ପ୍ରବଳ ବରଫପାତ ଯୋଗୁ କେଦାରନାଥରେ ଫସିଲେ ଯୋଗୀ ଆଦିତ୍ୟ ନାଥ ଓ ତ୍ରିବେନ୍ଦ୍ର ସିଂହ ରାଓ୍ଵତ୍‌

ପ୍ରବଳ ବରଫପାତ ଯୋଗୁ ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଓ ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀ ତ୍ରିବେନ୍ଦ୍ର ସିଂହ ରାଓ୍ଵତ କେଦାରନାଥରେ ଫସିଯାଇଛନ୍ତି। ପାଗ ବଦଳିବା ପରେ ସେମାନେ ବଦ୍ରୀନାଥ ପାଇଁ ଯାତ୍ରା କରିବେ ବୋଲି ଜଣାଯାଇଛି।


ସୂଚନାଯୋଗ୍ୟ ଯେ ଯୋଗୀ ଓ ରାଓ୍ଵତ ରବିବାର କେଦାରନାଥ ଧାମରେ ପହଞ୍ଚିଥିଲେ। ସେଠାରୁ ସୋମବାର ସକାଳେ ସେମାନେ କେଦାରନାଥ ଯାଇ କପାଟ ବନ୍ଦ ହେବା ପ୍ରକ୍ରିୟା ଦର୍ଶନ କରିଛନ୍ତି। ଏ ଅବସରରେ ଯୋଗୀ ଆଦିତ୍ୟନାଥ ବରଫପାତର ମଜା ଉଠାଇଛନ୍ତି। ପୋଲିସ ଅଧୀକ୍ଷକ ନବନୀତ ସିଂହ ଭୁଲ୍ଲରଙ୍କ ତରଫରୁ ମିଳିଥିବା ସୂଚନାନୁସାରେ ଖରାପ ପାଣିପାଗ ଯୋଗୁ ଏବେ ମୁଖ୍ୟମନ୍ତ୍ରୀ କେଦାରନାଥରେ ଅଟକିଛନ୍ତି। ପାଗ ଟିକେ ଭଲ ହେଲେ ସେ ସେଠାରୁ ବଦ୍ରୀନାଥ ଯିବେ।

yogi2

ବାବାଙ୍କ ଦର୍ଶନ ପାଇଁ ଯିବା ଅବସରରେ ଯୋଗୀ ଆଦିତ୍ୟ ନାଥ କହିଛନ୍ତି ବାବା କେଦାରନାଥଙ୍କ ଆଦେଶ ପାଇବା ପରେ ମୁଁ ତାଙ୍କ ଦର୍ଶନ କରିବାକୁ ଚାଲି ଆସିଲି। ମୁଁ ଯେବେ ବି ପ୍ରତିଦିନ ପୂଜାରେ ବସେ ମୋତେ କେଦାରନାଥ ଧାମ ଦିଶେ। ଦୁଇ ଦିନ ପୂର୍ବରୁ ହିଁ ମୋତେ ଶ୍ରୀଚରଣ ଦର୍ଶନ କରିବାକୁ ନିମନ୍ତ୍ରଣ ମିଳିଲା ଓ ମୁଁ ଚାଲି ଆସିଲି। ଏଠାରେ ପହଞ୍ଚି ମୁଁ ନିଜକୁ ଧନ୍ୟ ମନେ କରୁଛି ବୋଲି ଯୋଗୀ ଆଦିତ୍ୟନାଥ କହିଛନ୍ତି। ପ୍ରକାଶ ଯେ ଆଜି କେଦାରନାଥଙ୍କ କପାଟ ବନ୍ଦ ପ୍ରକ୍ରିୟା ସକାଳ ୫.୩୦ରେ ରୀତିନୀତି ଅନୁସାରେ ଅନୁଷ୍ଠିତ ହୋଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.