ପୋଲିସ ବାବୁଙ୍କୁ ମହଙ୍ଗା ପଡିଗଲା ପରକୀୟା ପ୍ରେମ, ପ୍ରମୋସନ ହେବା ବଦଳରେ ହେଲା ଡିମୋସନ୍‌

ପୋଲିସ ବାବୁଙ୍କୁ ମହଙ୍ଗା ପଡ଼ିଲା ପରକୀୟା ପ୍ରେମ । ପ୍ରେମ କରି ଫସିଲେ ପୋଲିସ ବାବୁ। ହୋଟେଲ ରୁମ୍‌ରୁ ପ୍ରେମିକା ସହ ହାତାହାତି ଧରାପଡିଲେ। ଘରେ ସ୍ତ୍ରୀ ଥାଉ ଥାଉ ଅନ୍ୟ ଜଣେ ମହିଳା ପୋଲିସ କର୍ମଚାରୀଙ୍କ ସହ କରୁଥିଲେ ପରକୀୟା ପ୍ରେମ । ଯାହାଫଳରେ ପ୍ରମୋସନ ହେବା ବଦଳରେ ତାଙ୍କର ହୋଇଛି ଡିମୋସନ୍‌। ଡିଏସ୍‌ପିରୁ ପାଲଟିଛନ୍ତି କନଷ୍ଟେବଳ। ହଁ ଆଜ୍ଞା କଥାଟାକୁ ଶୁଣି ଆପଣଙ୍କୁ ଅଡୁଆ ଲାଗୁଥାଇପାରେ । କାରଣ ସାଧାରଣତଃ ଲୋକମାନଙ୍କର ଚାକିରିରେ ପଦୋନ୍ନତି ହେଉଥିବା ଆପଣମାନେ ଶୁଣିଥିବେ । କିନ୍ତୁ ଘଟିଛି ଅଲଗା କଥା ।

ଉତ୍ତର ପ୍ରଦେଶର ଉନ୍ନାଓରେ ଜଣେ ପୋଲିସ ଅଧିକାରୀଙ୍କୁ ପରକୀୟା ପ୍ରିତି ମହଙ୍ଗା ପଡ଼ିଛି। ଅଧିକାରୀଙ୍କ ପରକୀୟାପ୍ରିତି ଧରାପଡ଼ିବା ପରେ ଡେପୁଟି ଏସ୍‌ପି ରାଙ୍କରୁ ସିଧାସଳଖ ସେ କନଷ୍ଟେବଳକୁ ଖସି ଆସିଛନ୍ତି। ଉତ୍ତରପ୍ରଦେଶ ଉନ୍ନାଓରେ ଡିଏସପି ଥିବା କୃପା ଶଙ୍କର କନୌଜିଆଙ୍କର ପଦାବନତି ହୋଇ ସେ କନଷ୍ଟେବଳ ପଦରେ ମୁତୟନ ହୋଇଛନ୍ତି ।

ପରକୀୟ ପ୍ରୀତି ସଂପର୍କରେ ଅଭିଯୋଗ ଆସିବାରୁ ତାଙ୍କ ବିରୋଧରେ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ଘଟଣାଟି ୩ ବର୍ଷ ତରଳର । ୨୦୨୧ ଜୁଲାଇ ୬ ତାରିଖରେ ପାରିବାରିକ କାରଣ ଦର୍ଶାଇ ଉନ୍ନାଓ ଏସ୍‌ପିଙ୍କ ଠାରୁ ଛୁଟି ମାଗିଥିଲେ। କିନ୍ତୁ ଛୁଟି ମଞ୍ଜୁର ହେବା ପରେ ଘରକୁ ଯିବା ପରିବର୍ତ୍ତେ ସେ ଅନ୍ୟତ୍ର ଚାଲି ଯାଇଥିଲେ। ସେ କାନପୁରର ଏକ ହୋଟେଲରେ ଚେକ୍‌ ଇନ୍‌ କରିଥିଲେ। ତାଙ୍କ ସହିତ ଜଣେ ମହିଳା କନଷ୍ଟେବଳ ମଧ୍ୟ ଥିଲେ। ଏହି ସମୟ ମଧ୍ୟରେ ସେ ଉଭୟ ବ୍ୟକ୍ତିଗତ ଏବଂ ସରକାରୀ ମୋବାଇଲ ନମ୍ବର ବନ୍ଦ କରିଦେଇଥିଲେ। ତାଙ୍କର ଦୁଇଟି ଯାକ ନମ୍ବର ବନ୍ଦ ଥିବାରୁ ଚିନ୍ତାରେ ପଡ଼ିଥିଲେ ତାଙ୍କ ସ୍ତ୍ରୀ।

ଏହାପରେ ଚିନ୍ତିତ ପତ୍ନୀ ଜାଣିବାକୁ ପାଇଥିଲେ ଯେ ତାଙ୍କ ସ୍ୱାମୀ ଛୁଟି ନେଇ ଘରକୁ ଯାଇଛନ୍ତି। କିନ୍ତୁ ଦୀର୍ଘ ସମୟ ପରେ ବି ସେ ପହଞ୍ଚି ନଥିବାରୁ ତାଙ୍କ ଚିନ୍ତା ଆହୁରି ବଢ଼ି ଯାଇଥିଲା। ଏହା ପରେ ସେ ଏନେଇ ଉନ୍ନାଓ ଏସପିଙ୍କୁ ଭେଟି ସ୍ୱାମୀଙ୍କୁ ଖୋଜିବା ପାଇଁ ସାହାଯ୍ୟ ମାଗିଥିଲେ। ପରେ ଏସ୍‌ପି ତାଙ୍କ କୃପା ଶଙ୍କରଙ୍କ ମୋବାଇଲ ନମ୍ବର ଟ୍ରେସ୍‌ କରିବାକୁ ଆଦେଶ ଦେଇଥିଲେ। ପରେ ସେ ଏକ ହୋଟେଲରେ ଥିବା ଜଣାପଡ଼ିଥିଲା। ଏହାପରେ ପୋଲିସ ସେଠାରେ ପହଞ୍ଚିଥିଲା। ତଲାସି ବେଳେ ସିସିଟିଭି ଫୁଟେଜରେ ନଜର ଆସିଥିଲେ ନିଜ ପ୍ରେମିକା ସହ ନଜର ଆସିଥିଲେ ପୋଲିସ ବାବୁ। ଏହାପରେ ଜଣେ ମହିଳା କର୍ମଚାରୀଙ୍କ ସହ ହୋଟେଲ ରୁମ୍‌ରୁ କୃପା ଶଙ୍କରଙ୍କୁ ଅନ୍‌ ଦ ସ୍ପଟ୍‌ ଧରା ହୋଇଥିଲା ।

ଉଭୟ କୃପା ଶଙ୍କର ଓ ମହିଳା କର୍ମଚାରୀ ପୂର୍ବରୁ ବିବାହିତ । ତେବେ ଏହି ମାମଲା ସାମ୍ନାକୁ ଆସିବା ପରେ ରାଜ୍ୟ ସରକାର ସମଗ୍ର ମାମଲାର ସମୀକ୍ଷା କରି କୃପା ଶଙ୍କର କାନୌଜିଆଙ୍କୁ ସର୍କଲ ଅଫିସରରୁ ପୁଣି ଥରେ କନଷ୍ଟେବଳ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ଉନ୍ନାଓରେ ବିଘାପୁରର CO ଥିବା କୃପା ଶଙ୍କର କାନୌଜିଆଙ୍କୁ ବର୍ତ୍ତମାନ କନଷ୍ଟେବଳ କରାଯାଇଛି । କୃପାଶଙ୍କରଙ୍କୁ ପଦାବନତି କରାଯାଇ ଗୋରଖପୁର ପିଏସର ୨୬ ବାଟାଲିଅନରେ ନୂତନ ଭାବେ ପୋଷ୍ଟିଂ କରାଯାଇଛି ।

ସତରେ ୟାକୁ ହିଁ କୁହନ୍ତି କର୍ମ । ଆଉ ସମୟ ବଡ ବଳବାନ୍‌ । କାଲି ସେ କଣ ଥିଲେ ଆଉ ଆଜି ସେ କେଉଁଠି ପହଁଚିଲେ । ସେଥିପାଇଁ କୁହନ୍ତି କର୍ମ ସବୁବେଳେ ଫେରିକି ଆସେ ।

You might also like