ଏମିତି କାମ କରି ହୃଦୟକୁ ଛୁଇଁଗଲେ କନେଷ୍ଟବଳ, ଜାଣିଲେ ଆପଣ ହୋଇଯିବେ ଆଶ୍ଚର୍ଯ୍ୟ
ଆମେ ଯେତେବେଳେ ଜୀବନରେ ସଫଳତା ହାସଲ କରିଦେଉ, ଅନ୍ୟ ଲୋକଙ୍କ ସମ୍ପର୍କରେ ଭାବିବା ବନ୍ଦ କରିଦେଇଥାଉ । ହେଲେ ଏମିତି କିଛି ଲୋକ ଅଛନ୍ତି ଯେଉଁମାନେ ସମାଜରେ ସଫଳତା ହାସଲ କଲେ ମଧ୍ୟ ଅନ୍ୟ ଲୋକଙ୍କ କଥା ଚିନ୍ତା କରିଥାନ୍ତି । ଉତ୍ତର ପ୍ରଦେଶ ବିଜିନୋର ଜିଲ୍ଲାର ଜଣେ ପୋଲିସ କର୍ମୀ ଲୋକଙ୍କ ପାଇଁ ଉଦାହରଣ ସାଜିଛନ୍ତି । ପୋଲିସରେ ଭର୍ତ୍ତି ହେବା ପରେ ସେ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି । ସେ ମାଗଣାରେ ପିଲାଙ୍କୁ ପଢ଼ାଇବାର କାର୍ଯ୍ୟ ଭାର ନେଇଛନ୍ତି ।
କନେଷ୍ଟବଳ ମାଗଣାରେ ପଢ଼ାଇଲେ ପାଠ
ଉକ୍ତ କନେଷ୍ଟବଳ ଜଣକ ବିଜନୌରରେ ଏବେ ମାଗଣା ପାଠଶାଳା ଆରମ୍ଭ କରିଛନ୍ତି । ଯେଉଁଠି ପ୍ରାୟ ୧୫୦ ରୁ ଉର୍ଦ୍ଧ୍ୱ ଛାତ୍ର ପାଠ ପଢ଼ିବା ପାଇଁ ଆଶୁଛନ୍ତି । ଏଥିସହ ପ୍ରତିଯୋଗିତା ପାଇଁ ପ୍ରସ୍ତୁତି ହେଉଥିବା ପ୍ରାର୍ଥି ମଧ୍ୟ ତାଙ୍କୁ ସହଯୋଗ କରିବା ପାଇଁ ଆସୁଛନ୍ତି । ଏହି ଭଲ କାମ ପାଇଁ ତାଙ୍କୁ ବହୁତ ପ୍ରଶଂସା ମିଳିବାରେ ଲାଗିିଛି ।
Bijnor, Uttar Pradesh | I decided to teach students free of cost soon after joining the UP police. 150 students study here while people preparing for competitive exams help in teaching them. We’ve over 35 such schools in the region, says police constable Vikas Kumar (12.09) pic.twitter.com/xTWMqm6ebP
— ANI UP/Uttarakhand (@ANINewsUP) September 12, 2022
ସ୍ଥାନୀୟ ଲୋକେ କନେଷ୍ଟବଳ ବିକାଶଙ୍କ ପାଖକୁ ତାଙ୍କ ପିଲାଙ୍କୁ ପଢ଼ାଇବା ପାଇଁ ପଠାଉଛନ୍ତି । ଯେପରି ତାଙ୍କ ପିଲା ଭଲ ପାଠ ପଢ଼ିପାରିବେ । ଏବେ ଏଠାରେ ପ୍ରାୟ ୩୫ ରୁ ଅଧିକ ସ୍କୁଲର ପିଲା ପାଠ ପଢ଼ିବାକୁ ଆସୁଛନ୍ତି । ବିକାଶଙ୍କ ଏହି ମହତ କାର୍ଯ୍ୟ ପାଇଁ ଆଖପାଖରେ ତାଙ୍କର ନାମ ଚର୍ଚ୍ଚା ହେବାରେ ଲାଗିଛି ।