ଉନ୍ନାଓ ବସ୍‌ ଦୁର୍ଘଟଣା: ଚାଲିଗଲା ଗୋଟିଏ ପରିବାରର ୬ ଜଣଙ୍କ ଜୀବନ, ଅନ୍ୟ ୨ ପିଲା ଆହତ

ଉତ୍ତରପ୍ରଦେଶ ଉନ୍ନାଓର ଲକ୍ଷ୍ନୌ-ଆଗ୍ରା ଏକ୍ସପ୍ରେସ ୱେରେ ଡବଲ ଡେକର ବସ୍‌ ଏବଂ ଟ୍ୟାଙ୍କର ମଧ୍ୟରେ ଭୀଷଣ ଧକ୍କାରେ ୧୮ ଜଣଙ୍କର ମୃତ୍ୟୁ ହୋଇଛି । ଏହି ଘଟଣାରେ ୩୦ ଜଣ ଆହତ ହୋଇଛନ୍ତି । ଏହି ଦୁର୍ଘଟଣା ପ୍ରତ୍ୟେକ ବ୍ୟକ୍ତିଙ୍କ ମନକୁ ଶକ୍ତ ଆଘାତ ଦେଇଛି । ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ଲୋକଙ୍କ ମଧ୍ୟରେ ବିହାରର ସଂଖ୍ୟା ଅଧିକ । ଏମାନଙ୍କ ଭିତରେ ଏକ ପରିବାରର ୬ ଜଣ ଲୋକଙ୍କ ଜୀବନ ଚାଲିଯାଇଛି । ଏହି ପରିବାରର ୨ ଜଣ ପିଲା ମଧ୍ୟ ଆହତ ରହିଛନ୍ତି ।

ବିହାର ମୋତିହାରୀ ଜିଲ୍ଲାରେ ରହୁଥିବା ପରିବାର ଶିବହରରୁ ଦିଲ୍ଲୀ ଯାଉଥିଲେ । ଆହତ ୨ ପିଲାଙ୍କୁ ଡାକ୍ତର ସେମାନଙ୍କ ପରିବାର ମୃତକଙ୍କ ବିଷୟରେ କିଛି କହିନାହାନ୍ତି । ପରିବାର ଲୋକଙ୍କ ପରିଚୟ ପାଇବା ପାଇଁ ଦିଲଶାଦ ନାମକ ଜଣେ ଯୁବକଙ୍କୁ ପୋଲିସ ଶବବ୍ୟବଚ୍ଛେଦ ଗୃହକୁ ନେଇ ଯାଇଥିଲେ । ସେଠାରେ ଯୁବକ ଜଣକ ୬ଟି ମୃତଦେହକୁ ଚିହ୍ନଟ କରିଥିଲେ । ମୃତଦେହ ଭିତରେ ଯୁବକଙ୍କ ବାପା ମାଙ୍କ ବ୍ୟତୀତ ଭାଇ ଭଉଣୀ ସାମିଲ ଥିଲେ ।

ସୂଚନାଯୋଗ୍ୟ, ଉତ୍ତରପ୍ରଦେଶ ଉନ୍ନାଓରେ ଆଗ୍ରାମ-ଲକ୍ଷ୍ନୌ ଏକ୍ସପ୍ରେସ ୱେରେ ଡବଲ ଡେକର ବସ୍‌ ଏବଂ କ୍ଷୀର ବୋଝେଇ ଟ୍ୟାଙ୍କର ଧକ୍କା ହୋଇଥିଲା । ଆଜି ଭୋର ପ୍ରାୟ ୪ଟା ପରେ ବସ୍‌ଟି ଉନ୍ନାବର ଗଢ଼ାଗାଁ ନିକଟରେ ଏକ କ୍ଷୀର ବୋଝେଇ ଟ୍ୟାଙ୍କର ବସ୍‌କୁ ଓଭରଟେକ୍‌ କରିଥିଲା। ଏହି ସମୟରେ ଟ୍ୟାଙ୍କର ଓ ବସ୍‌ ମଧ୍ୟରେ ଧକ୍କା ହୋଇଥିଲା। ବସ୍‌ ଧକ୍କା ହେବା ଫଳରେ ବହୁତ ଥର ଓଲଟିଥିଲା । ଏତେଥର ଓଲଟିବା ଯୋଗୁଁ ୧୮ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩୦ରୁ ଅଧିକ ଆହତ ହୋଇଛନ୍ତି । ବସଟି ବିହାରର ସୀତାମଢିରୁ ଦିଲ୍ଲୀ ଯାଉଥିଲା ।

ଖବର ପାଇ ତୁରନ୍ତ ଜିଲ୍ଲାପାଳ ଓ ଏସ୍‌ପି ଓ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚିଥିଲେ । ବସ୍‌ରୁ ତୁରନ୍ତ ସମସ୍ତଙ୍କୁ ବାହାର କରି ମେଡିକାଲ ପଠାଯାଇଥିଲା । ସେଠାରେ ଡାକ୍ତର ୧୮ ଜଣଙ୍କୁ ମୃତ ଘୋଷଣା କରିଥିଲେ। ଏହି ଦୁର୍ଘଟଣାରେ ପ୍ରାୟ ୩୦ ଜଣଙ୍କ ଅବସ୍ଥା ଗୁରୁତର ଥିବା ବେଳେ ସେମାନଙ୍କୁ ଲକ୍ଷ୍ନୌ ରେଫର କରି ଦିଆଯାଇଛି । ୧୮ ଜଣ ମୃତକଙ୍କ ମଧ୍ୟରେ ୧୪ ଜଣ ପୁରୁଷ ଏବଂ ୩ ଜଣ ମହିଳା ଏବଂ ଜଣେ ଶିଶୁ ଥିଲେ ।

ଏହି ଘଟଣାକୁ ନେଇ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁଃଖ ପ୍ରକାଶ କରିବା ସହିତ ସହାୟତା ରାଶି ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ । ମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କା ଏବଂ ଆହତଙ୍କୁ ୫୦ ହଜାର ଟଙ୍କା ସହାୟତା ରାଶି ଘୋଷଣା କରାଯାଇଛି ।

You might also like