ଏବେଠୁ ଲୋକଙ୍କୁ ମାଗଣାରେ ବିଦ୍ୟୁତ ଯୋଗାଇ ପାରନ୍ତି ଯୋଗୀ ସରକାର! ଏହା ଉପରେ ଜଲଦି ହୋଇପାରେ ବିଚାର

ଉତ୍ତର ପ୍ରଦେଶ ରାଜ୍ୟ ବିଦ୍ୟୁତ ଉପଭୋକ୍ତା ପରିଷଦ ରାଜ୍ୟର ୩ କୋଟି ବିଦ୍ୟୁତ ଉପଭୋକ୍ତାଙ୍କ ତରଫରୁ ମୁଖମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏବଂ ନବଗଠିତ ମନ୍ତ୍ରୀ ପରିଷଦକୁ ଧନବାଦ ଜଣାଇଛି। ଏଥି ସହିତ ଭରସା ଦେଇଛି ଯେ ଚାଷୀମାନଙ୍କୁ ମାଗଣା ବିଦ୍ୟୁତ ଏବଂ ଘରୋଇ ଉପଭୋକ୍ତାମାନଙ୍କୁ ଶସ୍ତା ବିଦ୍ୟୁତ ଦେବା ଦିଗରେ ସରକାର ଜଲଦି ବିଚାର କରିବେ।

ପରିଷଦ ଅଧ୍ୟକ୍ଷ ଅବଧେଶ କୁମାର ବର୍ମା କହିଛନ୍ତି, ରାଜ୍ୟ ସରକାର ନିଜ ସଂକଳ୍ପ ପତ୍ରର ଘୋଷାଣା ଉପରେ ଜଲଦି ନିଷ୍ପତ୍ତି ନିଅନ୍ତୁ। ଖାସ୍ କରି, ରାଜ୍ୟର ୧୩ ଲକ୍ଷ କ୍ଷକଙ୍କୁ ମାଗଣା ବିଦ୍ୟୁତ ଦିଆଯିବା ଘୋଷଣା ଉପରେ। ସେ ରାଜ୍ୟ ସରକାରଙ୍କ ନିକଟରେ ଦାବି କରିଛନ୍ତି ଯେ ଘରୋଇ ଉପଭୋକ୍ତାମାନଙ୍କୁ ମଧ୍ୟ ଶସ୍ତା ବିଜୁଳି ମିଳୁ, ଏଥିପାଇଁ ବିହିତ ପଦକ୍ଷେପ ଗ୍ରହଣ କରାଯାଉ। ରାଜ୍ୟ ଉପଭୋକ୍ତାମାନଙ୍କର ବିଦ୍ୟୁତ କମ୍ପାନୀଗୁଡ଼ିକ ଉପରେ ପାଖାପାଖି ୨୦୫୦୦ କୋଟି ଟଙ୍କା ଖର୍ଚ୍ଚ ହେଉଛି।

ସେ କହିଛନ୍ତି କି, ବିଦ୍ୟୁତ କମ୍ପାନୀଗୁଡ଼ିକ ଦ୍ବାରା ବିଦ୍ୟୁତ ନିୟାମକ ଆୟୋଗରେ ବାର୍ଷିକ ରାଜସ୍ବ ଆବଶକତା (ଏଆରଆର) ଦାଖଲ କରାଯାଇ ସାରିଛି। ବହୁତ ଜଲଦି କମ୍ପାନୀଗୁଡ଼ିକ ଟାରିଫ୍ ପ୍ରସ୍ତାବ ବି ଦାଖଲ କରିବେ। ଏମିତିରେ ଉତ୍ତର ପ୍ରଦେଶ ସରକାର ଆଗକୁ ବିଜୁଳି ଦର କିପରି ହ୍ରାସ କରାଯାଇ ପାରିବ, ତାହା ଉପରେ ବିଚାର କରିବା ଉଚିତ ବୋଲି ଅବଧେଶ କୁମାର ବର୍ମା କହିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.