ଉନ୍ନାଓ ନାବାଳିକା ଅପହରଣ ଓ ଗଣଦୁଷ୍କର୍ମ ମାମଲା: ପୂର୍ବତନ ବିଜେପି ବିଧାୟକ କୁଳଦୀପ ସେଙ୍ଗରଙ୍କୁ ଆଜୀବନ ଜେଲ୍‌ ଦଣ୍ଡାଦେଶ ସହ ୨୫ଲକ୍ଷ ଜରିମାନା

ନୂଆଦିଲ୍ଲୀ: ଉନ୍ନାଓ ନାବାଳିକା ଅପହରଣ ଓ ଗଣଦୁଷ୍କର୍ମ ମାମଲାରେ ଆସିଲା ଦଣ୍ଡାଦେଶ। ପୂର୍ବତନ ବିଜେପି ବିଧାୟକ କୁଳଦୀପ ସେଙ୍ଗରଙ୍କୁ ଆଜୀବନ ଜେଲ୍‌ ଦଣ୍ଡାଦେଶ ହୋଇଛି। ଦଣ୍ଡାଦେଶ ଶୁଣାଇଛନ୍ତି ଦିଲ୍ଲୀ ତିସ୍‌ ହଜାରୀ କୋର୍ଟ। ମୃତ୍ୟୁ ପର୍ଯ୍ୟନ୍ତ ସେ ଜେଲରେ ରହିବେ ଏହାସହ ୨୫ଲକ୍ଷ ଟଙ୍କା ଜରିମାନା ଦେବେ । ଏହି ମାମଲାରେ ନିକଟରେ କୁଲଦୀପ ସେଙ୍ଗରଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଥିଲା। ଅପହରଣ, ଦୁଷ୍କର୍ମ, ଶାରୀରିକ ନିର୍ଯାତନା ଆଦି ମାମଲା ସହ ପୋକ୍‌ସୋ ଆକ୍ଟରେ ଦୋଷୀ ସାବ୍ୟସ୍ତ ହୋଇଥିଲେ ସେଙ୍ଗର।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.