ଝଟ୍‌କା ପରେ ଝଟ୍‌କା ଖାଉଛି ପାକିସ୍ତାନ, କଶ୍ମୀର ପ୍ରସଙ୍ଗରେ ମଧ୍ୟସ୍ଥତାକୁ ମନା କରିଦେଇଛି ମିଳିତ ଜାତିସଂଘ

କଶ୍ମୀର ପ୍ରସଙ୍ଗରେ ଭାରତକୁ ଘେରିବାକୁ ଚକ୍ରାନ୍ତ କେବଳ ଝଟ୍‌କା ପରେ ଝଟ୍‌କା ଖାଉଛି ପାକିସ୍ତାନ। ଫସର ଫାଟୁଛି ସବୁ କୂଟନୀତି। ଆଜି ପୁଣି ଥରେ ଜାତିସଂଘରୁ ମିଳିଛି ଜୋରଦାର ଝଟ୍‌କା। ମଧ୍ୟସ୍ଥତାକୁ ମନା କରିଦେଇଛି ମିଳିତ ଜାତିସଂଘ। ମହାସଚିବ ଗୁଟେରସ୍‌ଙ୍କ ମୁଖପାତ୍ର ଷ୍ଟିଫେନ୍‌ ଦୁଜାରିକ ଏସଂପର୍କରେ ସ୍ପଷ୍ଟ କରିଛନ୍ତି। ମଧ୍ୟସ୍ଥତା ନେଇ ଜାତିସଂଘର ଆଭିମୁଖ୍ୟ ଅପରିବର୍ତ୍ତିତ ରହିଛି ବୋଲି ସେ କହିଛନ୍ତି। କାରଣ କଶ୍ମୀର ହେଉଛି ଏକ ଦ୍ୱିପାକ୍ଷିକ ପ୍ରସଙ୍ଗ। ଦୁଜାରିକ୍‌ କହିଛନ୍ତି, ପୂର୍ବରୁ ଭାରତ ଓ ପାକିସ୍ତାନ ସରକାରଙ୍କ ସହ କାଶ୍ମୀର ପ୍ରସଙ୍ଗରେ ଆଲୋଚନା କରି ସାରିଛନ୍ତି ଜାତିସଂଘ ମହାସଚିବ। ଜି-୭ ଶିଖର ସମ୍ମିଳନୀ ଅବସରରେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଥିଲେ। ପାକିସ୍ତାନ ବୈଦେଶିକ ମନ୍ତ୍ରୀଙ୍କ ସହ ମଧ୍ୟ କଥାବର୍ତ୍ତା ହୋଇ ସାରିଥିବା ଦୁଜାରିକ କହିଛନ୍ତି।