ସରକାରୀ କର୍ମଚାରୀଙ୍କ ହାତରେ ଜୋତା ପିନ୍ଧୁଛନ୍ତି ଯୋଗୀଙ୍କ ମନ୍ତ୍ରୀ, ଭିଡିଓ ଭାଇରାଲ୍ ପରେ ଶୁଣାଇଲେ ରାମ ଏବଂ ଭରତଙ୍କ କାହାଣୀ

ବିବାଦରେ ଯୋଗୀଙ୍କ ମନ୍ତ୍ରୀ । ସରକାରୀ କର୍ମଚାରୀଙ୍କ ଦ୍ବାରା ଜୋତା ପିନ୍ଧୁଛନ୍ତି ଉତ୍ତରପ୍ରଦେଶର ମନ୍ତ୍ରୀ ଲକ୍ଷ୍ମୀ ନାରାୟଣ । ଏହାର ଭିଡିଓ ଏବେ ସୋସିଆଲ୍ ମିଡିଆରେ ଖୁବ୍ ଭାଇରାଲ୍ ହେବାରେ ଲାଗିଛି । ଘଟଣାଟି ହେଉଛି ଅନ୍ତରାଷ୍ଟ୍ରୀୟ ଯୋଗ ଦିବସର । ଏକ ସମାରୋହରେ ଯୋଗ ଦେବାକୁ ଯାଇଥିଲେ ମନ୍ତ୍ରୀ । ଏହା ପରେ ଫେରିବା ସମୟରେ ଜଣେ ସରକାରୀ କର୍ମଚାରୀ ତଳେ ବସି ମନ୍ତ୍ରୀଙ୍କୁ ଜୋତା ପିନ୍ଧାଉଛନ୍ତି । ଆଉ ପାଖରେ ଛିଡା ହୋଇଥିବା ଦୁଇ ଜଣ ବ୍ୟକ୍ତି ଲକ୍ଷ୍ମୀ ନାରାୟଣଙ୍କ ହାତ ଧରି ଛିଡା ହୋଇଛନ୍ତି ।

ତେବେ ଏହି ଭିଡିଓ ସାମ୍ନାକୁ ଆସିବା ପରେ ଅଜବ ଯୁକ୍ତି ରଖିଛନ୍ତି ଲକ୍ଷ୍ମୀ ନାରାୟଣ । ଆଉ ଶୁଣାଇଛନ୍ତି ରାମ ଏବଂ ଭରତଙ୍କ କାହାଣୀ । କହିଛନ୍ତି ଆମେ ସେହି ଦେଶରେ ରହୁଛୁ ଯେଉଁଠି ଭାଇ, ଭଣଜା କିମ୍ବା ପରିବାରର କୌଣସି ସଦସ୍ୟ ଆମକୁ ଜୋତା ପିନ୍ଧାଇଥାନ୍ତି । ଯେଉଁଠି ରାମଙ୍କ କଠଉ ରଖି ଭରତ ୧୪ ବର୍ଷ ଗାଦି ସମ୍ଭାଳିଥିଲେ । ତେଣୁ ଏକଥାକୁ ନେଇ ସମସ୍ତେ ଗର୍ବ କରିବା ଉଚିତ୍ ।

Leave A Reply

Your email address will not be published.