୮ମରୁ ୧୦ମ ପିଲାଙ୍କ ପାଇଁ ଆରମ୍ଭ ହେଲା ଉନ୍ନତି ସ୍କଲାରସିପ୍‌, ମିଳିବ ୩୬ ହଜାର ଟଙ୍କା

ଆର୍ଥିକ ଭାବେ ଦୁର୍ବଳ ପିଲାଙ୍କ ପାଇଁ ଆରମ୍ଭ ହୋଇଛି ଉନ୍ନତି ସ୍କଲାରସିପ୍‌। ଏହି ସ୍କଲାରସିପ୍‌ ମାଧ୍ୟମରେ ସ୍କୁଲ ଛାତ୍ରଛାତ୍ରୀ ମଧ୍ୟ ଲାଭବାନ ହୋଇପାରିବେ। ଅଷ୍ଟମରୁ ଦଶମ ଶ୍ରେଣୀ ପଢ଼ୁଥିବା ଛାତ୍ରଛାତ୍ରୀ ଓ ଆଇଟିଆଇ କିମ୍ବା ଡିପ୍ଲୋମାର ପ୍ରଥମ ବର୍ଷର ଛାତ୍ରଛାତ୍ରୀ ଏହି ସ୍କଲାରସିପ୍‌ ପାଇଁ ଆବେଦନ କରିପାରିବେ। ସିଏନ୍‌ଏଚ୍‌ ଇଣ୍ଡଷ୍ଟ୍ରିଆଲ ପକ୍ଷରୁ ଏହି ଉନ୍ନତି-ଟୁଓ୍ଵାର୍ଡସ ଏ ବେଟର ଫ୍ୟୁଚର ସ୍କଲାରସିପ୍‌ (Unnati- Towards a Better Future Scholarship) ପାଇଁ ଛାତ୍ରଛାତ୍ରୀ ଆପ୍ଲାଏ କରିପାରିବେ।

ଏହି ସ୍କଲାରସିପ୍‌ ପାଇଁ କେବଳ ନୋଏଡ଼ା, ଦିଲ୍ଲୀ ଓ ଗୁରୁଗାଓଁର ନିବାସୀ ଆବେଦନ କରିପାରିବେ। ଆବେଦନ କରୁଥିବା ଛାତ୍ରଛାତ୍ରୀ ୮ମରୁ ୧୦ ମ ଶ୍ରେଣୀ ପଢ଼ୁଥିବା ଆବଶ୍ୟକ। ଏଥିସହ ଆଇଟିଆଇ ଓ ଡିପ୍ଲୋମା ପ୍ରଥମ ବର୍ଷର ଛାତ୍ରଛାତ୍ରୀ ମଧ୍ୟ ଏହି ସ୍କଲାରସିପ୍‌ ପାଇଁ ଆବେଦନ କରିପାରିବେ। ଆବେଦନ କରୁଥିବା ପ୍ରାର୍ଥୀଙ୍କ ପରିବାରର ବାର୍ଷିକ ଆୟ ୫ ଲକ୍ଷ ଟଙ୍କାରୁ ଅଧିକ ହୋଇନଥିବା ଦରକାର।

ଅଷ୍ଟମରୁ ଦଶମ ଶ୍ରେଣୀ ପିଲାଙ୍କୁ ଏହି ସ୍କଲାରସିପ୍‌ରେ ବର୍ଷକୁ ୧୨,୦୦୦ ଟଙ୍କା ହିସାବରେ ୩ ବର୍ଷ ଯାଏଁ ମୋଟ୍‌ ୩୬,୦୦୦ ଟଙ୍କା ମିଳିବ। ସେହିପରି ଡିପ୍ଲୋମା କିମ୍ବା ଆଇଟିଆଇ ଛାତ୍ରଛାତ୍ରୀଙ୍କୁ ବାର୍ଷିକ ୧୮,୦୦୦ ଟଙ୍କା ଦିଆଯିବ। ଏହି ଅର୍ଥ ସେମାନଙ୍କୁ ୨ ବର୍ଷ ପର୍ଯ୍ୟନ୍ତ ମିଳିବ। ଏହି ସ୍କଲାରସିପ୍‌ ପାଇଁ ଆବେଦନ କରିବାର ଶେଷ ତାରିଖ ରହିଛି ୩୧ ଜୁଲାଇ ୨୦୨୨। ପ୍ରାର୍ଥୀ କେବଳ ଅନ୍‌ଲାଇନ୍‌ ମାଧ୍ୟମରେ ହିଁ ଏହି ସ୍କଲାରସିପ୍‌ ପାଇଁ ଆବେଦନ କରିପାରିବେ।

ସ୍କଲାରସିପ୍‌ର ନାଁ:

ଉନ୍ନତି-ଟୁଓ୍ଵାର୍ଡସ ଏ ବେଟର ଫ୍ୟୁଚର ସ୍କଲାରସିପ୍‌ (Unnati- Towards a Better Future Scholarship)

Scholarship

କିଏ କରିପାରିବେ ଆବେଦନ:

  • ୮ ମରୁ ୧୦ ମ ଶ୍ରେଣୀର ଛାତ୍ରଛାତ୍ରୀ
  • ଆଇଟିଆଇ ଓ ଡିପ୍ଲୋମା ପ୍ରଥମ ବର୍ଷର ଛାତ୍ରଛାତ୍ରୀ
  • ପ୍ରାର୍ଥୀଙ୍କ ଘର ନୋଏଡ଼ା, ଦିଲ୍ଲୀ ଓ ଗୁରୁଗାଓଁ ହୋଇଥିବା ଆବଶ୍ୟକ

ପୁରସ୍କାର ରାଶି:

  • ଅଷ୍ଟମରୁ ଦଶମ ଶ୍ରେଣୀଙ୍କୁ ୩ ବର୍ଷ ଯାଏଁ ବାର୍ଷିକ ୧୨,୦୦୦ ଟଙ୍କା
  • ଡିପ୍ଲୋମା କିମ୍ବା ଆଇଟିଆଇ ଛାତ୍ରଛାତ୍ରୀଙ୍କୁ ୨ ବର୍ଷ ଯାଏଁ ବାର୍ଷିକ ୧୮,୦୦୦ ଟଙ୍କା

ଆବେଦନ ଶେଷ:

୩୧ ଜୁଲାଇ ୨୦୨୨

୮ ମରୁ ୧୦ ମ ଶ୍ରେଣୀର ଛାତ୍ରଛାତ୍ରୀ ଆବେଦନ କରିବାକୁ କ୍ଲିକ୍‌ କରନ୍ତୁ

ଆଇଟିଆଇ ଓ ଡିପ୍ଲୋମା ପ୍ରଥମ ବର୍ଷର ଛାତ୍ରଛାତ୍ରୀ ଆବେଦନ କରିବାକୁ କ୍ଲିକ୍‌ କରନ୍ତୁ।

ଅଧିକ ସୂଚନା ପାଇଁ ଅଫିସିଆଲ ୱେବ୍‌ସାଇଟ୍‌ https://www.buddy4study.com/page/unnati-towards-a-better-future-scholarship  ଚେକ୍‌ କରନ୍ତୁ।

Also Read: ‘ଆଦିପୁରୁଷ’ ନିର୍ମାତାଙ୍କୁ ବଡ଼ ଝଟ୍‌କା: ରାତାରାତି ଫିସ୍‌ ବଢ଼ାଇଲେ ପ୍ରଭାସ, ମାଗିଲେ ୧୨୦ କୋଟି

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.