‘ମୁଁ ମରିବାକୁ ଚାହୁଁନି କିନ୍ତୁ ମୋର ଏମିତି ଦଶା  ଯିଏ କରିଛି ତାକୁ ଛାଡନ୍ତୁ ନାହିଁ’, ଉନ୍ନାଓ ପୀଡିତା ଏଭଳି କଲେ ନିବେଦନ

ସାରାଦେଶ ଏବେ ଗଣ ଦୁଷ୍କର୍ମ ଓ ନାରୀ ସୁରକ୍ଷା ନେଇ ଉଠୁଛି ପଡୁଛି । ଏବେ ଏବେ ହୋଇଥିବା ହାଇଦ୍ରାବାଦ ଏନକାଉଣ୍ଟର ଘଟଣା ପରେ ପୋଲିସକୁ ବାହାବା ମିଳୁଛି କିନ୍ତୁ ଏହା ଭିତରେ ଉନ୍ନାଓ ପୀଡିତାଙ୍କ କିଛି ବୟାନ ଏବେ ସାରା ଦେଶରେ ପୁଣି ଗରମ ପରିସ୍ଥିତି ସୃଷ୍ଟି କରିଛି। ଶରୀରର ୯୦ ପ୍ରତିଶତ ପୋଡି ଯାଇଥିବା ଯୁବତୀଙ୍କୁ ଲକ୍ଷ୍ନୌରୁ ଏୟାର ଆମ୍ବୁଲାନ୍ସ ଯୋଗେ ଦିଲ୍ଲୀ  ସଫଦରଗଞ୍ଜ  ଡାକ୍ତରଖାନାକୁ ଗତକାଲି ରାତି ୯ ଟାରେ ନିଆଯାଇଥିଲା  । ଡାକ୍ତରଖାନାରେ ପହଞ୍ଚିବା ବେଳେ ପୀଡିତା ଜଣକ ଡାକ୍ତରଙ୍କୁ ଦେଖି  କିଛି କହିବା ପାଇଁ  ଉଦ୍ୟମ  କରିଥିଲେ । ବର୍ଣ୍ଣିଙ୍ଗ ବିଭାଗର ବରିଷ୍ଠ  ଡାକ୍ତର ସଲଭ ଓ ସୁନୀଲ ଗୁପ୍ତା କହିବା ମୁତାବକ ପୀଡିତାଙ୍କ ମୁହଁରୁ ବାହାରିଥିବା କିଛି ଶବ୍ଦ ମଧ୍ୟରୁ ଏତିକି ହିଁ  ବୁଝା ପଡୁଥିଲା ଯେ ପୀଡିତା ଜଣକ କହିବାକୁ ଚାହୁଁଥିଲା ମୁଁ ମରିବାକୁ ଚାହୁଁନି କିନ୍ତୁ  ଯିଏ ମୋର ଏମିତି ଦଶା କରିଛି ସେ ଯେମିତି ବଞ୍ଚି ନଯାଉ। ଏହା ସହିତ ଡାକ୍ତରଙ୍କୁ ଦେଖି ଧୀର ଗଳାରେ ଦୁଇ ପଦ କଥା ପଚାରିଥିଲେ  ‘ମୁଁ ବଞ୍ଚିଯିବି ନା’? ଏତିକି କହିବା ପରେ ପୀଡିତା ଚେତା  ଶୂନ୍ୟ ହୋଇ ପଡିଥିଲେ।

ଯେହେତୁ ଶରୀରର ୯୦ ପ୍ରତିଶତ ନିଆଁରେ ପୋଡି ଯାଇଛି ତେଣୁ ପୀଡିତାଙ୍କର ଶରୀରରେ ଜଳୀୟ ଅଂଶ ରହୁନାହିଁ। ଚିକିତ୍ସା  କରୁଥିବା ଡାକ୍ତର କହିଛନ୍ତି ଏବେ ପୀଡିତାଙ୍କର ସବୁ ଅଙ୍ଗପ୍ରତ୍ୟଙ୍ଗ କାମ କରୁଛି କିନ୍ତୁ ପରିସ୍ଥିତ ଏବେ ବି ଗମ୍ଭୀର ରହିଛି।  ଏଥିପାଇଁ ତାଙ୍କୁ ରବିବାର ପର୍ଯ୍ୟନ୍ତ ସ୍ବତନ୍ତ୍ର ଅବଜରଭେସନରେ ରଖାଯିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.