁ ବିବାହ କରିବା ପାଇଁ ଧାର୍ଯ୍ୟ କରାଯାଇଥିଲା । ତେବେ ବିବାହ ପାଇଁ ଅକ୍ଷୟ ତୃତୀୟା ଦିନ ଉଭୟ ପକ୍ଷର ଆଠ ଜଣ ସଦସ୍ୟ ଶିବ ପାର୍ବତୀ ମନ୍ଦିରରେ ଉପସ୍ଥିତ ହୋଇଥିଲେ । କିନ୍ତୁ ବିବାହ କରାଇବା ପାଇଁ କୌଣସି ପଣ୍ଡିତ ମିଳିନଥିଲେ । ଏହି ସମୟରେ, ଜୋଟେଶ୍ୱର ଆଉଟପୋଷ୍ଟର ଦାୟିତ୍ୱରେ ଥିବା ଏସ.ଆଇ ଅଞ୍ଜଲି ଅଗ୍ନିହୋତ୍ରୀ ପାଟ୍ରୋଲିଂ କରୁଥିଲେ ଏବଂ ସେଠାରେ ପହଂଚିବା ପରେ ତାଙ୍କୁ ସମସ୍ତ ସମସ୍ୟା ବିଷୟରେ କୁହାଯାଇଥିଲା । ଏସବୁ ଶୁଣିବା ପରେ ଅଞ୍ଜଳି ପଣ୍ଡିତଙ୍କ ଭୂମିକା ଗ୍ରହଣ କରି ଉକ୍ତ ଯୋଡ଼ିଙ୍କର ବିବାହ କରାଇଥିଲେ ।

ବରର ପରିବାର ଲକ୍ଷ୍ମଣଙ୍କ ପୂଜାରେ ବ୍ୟବହୃତ ସାମଗ୍ରୀ ମଧ୍ୟ ଆଣି ପାରିନଥିଲେ ସେମାନଙ୍କ ପାଖରେ କେବଳ ଏକ ନଡ଼ିଆ ଥିଲା । ଏଭଳି ପରିସ୍ଥିତିରେ ମିଠାର ଅଭାବ ପୂରଣ କରିବା ପାଇଁ ଏସଆଇ ଅଞ୍ଜଳି ଅଗ୍ନିହୋତ୍ରୀ ଚିନି ଆଣିଥିଲେ । କିଛି ଫୁଲର ବ୍ୟବସ୍ଥା ମଧ୍ୟ କରାଯାଇଥିଲା । ଅଞ୍ଜଳି ଗୁଗୁଲ ସାହାଯ୍ୟରେ ବିବାହର ମନ୍ତ୍ରପାଠ କରିଥିଲେ । ବିବାହ ହୋମ ପାଇଁ ବନ୍ଦୋବସ୍ତ ନଥିବାରୁ ଏକ ଦ୍ବୀପ ଜଳାଇ ବର କନ୍ୟା ସାତଫେରା ନେଇ ବିବାହ ସମାପ୍ତ କରିଥିଲେ । ଏହାପରେ ଅଞ୍ଜଳି ସେମାନଙ୍କୁ ଆଇନ କାନୁନ ବିଷୟରେ ମଧ୍ୟ କହିଥିଲେ । ତେବେ ଏହି ସମସ୍ତ କାର୍ଯ୍ୟକ୍ରମରେ ଲକଡାଉନର ନିୟମ ମଧ୍ୟ ସମ୍ପୂର୍ଣ୍ଣ ଭାବରେ ପାଳନ କରାଯାଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.