UPSC ଜାରି କଲା CDS II 2020ର ରେଜଲ୍ଟ, ଜାଣନ୍ତୁ ଫଳାଫଳ ଚେକ୍‌ କରିବାର ଷ୍ଟେପ୍‌ ବାଏ ଷ୍ଟେପ୍‌ ପ୍ରୋସେସ୍‌

ସଂଘ ଲୋକସେବା ଆୟୋଗ (ୟୁପିଏସ୍‌ସି) ତରଫରୁ ଜାରି ହୋଇଛି କମ୍ବାଇନ୍‌ଡ ଡିଫେନ୍ସ ସର୍ଭିସେଜ୍‌ ଏକ୍‌ଜାମିନେସନ୍‌ ୨୦୨୦ (ସିଡିଏସ୍‌)୨ର ରେଜଲ୍ଟ । ୟୁପିଏସ୍‌ସିର ଅଫିସିଆଲ ୱେବ୍‌ସାଇଟ୍ upsc.gov.inକୁ ଯାଇ ପରୀକ୍ଷାର୍ଥୀ ନିଜ ରେଜଲ୍ଟ ଚେକ୍‌ କରିପାରିବେ। ଚଳିତବର୍ଷ ଲିଖିତ ପରୀକ୍ଷାରେ ମୋଟ୍‌ ୬୭୨୭ ପରୀକ୍ଷାର୍ଥୀ ପାସ୍‌ କରିଛନ୍ତି । ୮ ନଭେମ୍ବର ୨୦୨୦ରେ ଏହି ପରୀକ୍ଷା ଆୟୋଜିତ ହୋଇଥିଲା। ଲିଖିତ ପରୀକ୍ଷାରେ ଉର୍ତ୍ତୀର୍ଣ୍ଣ ହୋଇଥିବା ପ୍ରାର୍ଥୀଙ୍କୁ ଏସ୍‌ଏସ୍‌ବି ଇଣ୍ଟରଭ୍ୟୁ ରାଉଣ୍ଡ ପାଇଁ ଡକାଯିବ।

ଏମିତି ଚେକ୍‌ କରନ୍ତୁ UPSC CDS II ରେଜଲ୍ଟ :

  • ପ୍ରଥମେ ଅଫିସିଆଲ ୱେବ୍‌ସାଇଟ୍‌ upsc.gov.inକୁ ଯାଆନ୍ତୁ।
  • ତା’ ପରେ ମେନ୍‌ ପେଜ୍‌ରେ Written results of Combined Defence Services Examination (II), 2020 ଉପରେ କ୍ଲିକ୍‌ କରନ୍ତୁ।
  • ଏକ ପିଡିଏଫ୍‌ ଫାଇଲ୍‌ ଭାବେ UPSC CDS II Result 2020 ସ୍କ୍ରିନ୍‌ରେ ଦେଖାଇବ।
  • ଏହା ଉପରେ କ୍ଲିକ୍‌ କରି ଡାଉନ୍‌ଲୋଡ୍‌ କରନ୍ତୁ।
  • ଆପଣ ଚାହିଁଲେ ଏହାକୁ ପ୍ରିଣ୍ଟ ମଧ୍ୟ କରିପାରିବେ।
Leave A Reply

Your email address will not be published.