ପ୍ରେମ କାହାଣୀରେ ନୁଆ ଟ୍ବିଷ୍ଟ, ପ୍ରେମିକ ଘରୁ ସ୍ୱାମୀ ପାଖକୁ ଫେରିଲେ ସ୍ତ୍ରୀ

ଘଟଣାଟି ପୁରା ଫିଲ୍ମ ଷ୍ଟାଇଲର କାହାଣୀ ପରି । ପୂର୍ବରୁ ଆମେ ଆପଣଙ୍କୁ ଭିଡିଓ ମାଧ୍ୟମରେ ଦେଖାଇଥିଲୁ ଜଣେ ସ୍ୱାମୀ ସ୍ତ୍ରୀର ପ୍ରେମ ସମ୍ପର୍କରେ ବିରକ୍ତ ହୋଇ ତାଙ୍କ ସ୍ତ୍ରୀଙ୍କୁ ପ୍ରେମିକ ସହିତ ବିବାହ କରାଇ ଦେଇଥିଲେ । ଏହା ସହ ସ୍ବାମୀ ଜଣକ ନିଜ ଦୁଇ ପିଲାଙ୍କୁ ଲାଳନ ପାଳନ କରିବାକୁ ମଧ୍ୟ ନିଷ୍ପତ୍ତି ନେଇଥିଲେ । ଯାହା ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହୋଇଥିଲା । ଏବେ ଏଇ ପ୍ରେମ କାହାଣୀରେ ନୁଆ ଟ୍ବିଷ୍ଟ ଆସିଛି । ପ୍ରେମିକ ଘରୁ ସ୍ୱାମୀ ପାଖକୁ ଫେରିଲେ ସ୍ତ୍ରୀ ।
ଜଣେ ସ୍ବାମୀ ତା ସ୍ତ୍ରୀର ଅନ୍ୟ ପୁରୁଷ ସହ ସମ୍ପର୍କ ରହିବା କଥା ଜାଣିବା ପରେ ସ୍ତ୍ରୀକୁ ସେହି ପୁରୁଷ ସହ ବିବାହ କରାଇଥିଲେ । ଯେତେବେଳେ ସ୍ତ୍ରୀ ତାଙ୍କ ନୁଆ ଶାଶୁ ଘରକୁ ଯାଇଥିଲେ ତାଙ୍କ ଶାଶୁ ତାଙ୍କୁ ଫେରାଇ ଦେଇଥିଲେ । ପିଲା ଏବଂ ସ୍ୱାମୀଙ୍କ ସମସ୍ୟାକୁ ବିଚାର କରି, ଶାଶୁ ମାଆ ଏହି ନିଷ୍ପତ୍ତି ନେଇଛନ୍ତି । ବର୍ତ୍ତମାନ ଏହି ଘଟଣାଟି ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି ।
ୟୁପିର ସନ୍ଥ କବୀର ନଗରର ଧନଘାଟା ଥାନା ଅଞ୍ଚଳର ଏକ ଗାଁର ଜଣେ ଯୁବକ ତାଙ୍କ ସ୍ତ୍ରୀଙ୍କ ପ୍ରେମ ସମ୍ପର୍କରେ ଏତେ ବିରକ୍ତ ହୋଇଗଲେ ଯେ ସେ ନିଜେ ତାଙ୍କ ପ୍ରେମିକଙ୍କ ସହ ତାଙ୍କର ବିବାହ କରାଇ ଦେଲେ । ସେ ଏହା ମଧ୍ୟ କହିଥିଲେ ଯେ ସେ ତାଙ୍କ ପିଲାମାନଙ୍କୁ ନିଜେ ପାଳନ କରିବେ ବୋଲି । ଏହି ସମୟରେ, ଯେତେବେଳେ ଏହି ଖବର ସୋସିଆଲ ମିଡିଆରେ ଭାଇରାଲ ହେଲା, ଲୋକମାନେ ତାଙ୍କୁ ଗାଳି ଦେବା ଆରମ୍ଭ କଲେ ।
ଯେଉଁ ପୁରୁଷ ନିଜ ସ୍ତ୍ରୀକୁ ତାଙ୍କ ପ୍ରେମିକ ସହିତ ବିବାହ ଦେଇଥିଲେ, ସେ ମଧ୍ୟ ମାନସିକ ଭାବରେ ଅସ୍ଥିର ଅନୁଭବ କରିବାକୁ ଲାଗିଲେ । ଯେତେବେଳେ ପ୍ରେମିକର ମାଆ ଏହା ଜାଣିପାରିଲେ, ସେ ତାଙ୍କ ପୁଅକୁ ବହୁତ ବୁଝାଇଥିଲେ । ଏହା ସହିତ, ସେ ତାଙ୍କ ବୋହୂଙ୍କ ସହ ବସି କଥା ହୋଇଥିଲେ । ତାଙ୍କର ବିଭିନ୍ନ ସମ୍ପର୍କର ଉଦାହରଣ ଦେଇ ଏବଂ ତାଙ୍କୁ ଉଚ୍ଚ ଏବଂ ନିମ୍ନ ଦିଗକୁ ନେଇ ଅନେକ କିଛି କହିଥିଲେ । ଯେପରି ସେ ତାଙ୍କ ସ୍ୱାମୀ ଏବଂ ପିଲାମାନଙ୍କ ପାଖକୁ ଫେରିଯିବାକୁ ରାଜି ହୋଇଯିବେ ।
ଏହା ପରେ, ସୋମବାର ରାତିରେ ହିଁ ସ୍ତ୍ରୀ ତାଙ୍କ ସ୍ୱାମୀ ଏବଂ ପିଲାମାନଙ୍କ ପାଖକୁ ଫେରି ଆସିଲେ ସ୍ତ୍ରୀ ଜଣକ । ଏହି ପ୍ରସଙ୍ଗରେ ଧନଘାଟା ଥାନା ଭାରପ୍ରାପ୍ତ ରାମକୃଷ୍ଣ ମିଶ୍ରଙ୍କ ସହ ଯୋଗାଯୋଗ କରାଯିବାରୁ ସେ କହିଛନ୍ତି ଯେ ଏ ସମ୍ପର୍କରେ ତାଙ୍କ ପାଖରେ କୌଣସି ଅଭିଯୋଗ ଆସିନାହିଁ । ଯଦି କୌଣସି ଅଭିଯୋଗ ଆସେ, ଆବଶ୍ୟକୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଥିଲେ । ଶେଷରେ ନିଜ ଭୁଲ ବୁଝିପାରି ନୂଆ ସଂସାର ଗଢ଼ିବା ଆଗରୁ ପୁରୁଣା ସଂସାରକୁ ଫେରି ଆସିଥିଲେ ସ୍ତ୍ରୀ ଜଣକ । କିନ୍ତୁ ଏପରି ଭୁଲ୍ କାମ କରିବା ପୂର୍ବରୁ ଥରେ ତାଙ୍କର ପିଲାଙ୍କ କଥା ଭାବିବାର ଥିଲା ।
Also Read:ଚାକିରି କରାଇ ଦେବ କହି ଲୋକଙ୍କ ଠାରୁ ଲକ୍ଷାଧିକ ଟଙ୍କା ଲୁଟୁଥିଲା ନକଲି ପୋଲିସ