ପରୀକ୍ଷା ଚିନ୍ତା ଦୂର କରିବାକୁ ଅଜବ ପରାମର୍ଶ, ୩୦ ମିନିଟ୍‌ ପର୍ଯ୍ୟନ୍ତ ଏଭଳି କରିବାକୁ କହିଲା ବିଶ୍ୱବିଦ୍ୟାଳୟ

ପରୀକ୍ଷାକୁ ନେଇ ସବୁ ପିଲା ଚିନ୍ତାରେ ରହିଥାନ୍ତି। ପରୀକ୍ଷା ରେଜଲ୍ଟ କେମିତି ଭଲ କରିବେ ସେ ଟେନ୍‌ସନ୍‌ ପିଲାଙ୍କ ସମେତ ଅଭିଭାବକଙ୍କୁ ମଧ୍ୟ ଘାରିଥାଏ। ଭଲ ରେଜଲ୍ଟ ନ ହେଲେ ଭବିଷ୍ୟତରେ ଭଲ ଚାକିରି ମିଳିବନି, ଏହି ଚିନ୍ତା ଖାସ୍‌ କରି ଅଧିକାଂଶ ଯୁବପିଢ଼ିକୁ ଘାରିଥାଏ। ତେବେ ପିଲାଙ୍କୁ ପରୀକ୍ଷା ଟେନ୍‌ସନ୍‌ରୁ ମୁକ୍ତି ଦେବାକୁ ନେଦରଲ୍ୟାଣ୍ଡର ବିଶ୍ୱବିଦ୍ୟାଳୟ ଏକ ଅଜବ ଉପାୟ ଅବଲମ୍ବନ କରିବାକୁ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇଛି।

ନିଜ୍‌ମେଗେନ୍‌ ସହରର ରେଡବାଓଡ ବିଶ୍ୱବିଦ୍ୟାଳୟ ତରଫରୁୁ ପିଲାଙ୍କୁ ଏକ ଗାତ ଖୋଳି ସେଥିରେ ଯୋଗମୁଦ୍ରାରେ ଶୋଇବାକୁ ପରାମର୍ଶ ଦିଆଯାଇଛି। ଗାତରେ ଶୋଇବା ଦ୍ୱାରା ମାନସିକ ଚିନ୍ତା ଦୂର ହୋଇଥାଏ ବୋଲି ବିଶ୍ୱବିଦ୍ୟାଳୟ ଦାବି କରିଛି। ଜଣେ ପୂର୍ବତନ ଛାତ୍ର ନିଜ ଅନୁଭୂତି ବଖାଣିବା ସମ୍ପର୍କରେ ଏହି କଥା ପଦାକୁ ଆସିଥିଲା।

ଏହାସହ ପଢ଼ନ୍ତୁ: ସ୍ୱାମୀଙ୍କ ଶୁକ୍ରାଣୁ ଯୋଗୁ ଏବେ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି ମହିଳା

କବରରେ ୩୦ ମିନିଟ୍‌ରୁ ୩ଘଣ୍ଟା ପର୍ଯ୍ୟନ୍ତ ଶୋଇବା ପାଇଁ ପ୍ରଥମେ ଏହାକୁ ବୁକ୍‌ କରିବାକୁ ପଡ଼ିଥାଏ। ଛାତ୍ରଙ୍କ କହିବାନୁସାରେ ଏହା ଏକ ଲୋକପ୍ରିୟ ଫର୍ମୁଲା। ତେବେ କିଛି ଲୋକ ଏହାକୁ ବିରୋଧ ମଧ୍ୟ କରିଥିବା ଜଣାଯାଇଛି।

Leave A Reply

Your email address will not be published.