ମେଡିସିନ ଷ୍ଟୋରରେ ଅତର୍କିତ ପରିଦର୍ଶନ କଲେ ଉତ୍ତର ପ୍ରଦେଶ ସ୍ୱାସ୍ଥ୍ୟ ମନ୍ତ୍ରୀ, ଜବତ କଲେ ୧୬ କୋଟିର ଏକ୍ସପାରୀ ମେଡିସିନ

ଲକ୍ଷ୍ନୌ : ଉତ୍ତର ପ୍ରଦେଶ ଟ୍ରାନ୍ସପୋର୍ଟ ନଗରରେ ଥିବା ମେଡିକାଲ ସପ୍ଲାଏ କର୍ପୋରେସନ ଅଧୀନସ୍ଥ ଏକ ମେଡିସିନ ଷ୍ଟୋରରେ ମିଳିଥିବା ମେଡିସିନ ରାଜ୍ୟ ସ୍ୱାସ୍ଥ୍ୟ ମନ୍ତ୍ରୀକୁ ଚକିତ କରିଛି । ଏହି ମେଡିସିନକୁ ଦେଖିବାପରେ ଏହା କ’ଣ ଏମ ସିମେଣ୍ଟ ଦୋକାନ ବୋଲି ମନ୍ତ୍ରୀ ପ୍ରଶ୍ନ କରିଛନ୍ତି । ଏକ ଅତର୍କିତ ପରିଦର୍ଶନ ବେଳେ ମନ୍ତ୍ରୀ ବ୍ରଜେଶ ପାଠକ ଏଠାରୁ ପ୍ରାୟ ୧୬ କୋଟି ଟଙ୍କାର ନଷ୍ଟ ହୋଇଯାଇଥିବା ମେଡିସିନ ପାଇଛନ୍ତି । ଯାହାକୁ ଦେଖି ସେ ଚିକିତ ହୋଇଛନ୍ତି ।

ଇଂଜେକସନ ସବୁର ସମୟ ସୀମା ପଳାଇ ଯାଇଥିବା ଦେଖିବାକୁ ପାଇବା ପରେ,ଏ ସବୁକୁ କ’ଣ ଲୋକଙ୍କୁ ମାରିବାକୁ ରଖିଛ ବୋଲି ପ୍ରଶ୍ନ କରିଥିଲେ । ଏହି ସବୁ ମେଡିସିନ କ’ଣ ପାଇଁ ରଖାଯାଇଥିଲା ବୋଲି ପ୍ରଶ୍ନ କରିବା ସହ ଏହାର ସମ୍ପୂର୍ଣ୍ଣ ବିବରଣୀ ୩ ଦିନ ଭିତରେ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ଏହି ସବୁ ମେଡିସିନକୁ ଲୋକଙ୍କ ବ୍ୟବହାର ପାଇଁ ହସପିଟାଲକୁ ପଠାଯିବା କଥା । ହେଲେ ଏହା କଣ ପାଇଁ ପଠାଯାଇନଥିଲା ବୋଲି ମନ୍ତ୍ରୀ ପ୍ରଶ୍ନ କରିଛନ୍ତି । ମେଡିସିନ ସବୁକୁ ଆବଶ୍ୟକୀୟ ଟେମ୍ପରଚରରେ ରଖାଯାଇ ନଥିବା ମଧ୍ୟ ତଦନ୍ତ ବେଳେ ମନ୍ତ୍ରୀ ଦେଖିବାକୁ ପାଇଥିଲେ । ସମସ୍ତ ତଦନ୍ତକୁ ଭିଡଓ କରାଯାଇଥିବା ଜଣାଯାଇଛି । ଏହାର ଅନୁସନ୍ଧାନ ପାଇଁ ମନ୍ତ୍ରୀ ଏକ ତଦନ୍ତ କମିଟି ଗଠନ କରିଥିବା ଜଣାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.