ଏନ୍‌ଡିଏ ମେଣ୍ଟରେ ଫାଟ, କେନ୍ଦ୍ରମନ୍ତ୍ରୀ ପଦ ଛାଡିଲେ ଆର୍‌ଏଲ୍‌ଏସ୍‌ପି ମୁଖ୍ୟ ଉପେନ୍ଦ୍ର କୁଶଓ୍ଵାହ

ନୂଆଦିଲ୍ଲୀ : ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ଏନ୍‌ଡିଏ ମେଣ୍ଟରେ ବଢୁଛି ଫାଟ । ଦୁର୍ବଳ ହେଉଛି ବିଜେପି ନେତୃତ୍ୱୀଧୀନ ମେଣ୍ଟ । ଟିଡିପି ପରେ ବାଏ ବାଏ କଲା ରାଷ୍ଟ୍ରୀୟ ଲୋକ ସମତା ପାର୍ଟି ଆର୍‌ଏଲ୍‌ଏସ୍‌ପି । ଏହି ଘୋଷଣା କରିଛନ୍ତି ଆର୍‌ଏଲ୍‌ଏସ୍‌ପି ମୁଖ୍ୟ ଉପେନ୍ଦ୍ର କୁଶଓ୍ଵାହ । କେନ୍ଦ୍ରମନ୍ତ୍ରୀ ପଦ ଛାଡ଼ିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପାଖକୁ ପଠାଇଛନ୍ତି ଇସ୍ତଫାପତ୍ର । କୁଶଓ୍ଵାହା ମାନବ ସମ୍ବଳ ବିକାଶ ମନ୍ତ୍ରାଳୟର ରାଷ୍ଟ୍ରମନ୍ତ୍ରୀ ଥିଲେ । ଆଗାମୀ ଲୋକସଭା ନିର୍ବାଚନରେ ବିହାରରେ ନିଜର ଇଚ୍ଛା ମୁତାବକ ଆସନ ମିଳିନଥିବାରୁ ସେ ମନ୍ତ୍ରୀ ପଦ ଛାଡ଼ିବା ସହ ମେଣ୍ଟର ହାତ ବି ଛାଡ଼ିଛନ୍ତି ।

bjpବିହାରରେ ଆସନ୍ତା ଲୋକସଭା ନିର୍ବାଚନରେ ବିଜେପି ଓ ଜେଡିୟୁ ସମାନ ସଂଖ୍ୟକ ଆସନରେ ପ୍ରାର୍ଥୀ ଦେବେ । ବଳକା ଆସନ ଅନ୍ୟ ସହଯୋଗୀଙ୍କୁ ଦିଆଯିବା ନେଇ ଅମିତ ଶାହା ଓ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ମଧ୍ୟରେ ଡିଲ୍‌ ହୋଇଥିଲା । ଏଥିରେ ଅସନ୍ତୁଷ୍ଟ ଥିଲା ରାଷ୍ଟ୍ରୀୟ ଲୋକ ସମତା ପାର୍ଟି ।

ବିହାରରେ ବିଜେପି, ଜେଡିୟୁ, ରାଷ୍ଟ୍ରୀୟ ଲୋକ ସମତା ପାର୍ଟି ଓ ଲୋକ ଜନଶକ୍ତି ପାର୍ଟି ମଧ୍ୟରେ ମେଣ୍ଟ ରହିଥିଲା । ସେହିପରି ବିହାରରେ ମୋଟ ୪୦ଟି ଲୋକସଭା ଆସନ ରହିଛି । ୨୦୧୪ରେ ବିଜେପି ୨୨ଟି, ଏଲ୍‌ଜେପି ୬ଟି, ଆରଏଲ୍‌ଏସ୍‌ପି ୩ଟି, ଜେଡିୟୁ ୨ଟି, ଆରଜେଡି ୪ଟି ଓ କଂଗ୍ରେସ ଦୁଇଟି ଆସନ ଜିତିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.