ନ୍ୟାୟ ପାଇଁ ନିଜ ପୋଷା କୁକୁରର ଶବକୁ ଧରି ଥାନାରେ ପହଞ୍ଚିଲେ ମହିଳା

ନିକଟରେ ଉତ୍ତର ପ୍ରଦେଶରେ ଏକ ଅଜବ ଘଟଣା ଘଟିଛି | ନିଜ ପଡୋଶୀ ବିରୋଧରେ ହତ୍ୟାର ଅଭିଯୋଗ ଆଣିଛନ୍ତି ଜଣେ ମହିଳା । ଅବଶ୍ୟ ହତ୍ୟା କୌଣସି ମଣିଷର ନୁହେଁ, ଏକ କୁକୁରର । ଏହି ମହିଳା ଜଣକ ନିଜ ପୋଷା କୁକୁରର ଶବକୁ ଧରି ପୋଲିସ ନିକଟରେ ପହଞ୍ଚି ଥିଲେ । ଆଉ ନିଜ ପଡୋଶୀ ମାନଙ୍କ ଉପରେ ହିଁ ଏହାର ହତ୍ୟାର ଆରୋପ ଲଗାଇଛନ୍ତି । ମହିଳାଙ୍କ କହିବା ଅନୁଯାୟୀ ପଡୋଶୀଙ୍କ ସହ ଏକ ବିବାଦ କାରଣରୁ ହିଁ ପଡୋଶୀ ଜଣକ ତାଙ୍କ କୁକୁରକୁ ମାରିଦେଇଛନ୍ତି । ତାଙ୍କ କହିବା ଅନୁଯାୟୀ ଗତ ଅକ୍ଟୋବର ୮ ତାରିଖରେ ତାଙ୍କର ନିଜ ପଡୋଶୀଙ୍କ ସହ ଝଗଡା ହୋଇଥିଲା । ମହିଳା ଜଣକ ଏହା ମଧ୍ୟ କହିଛନ୍ତିକି ଝଗଡା ପରେ ପଡୋଶୀ ଜଣକ ତାଙ୍କ ଘର ଭିତରକୁ ଜୋର ଜବରଦସ୍ତ ପଶିବାକୁ ଚେଷ୍ଟା କରିଥିଲେ ।

ଏହାସହ ପଢନ୍ତୁ: ଚୀନ୍ ରାଷ୍ଟ୍ରପତିଙ୍କ ପାଇଁ ସାଉଥ ଇଣ୍ଡିଆନ୍ ଥାଳି, ଜାଣନ୍ତୁ ଏଥିରେ କେଉଁ ବଞ୍ଜନ ଥିଲା ସାମିଲ୍

ସେହି ସମୟରେ ଘରେ ଥିବା କୁକୁର ତାଙ୍କ ଉପରେ ଭୁକିବା ଆରମ୍ଭ କରିଦେଇଥିଲା । ଏହି ଘଟଣାରେ ଉତ୍ତ୍ୟକ୍ତ ହୋଇ ପଡୋଶୀ ଜଣକ ଏକ ଲମ୍ବା ବାଡ଼ିରେ କୁକୁରଟିକୁ ପିଟିବା ଆରମ୍ଭ କରିଥିଲେ । ଅତ୍ୟନ୍ତ ମାଡ ଖାଇବା ଦ୍ୱାରା କୁକୁର ଟିର ମୃତ୍ୟୁ ହୋଇଥିବା ଜଣାଯାଇଛି । କୁକୁରର ପ୍ରକୃତ ମାଲିକାଣି ନିଜ ପଡୋଶୀଙ୍କୁ ଦୋଷୀ ସାବ୍ୟସ୍ତ କରିବା ପାଇଁ ନିଜ କୁକୁରର ଶବକୁ ପ୍ରମାଣ ସ୍ୱରୂପ ଭାବେ ନେଇ ସେହି ଜିଲ୍ଲାର ଏସପିଙ୍କ ନିକଟକୁ ଯାଇଥିଲେ । ଏହା ସହ ପଡୋଶୀଙ୍କୁ ଅତିଶୀଘ୍ର ଗିରଫ କରିବା ପାଇଁ ମଧ୍ୟ ଦାବି କରିଛନ୍ତି । ଏହା ସହ ମହିଳା ଜଣକ ଏକ ବିରାଟ ଆବେଦନ ପତ୍ର ମଧ୍ୟ ପ୍ରସ୍ତୁତ କରିଛନ୍ତି । ଏହାକୁ ନେଇ ଥାନାରେ ଏକ ମାମଲା ମଧ୍ୟ ଦାୟର କରାଯାଇଛି । ଏଥିନେଇ ଆଗକୁ ତଦନ୍ତ ମଧ୍ୟ ଜାରି ରହିବ ବୋଲି ପୋଲିସ ତରଫରୁ ସ୍ପଷ୍ଟ କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.