ୟୁପି : ସାବତ ଝିଅକୁ ମାରିଦେଲା ମା’, ସ୍ୱାମୀଙ୍କ ଅଭିଯୋଗରେ ହେଲା ଗିରଫ

ବରେଲି : ଜଣେ ୭ ବର୍ଷର ଝିଅକୁ ତା’ର ସାବତ ମା’ ମାରିଦେଇଥିବା ନେଇ ଅଭିଯୋଗ ହୋଇଛି । ଝିଅକୁ ମାରିଦେବାର କାରଣ ମଧ୍ୟ ଥିଲା ବଡ ବିଚିତ୍ର । କାରଣ ସ୍ୱାମୀ ପତ୍ନୀଙ୍କୁ ସମୟ ଦେଉନଥିଲା । ଉତ୍ତର ପ୍ରଦେଶ ବାହେଡି ଅଂଚଳରେ ଘଟିଛି ଏହି ଘଟଣା ।

ପୋଲିସ ସୂଚନା ଅନୁଯାୟୀ, ଘନଶ୍ୟାମ ନାମକ ଜଣେ ଶ୍ରମିକ ସ୍ତ୍ରୀ ମୃତ୍ୟୁ ପରେ ୩ ବର୍ଷ ପୂର୍ବେ ଜଣେ ବିଧବା ଭାରତୀ ଦେବୀକୁ ଦ୍ୱିତୀୟ ବିବାହ କରିଥିଲେ । ବିଧବା ଜଣକ ନିଜ ସହିତ ୪ ବର୍ଷର ପୁଅ ଓ ବର୍ଷକର ଝିଅ ମଧ୍ୟ ସାଙ୍ଗରେ ନେଇ କରି ଆସିଥିଲେ ।

ପ୍ରଥମ ପତ୍ନୀଙ୍କ ଝିଅକୁ ଅଧିକ ଭଲ ପାଉଥିବାରୁ ଏଥିରେ ଦ୍ୱିତୀୟ ପତ୍ନୀ ଖୁସି ନଥିଲା । ଏହି ରାଗରେ ସେ ନିଦରେ ଶୋଇଥିବା ବେଳେ ସାବତ ଝିଅକୁ ମାରିଦେଇଥିବା ନେଇ ଘନଶ୍ୟାମ ପୋଲିସ ଆଗରେ ପ୍ରକାଶ କରିଛନ୍ତି । ଭାରତୀ ମଧ୍ୟ ତାର ଦୋଷ ସ୍ୱୀକାର କରିଛି ।

ପାରିପାର୍ଶ୍ୱିକ ପରିସ୍ଥିତି ସହ ଭାରତୀର ବୟାନ ମେଳ ଖାଉଥିବାରୁ ଏହା ଏକ ହତ୍ୟା ମାମଲା ବୋଲି ପୋଲିସ କହିଛି । ପୋଲିସ ଘନଶ୍ୟାମର ଦ୍ୱିତୀୟ ପତ୍ନୀକୁ ହତ୍ୟା ଅପରାଧରେ ଗିରଫ କରିଛି । ମୃତ ଝିଅର ଶବ ବ୍ୟବଚ୍ଛେଦ ପାଇଁ ପଠାଇ ତଦନ୍ତ ଜାରି ରଖିଛି ।

Leave A Reply

Your email address will not be published.