ଜୁନ ୨୭ ରୁ ଅକ୍ଟୋବର ୧୦ ତାରିଖକୁ ଘୁଂଚିଲା ୟୁପିଏସସି ପ୍ରିଲିମିନାରୀ ପରୀକ୍ଷା

 ନୂଆଦିଲ୍ଲୀ(କେ ନ୍ୟୁଜ): କେନ୍ଦ୍ରୀୟ ଲୋକ ସେବା ଆୟୋଗ ବା ୟୁପିଏସସି ଦ୍ୱାରା ପରିଚାଳିତ ସିଭିଲ ସର୍ଭିସ ପ୍ରିଲିମିନାରୀ ପରୀକ୍ଷାକୁ ସ୍ଥଗିତ ରଖାଯାଇଛି । ସୂଚନା ମୁତାବକ ଆସନ୍ତା ଜୁନ ୨୭ ତାରିଖରେ ପରୀକ୍ଷା ଅନୁଷ୍ଠିତ ହେବା ନେଇ ସ୍ଥିର ହୋଇଥିବା ବେଳେ କରୋନା ମହାମାରୀ ପାଇଁ ଏହାକୁ ଅକ୍ଟୋବର ୧୦ ତାରିଖକୁ ଘୁଞ୍ଚାଇ ଦିଆଯାଇଛି । ଆଇଏଏସ, ଆଇପିଏସ, ଆଇଏଫଏସ ପଦ ପାଇଁ ଆଶାୟୀ ପ୍ରାର୍ଥୀ ମାନେ ଏହି ପରୀକ୍ଷା ପାଇଁ ଆବେଦନ କରିଥାନ୍ତି । ସଂଘ ପକ୍ଷରୁ ଚଳିତ ବର୍ଷ ଗୃପ ଏ ଓ ଗ୍ରୁପ ବିର ୭୧୨ ଟି ପଦ ପାଇଁ ବିଜ୍ଞପ୍ତି ପ୍ରକାଶ କରାଯାଇଥିଲା ।

ଏନେଇ ମାର୍ଚ୍ଚ ୪ ତାରିଖରୁ ଫର୍ମ ପୂରଣ ଆରମ୍ଭ ହୋଇଥିବା ବେଳେ ମାର୍ଚ୍ଚ ୨୪ ତାରିଖ ସନ୍ଧ୍ୟା ୬ ତାରିଖ ପର୍ଯ୍ୟନ୍ତ ରଖାଯାଇଥିଲା । ଆବେଦନକାରୀ ମାନେ upsconline.nic.in ସାଇଟକୁ ଯାଇ ପ୍ରାରମ୍ଭିକ ପରୀକ୍ଷା ପାଇଁ ଆବେଦନ କରିଛନ୍ତି । ପୂର୍ବ ବର୍ଷ ପରି ଚଳିତ ବର୍ଷ ବି ଫର୍ମ ପୂରଣ ଅନଲାଇନ ଜରିଆରେ ହିଁ ହୋଇଛି । ଅଧିକ ସୂଚନା ପାଇବା ପାଇଁ ସଂଘର ଅଫିସିଆଲ ୱେବସାଇଟକୁ ଯାଇ ଚେକ କରିପାରିବେ ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.