ନଜର ପକାନ୍ତୁ ବର୍ତ୍ତମାନର କିଛି ପ୍ରମୁଖ ଖବର ଉପରେ

-ମୋଦିଙ୍କ ସମର୍ଥକଙ୍କୁ ‘ଷ୍ଟୁପିଡ୍‌’ କହିଲେ କଂଗ୍ରେସ ସୋସିଆଲ ମିଡିଆ ମୁଖ୍ୟ ଦିବ୍ୟ ସ୍ପନ୍ଦନ । ଏହି ମନ୍ତବ୍ୟ ପରେ କଂଗ୍ରେସ-ବିଜେପି ବାକ୍‌ଯୁଦ୍ଧ ଆହୁରି ବଢ଼ିବାର ସମ୍ଭାବନା ରହିଛି ।

-ଦିଲ୍ଲୀ ପୋଲିସ୍‌ ଘାଜିପୁର ଅଞ୍ଚଳରୁ ବିପୁଳ ପରିମାଣରେ ଏନ୍‌ସିଆରଟି ପାଠ୍ୟପୁସ୍ତକ ଜବତ କରିଛି । ଏସବୁ ପୁସ୍ତକ ମୂଳ କପିରୁ ଜାଲ୍‌ ଭାବେ ଛାପି ବିକ୍ରି ପାଇଁ ରହିଥିଲା । ଏଥିରେ ନବମ, ଦଶମ ଓ ଦ୍ୱାଦଶ ଶ୍ରେଣୀର ଅନେକ ବହି ରହିଛି ।

-ମିଳିତ ଭାବେ ୬ଟି ଆଣବିକ ଶକ୍ତି କେନ୍ଦ୍ର ସ୍ଥାପନ ପାଇଁ ଭାରତ ଓ ଆମେରିକା ମଧ୍ୟରେ ଚୁକ୍ତି ସ୍ୱାକ୍ଷର ହୋଇଛି । ଭାରତର ବୈଦେଶିକ ବିଭାଗ ସଚିବ ବିଜୟ ଗୋଖଲେଙ୍କ ଆମେରିକା ଗସ୍ତ ଅବସରରେ ଏଥିପାଇଁ ଉଭୟ ଦେଶ ରାଜି ହୋଇଛନ୍ତି ।

-ବିଜେଡି ଇସ୍ତାହାର କମିଟି ଘୋଷଣା କଲେ ଦଳ ମୁଖ୍ୟ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବେଦପ୍ରକାଶ ଅଗ୍ରଓ୍ଵାଲ କମିଟିର ଅଧ୍ୟକ୍ଷ ରହିଛନ୍ତି ।

-ଆସନ୍ତା ୨୦ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ କାଳବୈଶାଖୀର ପ୍ରଭାବ ରହିବ । ତେଣୁ ୪ରୁ ୫ ଡିଗ୍ରୀ ଯାଏ ତାତି କମିବ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି ।

-ଆଜି ଦିନ ଆରମ୍ଭରୁ ସେନସେକ୍ସରେ ବୃଦ୍ଧି ଘଟିଛି । ସକାଳେ ଏହା ୫୮ ପଏଣ୍ଟ ବଢ଼ି ୩୭,୮୧୦ ପଏଣ୍ଟରେ ପହଞ୍ଚିଥିଲା । ପରେ ଏହା ୩୭,୭୧୫କୁ ଖସି ଆସିଛି । ସେହିପରି ନିଫଟି ୧୧,୩୨୩ ପଏଣ୍ଟରୁ ୧୧,୩୪୧କୁ ଖସି ଆସିଛି ।

-ଭାରତ ବିପକ୍ଷରେ ଦିନିକିଆ ସିରିଜ୍‌ ବିଜୟରେ ବେଶ୍‌ ଖୁସି ଅଛନ୍ତି ଅଷ୍ଟ୍ରେଲିଆ ଦଳର ଅଧିନାୟକ ଆରୋନ୍‌ ଫିଞ୍ଚ୍‌ । ସେ କହିଛନ୍ତି ଆମ ଦଳ ୨-୦ରେ ପଛୁଆ ରହିବା ପରେ ଯେପରି ପ୍ରତ୍ୟାବର୍ତ୍ତନ କରି ଜିତିଲା ତାକୁ ଏବେବି ମୁଁ ବିଶ୍ୱାସ କରି ପାରୁନାହିଁ ।

-ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜୀବନୀ ଉପରେ ଆଧାରିତ େଓ୍ଵବ୍‌ ସିରିଜ୍‌ ଆସନ୍ତା ଏପ୍ରିଲ ମାସରେ ରିଲିଜ୍‌ ହେବ । ଏହି େଓ୍ଵବ୍‌ ସିରିଜ୍‌ର ଟାଇଟଲ୍‌ ରହିଛି ‘ମୋଦି’ । ଲୋକସଭା ନିର୍ବାଚନ ପରିପ୍ରେକ୍ଷୀରେ ଏହାକୁ ରିଲିଜ୍‌ କରାଯାଉଛି । ଅଭିନେତା ମହେଶ ଠାକୁର ମୋଦିଙ୍କ ଭୂମିକାରେ ଅଭିନୟ କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.