ସକାଳେ ହେଲା ମୃତ୍ୟୁ, ସନ୍ଧ୍ୟାରେ ଖବର ଆସିଲା ସରପଞ୍ଚ ନିର୍ବାଚନ ଜିତିଛନ୍ତି ବିମଳା ଦେବୀ

ମୃତ୍ୟୁ ପରେ ଆସିଲା ବିଜୟର ସୂଚନା। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଉତ୍ତର ପ୍ରଦେଶର ଦେବରିୟାର ଭାଗଲପୁରରେ। ଏଠାକାର କପୁରୀ ଏକୌନା ଗ୍ରାମ ପଞ୍ଚାୟତର ସରପଞ୍ଚ ପ୍ରାର୍ଥୀ ବିମଳାଙ୍କର ସକାଳେ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଥିଲା। କିନ୍ତୁ ସନ୍ଧ୍ୟାରେ ଯେତେବେଳେ ନିର୍ବାଚନ ଫଳାଫଳ ପ୍ରକାଶ ପାଇଲା ସେତେବେଳେ ଜଣାପଡ଼ିଲା ଯେ ସେ ବିଜୟୀ ହୋଇଛନ୍ତି। ବିମଳାଙ୍କ ମୃତ୍ୟୁ ପରେ ଗାଁରେ ଶୋକର ଛାୟା ଖେଳିଯାଇଛି।

ସୂଚନାଯୋଗ୍ୟ ଯେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ କପୁରୀ ଏକୌନା ଗ୍ରାମ ପଞ୍ଚାୟତର ସରପଞ୍ଚ ପାଇଁ ମହିଳା ପ୍ରାର୍ଥୀଙ୍କ ପାଇଁ ସିଟ୍ ସଂରକ୍ଷିତ କରାଯାଇଥିଲା। ଏହି ପଞ୍ଚାୟତରୁ ୫ ଜଣ ପ୍ରାର୍ଥୀ ନିର୍ବାଚନ ଲଢ଼ୁଥିଲେ। ସେଥି ମଧ୍ୟରେ ବିମଳା ଦେବୀ(୫୫), ଚନ୍ଦା ଦେବୀ, ଶୋଭା ଦେବୀ, ଆଶା ଦେବୀ ଓ ସର୍ବପ୍ରଭା ଦେବୀ ନିଜ ଭାଗ୍ୟ ପରୀକ୍ଷା କରିଥିଲେ।

ସେମାନଙ୍କ ମଧ୍ୟରୁ ସମାଜସେବୀ ରାମ ମନୋହର ତ୍ରିପାଠୀଙ୍କ ପତ୍ନୀ ବିମଳା ଦେବୀଙ୍କ ସ୍ବାସ୍ଥ୍ୟ ଅବସ୍ଥା ଶନିବାର ଅଚାନକ ବିଗିଡ଼ି ଯାଇଥିଲା। ପରେ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ତାଙ୍କୁ ଅମ୍ଳଜାନ ଦିଆଯାଇଥିଲେ ବି କିଛି ଲାଭ ହୋଇନଥିଲା। ରବିବାର ସକାଳେ ତାଙ୍କ ମୃତ୍ୟୁ ଘଟିଥିଲା। ସୂଚନାଯୋଗ୍ୟ ଯେ ବିମଳା ଦେବୀଙ୍କୁ ୫୫୬ ଭୋଟ୍ ମିଳିଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.