ଦାଢ଼ି କାଟିବା ପରେ ପୁଣିଥରେ ଡ୍ୟୁଟିରେ ଯୋଗ ଦେଲେ ପୋଲିସ ସବ୍‌ଇନ୍ସପେକ୍ଟର, କିଛିଦିନ ତଳେ ହୋଇଥିଲେ ସସ୍‌ପେଣ୍ଡ

ଦାଢ଼ି କାଟିବା ପରେ ପୁଣିଥରେ ଡ୍ୟୁଟିରେ ଯୋଗ ଦେଇଛନ୍ତି ଉତ୍ତର ପ୍ରଦେଶର ବାଘପତରେ ସବ୍‌ଇନ୍ସପେକ୍ଟର ଭାବେ କାର୍ଯ୍ୟରତ ଇନ୍ତସାର ଅଲ୍ଲୀ। ବିନା ଅନୁମତିରେ ଦାଢ଼ି ରଖିଥିବାରୁ ନିକଟରେ ତାଙ୍କୁ ସସ୍‌ପେଣ୍ଡ କରାଯାଇଥିଲା।। ମାତ୍ର ଦାଢ଼ି କାଟିବା ପରେ ପୁଣିଥରେ ତାଙ୍କୁ ଡ୍ୟୁଟିରେ ଯୋଗ ଦେବାକୁ ଅନୁମତି ମିଳିଥିବା ଜଣାଯାଇଛି।

ଏନେଇ ପୋଲିସ ଅଧୀକ୍ଷକ କହିଛନ୍ତି ସବ୍‌ ଇନ୍‌ସପେକ୍ଟର ଅଲ୍ଲୀଙ୍କ ତରଫରୁ ଏକ ପ୍ରାର୍ଥନା ପତ୍ର ଦାଖଲ କରାଯାଇଥିଲା। ସେ ପତ୍ର ମାଧ୍ୟମରେ କହିଥିଲେ ‘ପୋଲିସ ନିୟମ ଅନୁସାରେ ସେ ଦାଢ଼ି କାଟିଛନ୍ତି। ଏଣୁ ତାଙ୍କ ସସ୍‌ପେଣ୍ଡକୁ ପ୍ରତ୍ୟାହାର କରାଯାଉ’। ତାଙ୍କ ଅନୁରୋଧ ପରେ ତାଙ୍କ ଉପରୁ ନିଲମ୍ବନକୁ ପ୍ରତ୍ୟାହାର କରାଯାଇଛି। ନିଲମ୍ବିତ ହେବା ପରେ ଅଲ୍ଲୀ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଦାଢ଼ି ରଖିବାକୁ ଅନୁମତି ମାଗିଥିଲି କିନ୍ତୁ କିଛି ଜବାବ ମିଳିନଥିଲା।

police2

ପ୍ରକାଶ ଯେ ପୋଲିସ ନିୟମ ଅନୁସାରେ କେବଳ ଶିଖ ସମ୍ପ୍ରଦାୟର ବ୍ୟକ୍ତି ବିଶେଷଙ୍କୁ ଦାଢ଼ି ରଖିବାକୁ ଅନୁମତି ମିଳେ। ଏହା ବ୍ୟତୀତ କେହି ବି ଦାଢ଼ି ରଖିପାରିବେ ନାହିଁ। ଯଦି କେହି ଦାଢ଼ି ରଖିବାକୁ ଚାହାନ୍ତି ତେବେ ତାଙ୍କୁ ଅନୁମତି ନେବାକୁ ପଡ଼େ। କିନ୍ତୁ ଇନ୍ତସାରା କାହା ଅନୁମତି ନ ନେଇ ଦାଢ଼ି ରଖିଥିଲେ। ଦାଢ଼ି କାଟିବାକୁ ତାଙ୍କୁ ୩ ଥର ଚେତାବନୀ ମଧ୍ୟ ମିଳିଥିଲା। କିନ୍ତୁ ସେ ନ ମାନିବାରୁ ତାଙ୍କୁ ନିଲମ୍ବିତ କରାଯାଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.