ଚାଲାକି ଦେଖାଇଲା ଚୀନ୍‌, କାଶ୍ମୀର ପ୍ରସଙ୍ଗରେ ଆଜି ମିଳିତ ଜାତିସଂଘର ସୁରକ୍ଷା ପରିଷଦରେ ଆଲୋଚନା

ଚାଲାକି ଦେଖାଇଲା ଚୀନ୍‌ । ଚୀନ୍‌ର ଦାବି ଉପରେ ମିଳିତ ଜାତିସଂଘର ସୁରକ୍ଷା ପରିଷଦରେ ଜମ୍ମୁ କଶ୍ମୀରରେ ଧାରା ୩୭୦ ଉଚ୍ଛେଦ ନେଇ ଆଲୋଚନା ହେବ । ଆଜି ଦିନ ୧୦ଟାରେ ବନ୍ଦ କୋଠରୀରେ ଆଲୋଚନା କରାଯିବ । ଜମ୍ମୁ କଶ୍ମୀରରେ ଧାରା ୩୭୦ ଉଚ୍ଛେଦ ନେଇ ପାକିସ୍ତାନ ବିଶ୍ୱ ସମୁଦାୟ ଆଗରେ ବାରମ୍ବାର ଅଭିଯୋଗ କରିଛି । ଏସଂପର୍କରେ ଆଲୋଚନା ପାଇଁ ପାକିସ୍ତାନ ବିଦେଶ ମନ୍ତ୍ରୀ, ଜାତିସଂଘର ସୁରକ୍ଷା ପରିଷଦ ଅଧ୍ୟକ୍ଷଙ୍କୁ ଚିଠି ଲେଖିଥିଲେ । ଏହି ମାମଲାରେ ଆଲୋଚନା ପାଇଁ ଶୀଘ୍ର ଜରୁରୀ ବୈଠକ ଡାକିବା ପାଇଁ ସେ ଅନୁରୋଧ କରିଥିଲେ । ଚୀନ୍‌ ମଧ୍ୟ ପାକିସ୍ତାନର ଏହି ପ୍ରସଙ୍ଗ ଉପରେ ଆଲୋଚନା କରିବାକୁ ଦାବି କରିଥିଲା । ତେବେ ଆଜି ଏହି ପ୍ରସଙ୍ଗରେ ଆଲୋଚନା ହେବ ବୋଲି ମିଳିତ ଜାତିସଂଘ ସୁରକ୍ଷା ପରିଷଦ ଅଧ୍ୟକ୍ଷ ଜୋଆନା ରୋକୋନାକା ସୂଚନା ଦେଇଛନ୍ତି । ଚୀନ୍‌ ପକ୍ଷରୁ ମଧ୍ୟ ଜାତିସଂଘର ସୁରକ୍ଷା ପରିଷଦ ଅଧ୍ୟକ୍ଷଙ୍କୁ ଚିଠି ଲେଖାଯାଇଥିଲା । ଭାରତ କହିଛି, କଶ୍ମୀର ପ୍ରସଙ୍ଗର ସମାଧାନ ଦ୍ୱିପାକ୍ଷିକ ଆଲୋଚନା ଓ ସିମଲା ରାଜିନାମା ମାଧ୍ୟମରେ ହୋଇପାରିବ । ସୁପ୍ରିମକୋର୍ଟରେ ମଧ୍ୟ ଧାରା ୩୭୦ ଉଛେଦ ନେଇ ସୁପ୍ରିମକୋର୍ଟରେ ଶୁଣାଣି ହେବ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.