ହୋଲି ପର୍ଯ୍ୟନ୍ତ ସରକାର ମାଗଣାରେ ଦେବେ ତେଲ, ଲୁଣ ଓ ଚିନି: ଜାଣନ୍ତୁ କେଉଁ ରାଜ୍ୟରେ କାର୍ଯ୍ୟକାରୀ ହୋଇଛି ଯୋଜନା

ରାମ ନଗରୀ ଅଯୋଧ୍ୟାରେ ଦୀପୋତ୍ସବ କାର୍ଯ୍ୟକ୍ରମ ସମୟରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏକ ବଡ଼ ଘୋଷଣା କରିଛନ୍ତି। ଯୋଗୀ କହିଛନ୍ତି, କରୋନା ସମୟରେ ଆରମ୍ଭ ହୋଇଥିବା ମାଗଣା ରାସନ ଯୋଜନାକୁ ହୋଲି ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି । ଯୋଗୀଙ୍କ ଏହି ନିଷ୍ପତ୍ତି ଯୋଗୁଁ ଉତ୍ତରପ୍ରଦେଶର ୧୫ କୋଟି ଲୋକ ଉପକୃତ ହେବେ । ତେବେ ଯୋଗୀ ଗହମ ଏବଂ ଚାଉଳ ବ୍ୟତୀତ ମାଗଣା ରାସନ ଯୋଜନା ଅଧୀନରେ ଡାଲି, ତେଲ ଏବଂ ଲୁଣ ଯୋଗାଇବାକୁ ନିଷ୍ପତ୍ତି ନେଇଛନ୍ତି। କରୋନା ଅବଧିରେ ଆରମ୍ଭ ହୋଇଥିବା ପିଏମଜେକେୱାଇ ମାଗଣା ରାସନ ଯୋଜନା ହୋଲି ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି।

ସେ କହିଛନ୍ତି ଯେ, ରାଜ୍ୟର ପ୍ରାୟ ୧୫ କୋଟି ଲୋକ ଏହି ଯୋଜନାର ଲାଭ ପାଇବେ। ମାଗଣା ରାସନ ଯୋଜନାରେ ଉପଲବ୍ଧ ଗହମ ଏବଂ ଚାଉଳ ସହିତ ବର୍ତ୍ତମାନ ଡାଲି, ତେଲ ଏବଂ ଲୁଣ ମଧ୍ୟ ବଣ୍ଟନ କରାଯିବ ବୋଲି ଯୋଗୀ କହିଛନ୍ତି। ସୂଚନା ଥାଉ କି ଯେ କରୋନା ସମୟରେ ଆରମ୍ଭ ହୋଇଥିବା ରାସନ ଯୋଜନାରେ ୧୨୨ ଲକ୍ଷ ମେଟ୍ରିକ୍ ଟନ୍ ଖାଦ୍ୟ ଶସ୍ୟ ବଣ୍ଟନ କରାଯାଇଥିଲା । ଉତ୍ତରପ୍ରଦେଶ ସରକାର ପିଏମଜେକେୱାଇରେ ୨୩୩୯୫୫୬.୭୪୦ ମେଟ୍ରିକ୍ ଟନ୍ ଏବଂ ରାଜ୍ୟ ସରକାରଙ୍କ ପକ୍ଷରୁ ୯୮୫୩୮୮୯.୦୮୫ ମେଟ୍ରିକ୍ ଟନ୍ ରାସନ ବଣ୍ଟନ କରିଛନ୍ତି । ରାଜ୍ୟରେ ପ୍ରାୟ ୩୩୭୦୫୭୫୫ ରାସନ କାର୍ଡଧାରୀ ଅଛନ୍ତି । ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା ଅଧୀନରେ ଚାରୋଟି ପର୍ଯ୍ୟାୟରେ ରାସନ ବଣ୍ଟନ କରାଯାଇଥିଲା ।

ଯୋଗୀ କହିଛନ୍ତି, ପୂର୍ବରୁ ଉତ୍ତର ପ୍ରଦେଶରେ ପଇସା କବରସ୍ତାନର ପାଚେରୀ ନିର୍ମାଣରେ ଖର୍ଚ୍ଚ ହେଉଥିଲା। ଆଜି ମନ୍ଦିରର ପୁନଃନିର୍ମାଣ ଏବଂ ସୌନ୍ଦର୍ଯ୍ୟକରଣ ଉପରେ ଖର୍ଚ୍ଚ ହେଉଛି। ଏହାସହ କହିଛନ୍ତି, ୫ ବର୍ଷ ପୂର୍ବେ ଦୀପୋତ୍ସବ କାର୍ଯ୍ୟକ୍ରମର ଚର୍ଚ୍ଚା ହେଉଥିଲା। ସେତେବେଳେ ଅଯୋଧ୍ୟାରେ ଦୀପାବଳିରେ କୌଣସି ବଡ କାର୍ଯ୍ୟକ୍ରମ ହେବାର ନଥିଲା। ଏବେ କିନ୍ତୁ ଅଯୋଧ୍ୟାରେ ଦୀପାବଳି ବଡ ଉତ୍ସବ ଭାବେ ହୋଇଛି। ଲକ୍ଷ୍ମୌ, ଆଗ୍ରା, କାଶୀ ଏବଂ ପ୍ରୟାଗରେ ଭବ୍ୟତା ସହିତ ଏହି କାର୍ଯ୍ୟକ୍ରମର ପାଳନ କରାଯାଉଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.