ଅପରାହ୍ନର ଆଉ କିଛି ତାଜା ଖବର

୧-ଶ୍ରୀଲଙ୍କାରେ ପୁଣି ବିସ୍ଫୋରଣ । ରାଜଧାନୀ କଲମ୍ବୋ ଠାରୁ ପ୍ରାୟ ୪୦ କିଲୋମିଟର ଦୂର ପୁଗାଡ଼ା ସହରରେ ଏହି ବିସ୍ଫୋରଣ ଘଟିଛି । ଏ ନେଇ ସବିଶେଷ ସୂଚନା ମିଳି ନାହିଁ । ଆଇଏସ୍‌ଆଇଏସ୍‌ ଦ୍ୱାରା ଚାରି ଦିନ ତଳେ କରାଯାଇଥିବା ସିରିଜ୍‌ ବିସ୍ଫୋରଣରେ ଶ୍ରୀଲଙ୍କାରେ ୩୫୯ ଜଣଙ୍କର ମୃତ୍ୟୁ ହୋଇଥିଲା ।

୨-ନିର୍ବାଚନ ପ୍ରଚାର ବେଳେ ଆଜି ସମାଜବାଦୀ ପାର୍ଟି ନେତା ଅଖିଳେଶ ଯାଦବ କହିଛନ୍ତି, କଂଗ୍ରେସ ଆମ ସହିତ ବିଶ୍ୱାସଘାତକତା କରିଛି ।

୩- ଗତ ୪ ବର୍ଷ ମଧ୍ୟରେ ରେଳ ଯାତ୍ରା ବେଳେ ଯାତ୍ରୀଙ୍କ ଠାରୁ ଜବରଦସ୍ତ ଟଙ୍କା ଆଦାୟ ଅଭିଯୋଗରେ ୭୩ ହଜାର କିନ୍ନର ଗିରଫ ହୋଇଛନ୍ତି । କେବଳ ଗତ ବର୍ଷ ଏହି ଗିରଫ ସଂଖ୍ୟା ଥିଲା ୨୦,୦୦୦ ।

୪-ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରକୁ ଝଟ୍‌କା । କାନ୍ଧରେ ଆଘାତ ଯୋଗୁଁ ଆଇପିଏଲ୍‌ରେ ବାକି ମ୍ୟାଚ୍‌ ଖେଳି ପାରିବେ ନାହିଁ । ପେସ୍‌ ବୋଲର୍‌ ଷ୍ଟେନ୍‌ ଆସିବା ପରେ ଆରସିବିର ଭାଗ୍ୟ ବଦଳିଥିଲା ।

୫-‘ଅଂଗରେଜୀ ମିଡିୟମ’ ଫିଲ୍ମରେ କରିନା କପୁର ଜଣେ ମହିଳା ପୋଲିସ୍‌ ଭୂମିକାରେ ଅଭିନୟ କରିବେ । ଏହି ଫିଲ୍ମରେ ଇରଫାନ୍‌ ଖାନ୍‌ ନାୟକ ଭାବେ ଅଭିନୟ କରୁଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.