ଚର୍ଚ୍ଚିତ ଉନାଓ ଦୁଷ୍କର୍ମ ମାମଲାର ପୀଡିତା ଓ ତାଙ୍କ ପରିବାରକୁ ଦିଲ୍ଲୀରେ ମିଳୁନାହିଁ ଘର, ଅଦାଲତ ଦେଲା ମହିଳା ଆୟୋଗକୁ ନିର୍ଦ୍ଦେଶ

ଉତ୍ତର ପ୍ରଦେଶର ଚର୍ଚ୍ଚିତ ଉନାଓ ଦୁଷ୍କର୍ମ ମାମଲାର ପୀଡିତା ଓ ତାଙ୍କ ପରିବାରକୁ ଦିଲ୍ଲୀରେ ମିଳୁନାହିଁ ଘର । ଦିଲ୍ଲୀର କୌଣସି ବି ଲୋକ ସେମାନଙ୍କୁ ନିଜ ଘରେ ଭଡାରେ ରଖିବାକୁ ପ୍ରସ୍ତୁତ ନୁଁହନ୍ତି । ପିଡୀତାଙ୍କ ଓକିଲ ଧର୍ମେନ୍ଦ୍ର କୁମାର ମିଶ୍ର ଡିଷ୍ଟ୍ରିକ୍ଟ ଜଜ ଧର୍ମେଶ ଶର୍ମାଙ୍କୁ କହିଥିଲେ ଯେ ସେ ପୀଡିତା ଏବଂ ତାଙ୍କ ପରିବାର ପାଇଁ କିଛି ଘର ଦେଖିଥିଲେ କିନ୍ତୁ ଘର ମାଲିକଙ୍କୁ ପିଡୀତାଙ୍କ ବିଷୟରେ କୁହାଗଲା ପରେ ସେ ନିଜ ଘର ଦେବାପାଇଁ ମନା କରିଦେଲେ । ଏହି ମାମଲାରେ ଅଦାଲତ ଗମ୍ଭୀରଭାବେ ବିଚାର କରିବା ସହ ଦିଲ୍ଲୀ ମହିଳା ଆୟୋଗ (DCW)ର ଅଧ୍ୟକ୍ଷଙ୍କୁ ଏହି କାମରେ ପୀଡ଼ିତାଙ୍କୁ ସାହାଯ୍ୟ କରିବା ପାଇଁ କହିଛନ୍ତି । ଅଦାଲତ ମହିଳା ଆୟୋଗର ଅଧ୍ୟକ୍ଷଙ୍କୁ କହିଛି କି ସେ ନିଜର ଏକ ଟିମ ବନାଇ ପୀଡିତା ଏବଂ ତାର ପରିବାରକୁ ରହିବା ପାଇଁ ଉଚିତ ସ୍ଥାନର ବ୍ୟବସ୍ଥା କରନ୍ତୁ ।

ସୂଚନା ଅନୁଯାୟୀ ୟୁପିର ବିଧାୟକ କୁଲଦୀପ ସିଂ ସେଙ୍ଗାରଙ୍କ ବିରୋଧରେ ଯୁବତୀ ଏବଂ ତାଙ୍କ ପରିବାର ବର୍ତ୍ତମାନ କେଶ ଲଢ଼ୁଛନ୍ତି । ଏପରିସ୍ଥଳେ ସେମାନଙ୍କୁ ନିଜ ସ୍ଥାନକୁ ଯିବାପାଇଁ ଡର ଲାଗୁଛି । ସେଥିପାଇଁ ସେମାନେ ଜଜଙ୍କ ପାଖରେ ଦିଲ୍ଲୀରେ ରହିବା ପାଇଁ ଅନୁରୋଧ କରିଛନ୍ତି । ନିକଟରେ ପୀଡିତା ଏବଂ ତାଙ୍କ ମାଙ୍କୁ ଶନିବାର କୋର୍ଟରେ ତାଙ୍କ ପିତାଙ୍କ ହତ୍ୟା ମାମଲାରେ ସାକ୍ଷୀ ଦେବାର ଥିଲା କିନ୍ତୁ ସେମାନେ ଆସିପାରିନଥିଲେ ।

ଅଦାଲତ ଅଭିଯୋଗକାରୀଙ୍କ ଭାଇ ଭଉଣୀଙ୍କର ପୁନର୍ବାସ ବିଷୟରେ ବିଚାର କରିବା ପାଇଁ କମିଶନକୁ ନିର୍ଦ୍ଦେଶ ଦେଇଛନ୍ତି । ଯେଉଁକାରଣରୁ ସେମାନେ ନିଜର ପାଠପଢା ଜାରି ରଖିବା ସହିତ ନିଜର ମନପସନ୍ଦ ସ୍କିଲ ଡେଭଲପମେଣ୍ଟ ପ୍ରୋଗ୍ରାମରେ ଭାଗ ନେଇପାରିବେ । ଏଥିରେ ଯାହାବି ଖର୍ଚ୍ଚ ହେବ ତାର ସୂଚନା କୋର୍ଟକୁ ଦେବାପାଇଁ ଅଦାଲତ କମିସନକୁ ନିର୍ଦ୍ଦେଶ ଦେଇଛନ୍ତି । ଯାହାଦ୍ୱାରା ଏହାର ଭରଣା ୟୁପି ସରକାର ଦ୍ୱାରା କରାଯାଇ ପାରିବ । ଏହାସହିତ ଅଦାଲତ ପୀଡ଼ିତାର ପିତାଙ୍କ ହାଜତରେ ମୃତ୍ୟୁ ହୋଇଥିବା ମାମଲାରେ ସାକ୍ଷୀ ମାନଙ୍କ ବୟାନ ରେକର୍ଡ କରିବା ପାଇଁ ଆସନ୍ତା ସେପ୍ଟେମ୍ବର ୩୦ ତାରିଖ ଧାର୍ଯ୍ୟ କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.