ଅନିର୍ଦ୍ଦିଷ୍ଟ କାଳ ପାଇଁ ଘୁଞ୍ଚିଲା ସିଭିଲ ସର୍ଭିସ ପ୍ରିଲିମନାରୀ ପରୀକ୍ଷା, ମଇ ୨୦ ପରେ ହେବ ପରିସ୍ଥିତିର ପୁନଃ ସମୀକ୍ଷା

ଗତକାଲି ଦ୍ୱିତୀୟ ପର୍ଯ୍ୟାୟ ଲକଡାଉନ ଶେଷ ହେବା ପରେ କେନ୍ଦ୍ରୀୟ ଲୋକସେବା ଆୟୋଗ (ୟୁପିଏସ୍‌ସି)ର ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା। ତୃତୀୟ ପର୍ଯ୍ୟାୟ ଲକଡାଉନକୁ ଦୃଷ୍ଟିରେ ରଖି ଉଭୟ ପରୀକ୍ଷା ଓ ସାକ୍ଷାତକାରର ଆୟୋଜନ ବର୍ତ୍ତମାନ ପରିସ୍ଥିତିରେ ସମ୍ଭବ ନୁହେଁ ବୋଲି ମତ ପ୍ରକାଶ ପାଇଥିଲା। ସେଥିପାଇଁ ମେ’ ୩୧ରେ ହେବାକୁ ଥିବା ସିଭିଲ ସର୍ଭିସ ପ୍ରିଲିମିନାରୀ ପରୀକ୍ଷାକୁ ଘୁଞ୍ଚାଇ ଦିଆଯାଇଛି। ଯେହେତୁ ଏହି ପରୀକ୍ଷା ଇଣ୍ଡିଆନ ଫରେଷ୍ଟ ସର୍ଭିସ ପରୀକ୍ଷା ପାଇଁ ମଧ୍ୟ ଏକ ସ୍କ୍ରିନିଂ ପରୀକ୍ଷା ସେଥିପାଇଁ ତାକୁ ମଧ୍ୟ ଘୁଞ୍ଚାଇ ଦିଆଯାଇଛି। ମେ’ ୨୦ ପରେ ପରିସ୍ଥିତିର ପୁନଃ ସମୀକ୍ଷା କରାଯାଇ ପରୀକ୍ଷାର ତାରିଖ ନିର୍ଦ୍ଦାରିତ ହୋଇପାବେ।

upsc

କରୋନା ଲକ୍‌ଡାଉନ୍‌ କାରଣରୁ ମଇ ୪ ତାରିଖରେ ୟୁପିଏସ୍‌ସି ଏକ ସ୍ୱତନ୍ତ୍ର ବୈଠକ ଡକାଇ ଥିଲା । କରୋନା କାରଣରୁ ପରୀକ୍ଷା ପରିଚାଳନା କରିବା ସମ୍ଭବ ନୁହେଁ ବୋଲି ବୈଠକରେ ମତପ୍ରକାଶ ପାଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.