ଅମାନବୀୟ ଘଟଣା : ମୃତଦେହ ରଖି ରାସ୍ତାରୋକ ବେଳେ ଶବ ଉପରେ ଲୋକେ ଚଢାଇନେଲେ ଗାଡି, ରାସ୍ତାରେ ଚାରିଆଡେ ଛିଟକି ପଡିଥିଲା ମାଂସଖଣ୍ଡ

ନୂଆଦିଲ୍ଲୀ ; ପୂର୍ବ ଦିଲ୍ଲୀର ମୟୂର ବିହାର ଅଞ୍ଚଳରେ ଅତି ଅମାନବୀୟ ଏବଂ ଲଜ୍ୟାଜନକ ଘଟଣା ଦେଖିବାକୁ ମିଳିଛି। ଘଟଣାନୁଯାୟୀ, ଏଠାରେ ସଡକ ଦୁର୍ଘଟଣାରେ ଏକ ଯୁବକଙ୍କ ମୃତ୍ୟୁ ହୋଇଥିଲା, ଏଥିପାଇଁ ସ୍ଥାନୀୟ ଲୋକେ ରାସ୍ତାରେ ଶବକୁ ରଖି ମୃତକଙ୍କ ପ୍ରତି ସମବେଦନା ଜଣାଇ ରାସ୍ତାରୋକ କରିଥିଲେ। କିନ୍ତୁ ରାସ୍ତାରେ ଶବ ରଖିଥିବା ସତ୍ତ୍ୱେ ମଧ୍ୟ ଲୋକମାନେ ଗାଡି ନ ଅଟକାଇ ସେହି ମୃତଦେହ ଉପରେ ଗାଡି ଚଢାଇ ନେଇଯାଇଥିଲେ। ବହୁତ ଗୁଡିଏ ଗାଡି ସେହି ମୃତଦେହ ଉପରେ ଯିବା କାରଣରୁ ମୃତଦେହରୁ ମାଂସଖଣ୍ଡ ଏଣେତେଣେ ରାସ୍ତାରେ ଚାରିଆଡେ ପଡିଥିଲା। ମୃତଦେହକୁ ଚିହ୍ନିବା ମଧ୍ୟ କଷ୍ଟକର ହୋଇପଡିଥିଲା। ପୋଲସ ଘଟଣା ସ୍ଥଳରେ ପହଞ୍ଚି କ୍ଷତବିକ୍ଷତ ଅବସ୍ଥାରେ ମୃତଦେହର ଅଂଶବିଶେଷକୁ ଏକାଠି କରିଥିଲା। ଏପର୍ଯ୍ୟନ୍ତ ମୃତବ୍ୟକ୍ତିଙ୍କ ପରିଚୟ ମିଳିପାରୁନାହିଁ।

ସୂଚନାମୁତାବକ, ଶନିବାର ସକାଳେ ମୟୁର ବିହାର ଫ୍ଲାଏଓଭର ନିକଟରେ ଏକ ସଡକ ଦୁର୍ଘଟଣାରେ ଜଣେ ଯୁବକ(୩୫)ଙ୍କ ମୃତ୍ୟୁ ଘଟିଥିଲା। ଏବେ ପୋଲିସ ସିସିଟିଭି ଯାଞ୍ଚ କରି ଘଟଣାର ତଦନ୍ତ କରୁଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.