UPSC ପରୀକ୍ଷା ଦେବାକୁ ଇଚ୍ଛୁକ ଥିବା ପ୍ରାର୍ଥୀଙ୍କ ପାଇଁ ଖୁସି ଖବର । ଆଜି ଠାରୁ ସିଭିଲ ସର୍ଭିସ ପରୀକ୍ଷା ୨୦୨୩ ପାଇଁ ରେଜିଷ୍ଟ୍ରେସନ ପ୍ରକ୍ରିୟା ଆରମ୍ଭ ହେଉଛି । ଇଚ୍ଛୁକ ପ୍ରାର୍ଥୀ upsconline.nic.in କୁ ଯାଇ ଆବେଦନ କରିପାରିବେ । ଏଥିପାଇଁ ଫେବୃଆରୀ ୧ରେ ନୋଟିଫିକେସନ ଜାରି ହୋଇଛି। ଆଉ ପରୀକ୍ଷା ପାଇଁ ଆବେଦନ କରିବାର ଶେଷ ତାରିଖ ଫେବୃଆରୀ ୨୧, ୨୦୨୩ ରହିଛି ।
ସିଭିଲ ସର୍ଭିସ ପାଇଁ ପରୀକ୍ଷା ମେ ୨୮ରେ ହୋଇପାରେ ଏବଂ ମେନ୍ ପରୀକ୍ଷା ସେପ୍ଟେମ୍ବର ହୋଇପାରେ ବୋଲି ସୂଚନା ମିଳିଛି ।
ତେବେ ଏଥିପାଇଁ ୧୧୦୫ ପଦବୀ ଖାଲିପଡିଛି ।
ଯୋଗ୍ୟତା :
– ଆବେଦନ କରିବାକୁ ଇଚ୍ଛୁକ ଥିବା ପ୍ରାର୍ଥୀ ଭାରତୀୟ ନାଗରିକ ହୋଇଥିବେ ।
– ପ୍ରାର୍ଥୀଙ୍କ ବୟସ ୨୧ରୁ ୩୨ ବର୍ଷ ମଧ୍ୟରେ ହୋଇଥିବା ଜରୁରୀ । ଅନୁସୂଚିତ ଜାତି/ଜନଜାତି, ଓବିସି, ପ୍ରତିରକ୍ଷା କ୍ଷେତ୍ରରେ କାମ କରିଥିବା କିଛି ବ୍ୟକ୍ତିଙ୍କୁ ବୟସ ସୀମାରେ ଛୁଟ୍ ମିଳିବ ।
କେମିତି କରିବେ ରେଜିଷ୍ଟର :
– ପ୍ରଥମେ UPSC ଅଫିସିଆଲ ସାଇଟ୍ upsconline.nic.in ଉପରେ କ୍ଲିକ୍ କରନ୍ତୁ ।
– ତା’ ପରେ ରେଜିଷ୍ଟ୍ରେସନ ଲିଙ୍କ ଏବଂ ରେଜିଷ୍ଟର ପୋଟାର୍ଲ ଉପରେ କ୍ଲିକ୍ କରନ୍ତୁ ।
– ଲଗଇନ ଡିଟେଲ ଏବଂ ରେଜିଷ୍ଟ୍ରେସନ ଡିଟେଲ ଉପରେ କ୍ଲିକ୍ କରନ୍ତୁ ।
– ଆପ୍ଲିକେସନ ଫର୍ମ ପୂରଣ କରିବା ପରେ ଆବେଦନ ଶୁଳ୍କ ଭରନ୍ତୁ ।
– ତା’ ପରେ ସବମିଟ୍ ଉପରେ କ୍ଲିକ କରିବ ପରବର୍ତ୍ତୀ ପ୍ରକ୍ରିୟାକୁ ଯାଆନ୍ତୁ।
– ଆବେଦନ ଫର୍ମ ସବମିଟ୍ ହେବା ପରେ ଭବିଷ୍ୟତ ପାଇଁ ଫର୍ମର ଏକ କପିର ପ୍ରିଣ୍ଟଆଉଟ୍ କାଢି ରଖନ୍ତୁ ।
ଆବେଦନ କରିବା ପାଇଁ ଏଠାରେ କ୍ଲିକ୍ କରନ୍ତୁ :