ବିବାହର ୫ମାସ ପରେ ଜାଣିଲେ ବୋହୂ କନ୍ୟା ନୁହେଁ ବରଂ କିନ୍ନର

ମୁଜ୍ଜାଫରନଗର: ବିବାହ ହେଲା। ହେଲେ ୫ମାସ ପରେ ଜଣାପଡିଲା କନ୍ୟା ରୂପରେ ଆସିଥିବା ବୋହୂ ହେଉଛି କିନ୍ନର। ଏଭଳି ଅଭାବନୀୟ ଘଟଣା ଘଟିଛି ଉତ୍ତରପ୍ରଦେଶର ମୁଜ୍ଜାଫରନଗରରେ । ଦୀର୍ଘ ୫ମାସ ପରେ ଜଣାପଡିଲା , କନ୍ୟା ବେଶରେ ଆସିଥିବା ଯୁବତୀ ନୁହେଁ କିନ୍ନର ପାଲଟିଛନ୍ତି ଘରର ବୋହୂ । ଘଟଣା ସାମ୍ନାକୁ ଆସିବାପରେ ସମସ୍ତ ଇଲାକାରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି। ଶିକ୍ଷିତ ବୋହୂ ଘରକୁ ଆସିବାପରେ ଶାଶୂଘର ଲୋକେ ବହୁତ ଖୁସି ଥିଲେ। ମାତ୍ର ସତ ଜାଣିବା ପରେ ଏବେ ଘର ଲୋକ ଅସନ୍ତୁଷ୍ଟ। ଘରେ ବୋହୂ ରଖିବା ପାଇଁ ସେମାନେ ଅରାଜି। ଏଥିପାଇଁ କିନ୍ନର ଜଣଙ୍କ ଶାଶୂଘର ଲୋକଙ୍କ ବିରୋଧରେ ଥାନାରେ ଅଭିଯୋଗ କରିଛନ୍ତି।

ଉତ୍ତରପ୍ରଦେଶର ମୁଜ୍ଜାଫରନଗରରେ ରହୁଥିବା ଯୁବକ ଜଣକ ୨୦୨୦ ଅକ୍ଟୋବର ୨୮ ତାରିଖରେ ସହାରନପୁର ନିବାସୀ ଯୁବତୀଙ୍କୁ ବିବାହ କରିଥିଲେ। ହସଖୁସିରେ ଘରକୁ ଆସିଥିଲେ। ସୂଚନା ଅନୁଯାୟୀ, କନ୍ୟା ଜଣକ ବିବାହାର କିଛି ମାସ ପର୍ଯ୍ୟନ୍ତ ସ୍ୱାମୀଠୁ ଦୂରେଇ ରହୁଥିଲେ। ବାରମ୍ବାର ଏଭଳି ପରିସ୍ଥିତି ଦେଖି ଯୁବକଙ୍କୁ ସନ୍ଦେହ ହେଲା। ଶେଷରେ ଯାଞ୍ଚ କରିବା ପରେ ଜଣାପଡିଲା ଯେ ଯୁବତୀ ଜଣଙ୍କ କିନ୍ନର।

8787

ଖବର ଶୁଣିବା ପରେ ପାରିବାରରେ ଅଶାନ୍ତି ଆରମ୍ଭ ହୋଇଛି । କିନ୍ନର ପରିବାର ଲୋକେ ମିଛ କହି କିନ୍ନରକୁ ଯୁୁବତୀ ବେଶରେ ସଜାଇ ବିବାହ କରିବା ଅଭିଯୋଗରେ ଯୁବକ ଜଣଙ୍କ ଥାନାରେ ଅଭିଯୋଗ କରିଛନ୍ତି। ଶୁକ୍ରବାର କିନ୍ନରଙ୍କୁ ଶାଶୂଘର ଲୋକ ବନ୍ଦୀ କରିଥିବାର ଅଭିଯୋଗ ଥାନାରେ କରାଯାଇଥିଲା। ଘଟଣାସ୍ଥଳକୁ ଇନସେ୍ପକ୍ଟର ଏଚ୍‌ଏନ୍‌ ସିଂ ଆସି ଘଟଣାକୁ ଆୟତ୍ତ କରିଥିଲେ ।

Leave A Reply

Your email address will not be published.