ଜନ୍ମ ପ୍ରମାଣପତ୍ର ପାଇଁ ଲାଞ୍ଚ ନ ଦେବାରୁ ଶିଶୁଙ୍କ ବୟସକୁ ୧୦୪ ବର୍ଷ ବୋଲି ଲେଖିଲେ ବିଡିଓ

ଲାଞ୍ଚ ନ ଦେବାରୁ ଏକ ଶିଶୁର ବୟସକୁ ୧୦୪ ବର୍ଷ ବୋଲି ଲେଖିଛନ୍ତି ବିଡିଓ। ଏଭଳି ବିଚିତ୍ର ଘଟଣା ଦେଖିବାକୁ ମିଳିଛି ଉତ୍ତର ପ୍ରଦେଶର ବରେଲୀର ଶାହାଜାହାନ୍‌ପୁରର ବେଲା ଗାଁରେ। ଏନେଇ ବିଡିଓ ଓ ସରପଞ୍ଚଙ୍କ ବିରୋଧରେ ମାମଲା ରୁଜୁ କରିବା ପାଇଁ ବରେଲୀ ଅଦାଲତ ନିର୍ଦ୍ଦେଶ ଦେଇଛନ୍ତି।

bribe

ଅଭିଯୋଗ କରିଥିବା ରାଜୀବ ସକ୍‌ସେନା କହିଛନ୍ତି ରେ ଶାହାଜାହାନପୁରର ବେଲା ଗ୍ରାମନିବାସୀ ପବନ କୁମାର ପ୍ରାୟ ୨ ମାସ ପୂର୍ବରୁ ନିଜ ଭଣଜା ଶୁଭ(୪ ବର୍ଷ) ଓ ସଙ୍କେତ (୨ ବର୍ଷ)ଙ୍କ ଜନ୍ମପ୍ରମାଣ ପତ୍ର ତିଆରି କରି ପାଇଁ ଅନ୍‌ଲାଇନ୍‌ରେ ଆବେଦନ କରିଥିଲେ। ମାତ୍ର ବିଡିଓ ସୁଶୀଲ ଚନ୍ଦ୍ର ଅଗ୍ନିହୋତ୍ରୀ ଓ ସରପଞ୍ଚ ପ୍ରବୀଣ ମିଶ୍ର ପ୍ରତି ଶିଶୁଙ୍କ ଜନ୍ମ ପଞ୍ଜିକରଣ ପତ୍ର ପାଇଁ ୫୦୦ ଟଙ୍କା ଲେଖାଏଁ ମାଗିଥିଲେ। ଟଙ୍କା ଦେବାକୁ ପବନ ମନା କରିବାରୁ ଉଭୟେ ମିଶି ବାର୍ଥ ସାର୍ଟିଫିକେଟ୍‌ରେ ଏପଟସେପଟ କରିଦେଇଥିଲେ। ପିଲାଙ୍କ ଜନ୍ମ ପଞ୍ଜିକରଣ ପତ୍ର ତିଆରି କରିଥିଲେ ମଧ୍ୟ ସେଥିରେ ଶୁଭର ଜନ୍ମ ତାରିଖ ୧୩ ଜୁନ୍‌ ୨୦୧୬ ଜାଗାରେ ୧୩ ଜୁନ୍‌ ୧୯୧୬ ଓ ସଙ୍କେତର ଜନ୍ମ ତାରିଖ ୬ ଜାନୁଆରୀ ୨୦୧୮ ଜାଗାରେ ୬ ଜାନୁଆରି ୧୯୧୮ ଲେଖି ପ୍ରମାଣ ପତ୍ର ଜାରି କରିଥିଲେ।

Image result for bribe

ଏନେଇ ଜିଲ୍ଲା ପ୍ରଶାସନରେ ଅଭିଯୋଗ କରାଯାଇଥିଲେ ମଧ୍ୟ ସେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଯିବାରୁ ବାଧ୍ୟ ହୋଇ ପୀଡ଼ିତ ପରିବାର ଅଦାଲତର ଦ୍ୱାରସ୍ଥ ହୋଇଥିଲେ। ଅଦାଲତରେ ବିଚାରପତି ଶୁଣାଣି କରି ବିଡିଓ ଓ ସରପଞ୍ଚଙ୍କ ବିରୋଧରେ ଭ୍ରଷ୍ଟାଚାର ନିବାରଣ ଆଇନ୍‌ ଅନୁସାରେ ମକଦ୍ଦମା ଚଳାଇବାକୁ ନିର୍ଦ୍ଦେଶ ଦେଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.