ନୂଆଦିଲ୍ଲୀ (କେନ୍ୟୁଜ୍) : ଉନ୍ନାଓରେ ଯୁବତୀଙ୍କୁ ଦୁଷ୍କର୍ମ ପରେ ପୋଡ଼ିଦେବା ଘଟଣାରେ ୫ ଅଭିଯୁକ୍ତ ଗିରଫ। ଅଧିକ ଚିକିତ୍ସା ପାଇଁ ଲକ୍ଷ୍ନୌରୁ ଦିଲ୍ଲୀ ଗଲେ ପୀଡ଼ିତା। ଦିଲ୍ଲୀ ସଫ୍ଦର୍ଜଙ୍ଗ ହସ୍ପିଟାଲରେ ତାଙ୍କର ଚିକିତ୍ସା ଚାଲିଛି । ମାଜିଷ୍ଟ୍ରେଟ୍ଙ୍କ ଉପସ୍ଥିତିରେ ପୀଡ଼ିତାଙ୍କ ବୟାନ ରେକର୍ଡ କରାଯାଇଛି। ଘଟଣାରେ ସଂପୃକ୍ତ ୫ ଅଭିଯୁକ୍ତଙ୍କ ନାଁ ପୀଡ଼ିତା କହିଛନ୍ତି। ୨୩ ବର୍ଷିଆ ମହିଳା ଜଣଙ୍କ ଶୁଣାଣି ପାଇଁ କୋର୍ଟକୁ ଯାଉଥିବା ବେଳେ ଗାଁ ମୁଣ୍ଡରେ ତାଙ୍କ ସହ ପୈଶାଚିକ ଆଚରଣ ହୋଇଥିଲା।
ମହିଳାଙ୍କୁ ଜିଅନ୍ତା ଜାଳିଦେଲେ ପାଞ୍ଚ ଜଣ ଦୁର୍ବୃତ୍ତ। ଜାଳି ଦେଇଥିବା ପାଞ୍ଚ ଜଣଙ୍କ ଭିତରେ ଅଛନ୍ତି ଦୁଇ ଜଣ ଦୁଷ୍କର୍ମ ଅଭିଯୁକ୍ତ। ଏହି ଦୁଇ ଜଣଙ୍କ ବିରୋଧରେ ପୀଡିତା ଦୁଷ୍କର୍ମ ଅଭିଯୋଗ ଆଣିଥିଲେ। ILKENF ରାୟବରେଲିର ଏକ କୋର୍ଟକୁ ଯିବା ବେଳେ ସବୁ ଦିନ ପାଇଁ ରାସ୍ତାରୁ ହଟାଇ ଦେବାକୁ ଯୋଜନା କରିଥିଲେ ଅଭିଯୁକ୍ତ। ସ୍ପେସାଲ ଇନଭେଷ୍ଟିଗେଟିଭ୍ ଟିମ୍ ମାମଲାର ତଦନ୍ତ କରୁଛି।