ୟୁପି: ଶୋଇଥିବା ବେଳେ କାଟିଦେଲେ ଯୁବକଙ୍କ ଯୌନାଙ୍ଗ, ଜବରଦସ୍ତ କରିଦେଲେ ଲିଙ୍ଗ ପରିବର୍ତ୍ତନ

ଉତ୍ତର ପ୍ରଦେଶର ମୁଜଫରନଗରରୁ ଆସିଛି ଏକ ଆଶ୍ଚର୍ଯ୍ୟ କଲା ଭଳି ମାମଲା । ଏଠାରେ ନିଦରେ ଶୋଇଥିବା ବେଳେ ଜଣେ ଯୁବକଙ୍କ ଲିଙ୍ଗ ପରିବର୍ତ୍ତନ କରି ଦିଆଯାଇଛି । ଯେତେବେଳେ ଯୁବକ ନିଦରୁ ଉଠିଥିଲେ, ସେତେବେଳେ ତାଙ୍କ ହୋଶ୍‌ ଉଡ଼ିଯାଇଥିଲା । ତାଙ୍କୁ କୁହାଯାଇଥିଲା କି, ଏବେ ସେ ପୁଅ ନୁହନ୍ତି, ବରଂ ଝିଅ । ଏହି ଘଟଣାରେ ପୀଡ଼ିତ ଯୁବକ ଜଣେ ମଧ୍ୟ ବୟସ୍କ ବ୍ୟକ୍ତିଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆଣିଛନ୍ତି ।

ଯୁବକ ଅଭିଯୋଗ କରିଛନ୍ତି ଯେ ଉକ୍ତ ବ୍ୟକ୍ତି ହିଁ ତାଙ୍କ ସହିତ କୁକର୍ମ କରିଛନ୍ତି ଏବଂ ତାଙ୍କ ଲିଙ୍ଗ ପରିବର୍ତ୍ତନ କରାଇଛନ୍ତି । ସେପଟେ ଘଟଣାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଛି । ଭାରତୀୟ କିସାନ ୟୁନିୟନ (ବିକେୟୁ) ଏ ନେଇ ବିରୋଧ ପ୍ରଦର୍ଶନ କରିଛି ।

ସ୍ଥାନୀୟ ଏକ ମେଡିକାଲ କଲେଜରେ ଏହି ଘଟଣା ଘଟିଥିବା କୁହାଯାଉଛି । ଏଠାରେ ଜଣେ ୨୦ ବର୍ଷୀୟ ଯୁବକ ଅଭିଯୋଗ କରିଛନ୍ତି କି, ଜୁନ୍‌ ୩ରେ ବ୍ୟକ୍ତି ତାଙ୍କୁ ଧୋକା ଦେଇଛନ୍ତି । ସେ ମେଡିକାଲ କଲେଜର ଡାକ୍ତରମାନଙ୍କୁ ତାଙ୍କ ସର୍ଜରୀ କରାଇବା ପାଇଁ ରାଜି କରାଇଥିଲେ ।

ଗତ ଦୁଇ ବର୍ଷ ହେବ ବ୍ୟକ୍ତି ଜଣକ ତାଙ୍କୁ ଧମକାଇ ଆସୁଥିଲେ ଏବଂ ତାଙ୍କ ସହିତ କୁକର୍ମ କରୁଥିଲେ । ସେ କହିଛନ୍ତି, ତାଙ୍କର କିଛି ମେଡିକାଲ ସମସ୍ୟା ରହିଛି, ଯେଉଁଥିପାଇଁ ହସ୍ପିଟାଲରେ ଚିକିତ୍ସାର ଆବଶ୍ୟକତା ଥିଲା । ବ୍ୟକ୍ତି ଜଣକ ତାଙ୍କୁ ମେଡିକାଲ କଲେଜ ଆଣିଥିଲେ । ଏଠାରେ ଡାକ୍ତରମାନେ ତାଙ୍କୁ ଆନାସ୍ଥେସିଆ ଦେଇ ବେହୋଶ୍‌ କରିଥିଲେ । ଏହାପରେ ଅପରେସନ କରି ତାଙ୍କ ଲିଙ୍ଗ ପରିବର୍ତ୍ତନ କରି ଦେଇଥିଲେ ।

You might also like