ପ୍ରକାଶ ପାଇଲା ୟୁପିଏସସି ରେଜଲ୍ଟ-୨୦୨୪, ଏକ ନମ୍ବର ରାଙ୍କରେ ଅଛନ୍ତି ଶକ୍ତି ଦୁବେ

ପ୍ରକାଶ ପାଇଲା ୟୁପିଏସସି ରେଜଲ୍ଟ-୨୦୨୪ । ଆଇଏଏସ, ଆଇଏଫଏସ, ଆଇପିଏସ ଓ ସେଣ୍ଟ୍ରାଲ ସର୍ଭିସ ଗ୍ରୁପ-A ଓ ଗ୍ରପ B ପରୀକ୍ଷାଫଳ ପ୍ରକାଶ ପାଇଛି । ଏଥିରେ ମୋଟ ୧୧୨୯ ଜଣ କୃତକାର୍ଯ୍ୟ ହୋଇଛନ୍ତି । ଏକ ନମ୍ବର ରାଙ୍କରେ ଅଛନ୍ତି ଶକ୍ତି ଦୁବେ, ଦ୍ବିତୀୟ ସ୍ଥାନରେ ହର୍ଷିତା ଗୋଏଲ ଓ ତୃତୀୟରେ ଅଛନ୍ତି ଡୋଙ୍ଗରେ ଅର୍ଚ୍ଚିତ ପରାଗ । ଆଇଏଏସ ପାଇଁ ୧୮୦, ଆଇଏଫଏସ-୫୫, ଆଇପିଏସପାଇଁ ୧୪୭ ଜଣ କୃତକାର୍ଯ୍ୟ ହୋଇଛନ୍ତି । ପରୀକ୍ଷାର୍ଥୀମାନେ upsc.gov.in ୱେବସାଇଟ୍ରେ ସେମାନଙ୍କର ରେଜଲ୍ଟ ଦେଖିପାରିବେ।
ସାକ୍ଷାତକାର ଓ ମୁଖ୍ୟ ପରୀକ୍ଷାରେ ପ୍ରାପ୍ତ ମାର୍କ ଆଧାରରେ ଚୂଡ଼ାନ୍ତ ଫଳାଫଳ ଘୋଷଣା ହୋଇଛି। କମିଶନ ମୋଟ ୧୦୦୯ ଜଣ ପ୍ରାର୍ଥୀଙ୍କ ନାମ ସୁପାରିଶ କରିଛନ୍ତି। ମନୋନୀତ ୧୦୦୯ ପ୍ରାର୍ଥୀଙ୍କ ମଧ୍ୟରୁ ୩୩୫ ଜଣ ସାଧାରଣ ବର୍ଗର, ୧୦୯ ଜଣ ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ବର୍ଗର (EWS), ୩୧୮ ଜଣ ଅନ୍ୟାନ୍ୟ ପଛୁଆ ବର୍ଗ (OBC), ୧୬୦ ଜଣ ଅନୁସୂଚିତ ଜାତି (SC) ଓ ୮୭ ଜଣ ଅନୁସୂଚିତ ଜନଜାତି (ST)। ଏଥିରେ ଚାରୋଟି ବର୍ଗର ୪୫ ଜଣ ଶାରୀରିକ ଅକ୍ଷମତା ବା ଦିବ୍ୟାଙ୍ଗ ପ୍ରାର୍ଥୀ ରହିଛନ୍ତି ।
ଆହୁରି ପଢ଼ନ୍ତୁ : ସାଉଦି ଆରବ ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ନିମନ୍ତ୍ରଣ କରିଛନ୍ତି କ୍ରାଉନ ପ୍ରିନ୍ସ ମହମ୍ମଦ ବିନ୍ ସଲମାନ