ଉତ୍ତରପ୍ରଦେଶ: କ୍ୟାବିନେଟ ମନ୍ତ୍ରୀ କମଲ ରାଣୀ ବରୁଣଙ୍କ କରୋନାରେ ପରଲୋକ

ଉତ୍ତରପ୍ରଦେଶ: ଉତ୍ତରପ୍ରଦେଶ କ୍ୟାବିନେଟ ମନ୍ତ୍ରୀ କମଲ ରାଣୀ ବରୁଣଙ୍କ ପରଲୋକ ହୋଇଯାଇଛି । ମିଳିଥିବା ସୂଚନା ଅନୁଯାୟୀ, କରୋନାରେ ଆକ୍ରାନ୍ତ ହୋଇ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି । ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଅଦିତ୍ୟନାଥଙ୍କ ମନ୍ତ୍ରୀମଣ୍ଡଳରେ କମଲ ବୈଷୟିକ ଶିକ୍ଷା ମନ୍ତ୍ରୀ ଥିଲେ । ମୃତ୍ୟୁ ବେଳକୁ ତାଙ୍କୁ ୬୨ ବର୍ଷ ବୟସ ହୋଇଥିଲା । ଦୁଇ ସପ୍ତାହ ତଳେ ଅର୍ଥାତ ଜୁଲାଇ ୧୮ ତାରିଖରେ ସେ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ । ଚିହ୍ନଟ ହେବା ପରେ ଲକ୍ଷ୍ମୌ ସ୍ଥିତ ପିଜିଆଇ ହସପିଟାଲରେ ଆଡମିଟ ହୋଇ ଚିକିତ୍ସିତ ହୋଇ ଆସୁଥିଲେ । ମନ୍ତ୍ରୀ କମଲ ରାଣୀଙ୍କ ବିୟୋଗରେ ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଶୋକ ପ୍ରକାଶ କରିଛନ୍ତି ।

ଭାରତୀୟ ରାଜନିତୀ କ୍ଷେତ୍ରରେ କରୋନା ନିଜ କଳା ଛାୟା ଛାଡିବାରେ ଲାଗିଛି । ଗତକାଲି ରାଜ୍ୟସଭା ସାଂସଦ ଅମର ସିଂହଙ୍କ ମଧ୍ୟ ମୃତ୍ୟୁ ଘଟିଥିଲା । ମୃତ୍ୟୁ ବେଳକୁ ତାଙ୍କୁ ୬୪ ବର୍ଷ ବୟସ ହୋଇଥିଲା । ସେ ଦୀର୍ଘ ୬ ମାସ ହେବ କିଡ୍ନୀ ଜନିତ ରୋଗରେ ପୀଡିତ ହୋଇ ସିଙ୍ଗାପୁର ଠାରେ ଚିକିତ୍ସିତ ହୋଇ ଆସୁଥିଲେ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.