ରାକ୍ଷୀପୂର୍ଣିମାରେ ଯୋଗୀ ସରକାରଙ୍କ ଉପହାର, ମାଗଣାରେ ମହିଳାମାନେ ବସ୍‌ରେ କରିପାରିବେ ଯାତ୍ରା

ରାକ୍ଷୀପୂର୍ଣିମା ଅବସରରେ ଉତ୍ତରପ୍ରଦେଶ ସରକାର ମହିଳାମାନଙ୍କୁ ଦେଇଛନ୍ତି ଉପହାର । ରକ୍ଷାବନ୍ଧନ ଦିନ ଯେଉଁ ଯୁବତୀମାନେ ବସ୍‌ରେ ଯାତ୍ରା କରିବେ, ସେମାନଙ୍କୁ ଯାତ୍ରା ଶୁକ୍ଳ ଦେବାକୁ ପଡିବନାହିଁ ଘୋଷଣା କରିଛନ୍ତି ଯୋଗୀ ସରକାର। ୟୁପି ପରିବହନ ବିଭାଗ ପକ୍ଷରୁ ଟ୍ଵିଟ୍‌ କରାଯାଇଯାଇ ଏହି ସୂଚନା ପ୍ରଦାନ କରାଯାଇଛି। ୟୁପିରେ ଗତ ଦୁଇବର୍ଷରେ ବିଜେପି ସରକାର ରାକ୍ଷୀ ଦିନ ଏହି ଉପହାର ମହିଳାମାନଙ୍କୁ ଦେଇଆସୁଛି।

ସୂଚନା ମୁତାବକ, ୟୁପି ପରିବହନ ନିଗମର ପ୍ରବନ୍ଧ ନିର୍ଦ୍ଦେଶକ ଡା. ରାଜଶେଖର କହିଛନ୍ତି, ୧୪ ଅଗଷ୍ଟ ରାତି ୧୨ଟାରୁ ୧୫ ଅଗଷ୍ଟ ରାତି ୧୨ଟା ପର୍ଯ୍ୟନ୍ତ ସବୁ ରୁଟରେ ଚାଲୁଥିବା ବସରେ ମହିଳା ଯାତ୍ରୀଙ୍କୁ ଏହି ମୁକ୍ତ ସେବା ମିଳିବ। ରାଜଶେଖରଙ୍କ କହିବାନୁଯାୟୀ, ରକ୍ଷାବନ୍ଧନ ଉତ୍ସବକୁ ଆଖି ଆଗରେ ରଖି ୧୩ ରୁ ୧୮ ଅଗଷ୍ଟ ପର୍ଯ୍ୟନ୍ତ ଦିଲ୍ଲୀ, ମେରଠ, ଆଗ୍ରା, ସାହାରନପୁର, ବରେଲୀ, ଲକେ୍ଷ୍ନୗ, କାନପୁର, ପ୍ରୟାଗରାଜ, ଗୋରଖପୁର ଏବଂ ବାରଣାସୀ ଆଦି ସହରରେ ଅତିରିକ୍ତ ବସ ସେବା ପ୍ରଦାନ କରିବା ପାଇଁ ନିର୍ଦ୍ଦେଶକ ମଧ୍ୟ ଦେଇଛନ୍ତି। ଏହିଦିନ ପରିବହନ ବିଭାଗର ସବୁ ଅଫିସରମାନଙ୍କୁ ସ୍ୱତନ୍ତ୍ର ବ୍ୟବସ୍ଥା ଏବଂ ଆପାତ୍ତକାଳୀନ ସ୍ଥିତିରେ ପ୍ରସ୍ତୁତ ରହିବା ପାଇଁ ରାଜ୍ୟ ପରିବହନ ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଏହାଛଡା ବସ୍‌ ଗୁଡିକରେ ଉତ୍ତମ ସେବା ଯୋଗାଇପାଇଁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.