ଦେଶ ବିଦେଶ

INDIA ଶବ୍ଦକୁ ନେଇ ହଙ୍ଗାମା! G-20 ଡିନର ପାଇଁ ‘ପ୍ରେସିଡେଣ୍ଟ୍‌ ଅଫ୍‌ ଭାରତ’ ନାମରେ ପଠାଗଲା ନିମନ୍ତ୍ରଣ ପତ୍ର

‘ପ୍ରେସିଡେଣ୍ଟ୍‌ ଅଫ୍‌ ଭାରତ’ ନାମରେ ପଠାଗଲା ନିମନ୍ତ୍ରଣ ପତ୍ର। ରାଷ୍ଟ୍ରପତି ଭବନ ତରଫରୁ ସେପ୍ଟେମ୍ବର ୯ରେ ଜି୨୦ ଡିନର ପାଇଁ ‘ପ୍ରେସିଡେଣ୍ଟ୍‌ ଅଫ୍‌ ଇଣ୍ଡିଆ’ ଜାଗାରେ ‘ପ୍ରେସିଡେଣ୍ଟ୍‌ ଅଫ୍‌ ଭାରତ’ ନାମରେ ନିମନ୍ତ୍ରଣ ପତ୍ର ପଠାଯାଇଛି। ଏହି ନିମନ୍ତ୍ରଣ ପତ୍ରକୁ ନେଇ ଏବେ ବିବାଦ ସୃଷ୍ଟି ହୋଇଛି।

କଂଗ୍ରେସ ଦଳର ବରିଷ୍ଠ ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଜୟରାମ ରମେଶ ସୋସିଆଲ ମିଡିଆ ସାଇଟ୍‌ ‘X’ରେ ଏ ନେଇ ଏକ ପୋଷ୍ଟ୍‍ କରିଛନ୍ତି। ଏଥିରେ ସେ ଦାବି କରିଛନ୍ତି ଯେ ରାଷ୍ଟ୍ରପତି ଭବନ ତରଫରୁ ଜି୨୦ ଡିନର ପାଇଁ ‘ପ୍ରେସିଡେଣ୍ଟ୍‌ ଅଫ୍‌ ଇଣ୍ଡିଆ’ ଜାଗାରେ ‘ପ୍ରେସିଡେଣ୍ଟ୍‌ ଅଫ୍‌ ଭାରତ’ ନାମରେ ନିମନ୍ତ୍ରଣ ପତ୍ର ଲେଖାଯାଇଛି। ଏ ନେଇ ତୀବ୍ର ଆପତ୍ତି ଜଣାଇଛି କଂଗ୍ରେସ।

ଜୟରାମ ରମେଶ ପୋଷ୍ଟ୍‍ରେ ଲେଖିଛନ୍ତି, ‘ପ୍ରକୃତରେ ଏହି ଖବର ସତ। ରାଷ୍ଟ୍ରପତି ଭବନ ସେପ୍ଟେମ୍ବର ୯ରେ ଜି୨୦ ଡିନର ପାଇଁ ‘ପ୍ରେସିଡେଣ୍ଟ୍‌ ଅଫ୍‌ ଇଣ୍ଡିଆ’ ଜାଗାରେ ‘ପ୍ରେସିଡେଣ୍ଟ୍‌ ଅଫ୍‌ ଭାରତ’ ନାମରେ ନିମନ୍ତ୍ରଣ ପତ୍ର ପଠାଇଛି’। ସେ ଆହୁରି ଲେଖିଛନ୍ତି, ‘ସମ୍ବିଧାନର ଅନୁଚ୍ଛେଦ ୧ କହୁଛି, ଭାରତ, ଯାହା ଇଣ୍ଡିଆ ଥିଲା, ତାହା ରାଜ୍ୟଗୁଡ଼ିକର ଏକ ସଂଘ ହେବ। କିନ୍ତୁ ବର୍ତ୍ତମାନ ରାଜ୍ୟଗୁଡ଼ିକର ଏହି ସଂଘ ଉପରେ ମଧ୍ୟ ଆକ୍ରମଣ ହେଉଛି’।

ସେପଟେ କଂଗ୍ରେସର ଆପତ୍ତି ପରେ ବିଜେପି ମଧ୍ୟ ପ୍ରତି ଆକ୍ରମଣ କରିଛି। ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ପ୍ରଶ୍ନ କରିଛନ୍ତି ଯେ କଂଗ୍ରେସକୁ ଏତେ ଆପତ୍ତି କାହିଁକି?

ଜୟରାମ ରମେଶଙ୍କ ଦାବି ଉପରେ ବିଜେପିର ନ୍ୟାସନାଲ ଜେନେରାଲ୍‌ ସେକ୍ରେଟାରୀ ତରୁଣ ଚୁଗ କହିଛନ୍ତି, ଭାରତ କହିବା କିମ୍ବା ଲେଖିବାରେ ସମସ୍ୟା କାହିଁକି? ଆପଣ କାହିଁକି ଲଜ୍ଜା ଅନୁଭବ କରୁଛନ୍ତି? ଆମ ଦେଶକୁ ପ୍ରାଚୀନ କାଳରୁ ଭାରତ ହିଁ କୁହାଯାଇ ଆସୁଛି ଏବଂ ଏହା ଆମ ସମ୍ବିଧାନରେ ବି ଉଲ୍ଲେଖ କରାଯାଇଛି।

Roshni

Recent Posts

ଆଜିର ରାଶିଫଳ : ଜାଣନ୍ତୁ ଆଜି ରାଶି ଅନୁସାରେ କିପରି କଟିବ ଆପଣଙ୍କ ଦିନ

ମେଷ: ଆଜି ଆପଣଙ୍କ ମନୋବଳ ଦୃଢ଼ ହେବ । ଯେଉଁମାନେ ରାଜନୀତିରେ କାର୍ଯ୍ୟ କରୁଛନ୍ତି, ସେମାନଙ୍କ ପ୍ରଭାବ ଚାରିଆଡେ ବ୍ୟାପିବ।…

39 mins ago

ମା’ ଝିଅକୁ ବିଲ ମଝିରେ ହତ୍ୟା କଲା ନାବାଳକ

ଭଦ୍ରକ( କେନ୍ୟୁଜ୍‌): ବିଲ ମଝିରେ ପଡ଼ି ରହିଛି ମୃତଦେହ । ରୁଣ୍ଡ ହୋଇଛନ୍ତି ଲୋକେ । ଆଉ ସ୍ତ୍ରୀର ଶବ…

4 hours ago

ଜୁଲାଇ ୮ରେ ଖୋଲିବନି ପୁରୀ ଶ୍ରୀମନ୍ଦିର ରତ୍ନ ଭଣ୍ଡାର

ପୁରୀ(କେନ୍ୟୁଜ୍‌): ଜୁଲାଇ ୮ରେ ଖୋଲିବନି ପୁରୀ ଶ୍ରୀମନ୍ଦିର ରତ୍ନ ଭଣ୍ଡାର । ପୁରୀ ଶ୍ରୀମନ୍ଦିର ରତ୍ନ ଭଣ୍ଡାର ଖୋଲିବା ବିଷୟରେ…

4 hours ago

ଖୋଲିଲା ଭଦ୍ରକ ଜିଲ୍ଲା ବସ୍ ସିଣ୍ଡିକେଟ

ଭଦ୍ରକ (କେନ୍ୟୁଜ୍‌): ଦୀର୍ଘ ବର୍ଷ ପରେ ଖୋଲିଲା ଭଦ୍ରକ ଜିଲ୍ଲା ବସ ସିଣ୍ଡିକେଟ । ପ୍ରଶାସନିକ ଅଧିକାରୀ ଓ ପୋଲିସ…

5 hours ago

ନନ୍ଦନକାନନ ବୁଲି ସମସ୍ୟା ବୁଝିଲେ ନୂଆ ମନ୍ତ୍ରୀ

ଭୁବନେଶ୍ୱର(କେନ୍ୟୁଜ୍‌): ନନ୍ଦନକାନନ ବୁଲିଲେ ନୂଆ ମନ୍ତ୍ରୀ । ଜଙ୍ଗଲ,ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ…

6 hours ago

ନବୀନ ହେଲେ ବିରୋଧୀ ଦଳ ନେତା, ବିରୋଧୀ ଦଳର ଉପନେତା ପ୍ରସନ୍ନ ଆଚାର୍ଯ୍ୟ

ଭୁବନେଶ୍ୱର(କେନ୍ୟୁଜ୍‌): ନବୀନ ପଟ୍ଟନାୟକ ହେଲେ ବିଧାନସଭାରେ ବିରୋଧୀ ଦଳ ନେତା । ଶଙ୍ଖ ଭବନରେ ବସିଥିବା ବିଧାୟକ ଦଳ ବୈଠକରେ…

6 hours ago