ପ୍ରକାଶିତ ହେଲା ୟୁପିଏସ୍ସି ରେଜଲ୍ଟ, ଆଇଏଏସ୍ ଟପ୍ପର ହେଲେ କନିଷ୍କ କଟାରିଆ

ନୂଆଦିଲ୍ଲୀ : ୨୦୧୮ ୟୁପିଏସ୍ସି ରେଜଲ୍ଟ ପ୍ରକାଶିତ ହୋଇଛି । ଏହି ପରୀକ୍ଷାରେ ଦେଶରେ ପ୍ରଥମ ହୋଇଛନ୍ତି କନିଷ୍କ କଟାରିଆ ।

ଦ୍ୱିତୀୟରେ ଅକ୍ଷତ ଜୈନ, ତୃତୀୟରେ ଜୁନୈଦ ଅହମଦ ଅଛନ୍ତି । ଚତୁର୍ଥ ସ୍ଥାନରେ ଶ୍ରବଣ କୁମାତ, ପଞ୍ଚମରେ ସୃଷ୍ଟି ଜୟନ୍ତ ଦେଶମୁଖ, ଷଷ୍ଠରେ ଶୁଭମ ଗୁପ୍ତା, ସପ୍ତମରେ କର୍ଣ୍ଣାଟି ବରୁଣ ରେଡ୍ଡୀ, ଅଷ୍ଟମରେ ବୈଶାଳୀ ସିଂହ, ନବମରେ ଗୁଞ୍ଜନ ଦ୍ୱିବେଦୀ ଏବଂ ଦଶମ ସ୍ଥାନରେ ଅଛନ୍ତି ତନ୍ମୟ ବଶିଷ୍ଠ ଶର୍ମା ।
ଓଡ଼ିଶାରୁ ସୌମ୍ୟ ଓ ଉପାସନା
ଏପର୍ଯ୍ୟନ୍ତ ମିଳିଥିବା ସୂଚନା ଅନୁଯାୟୀ, ଓଡ଼ିଶାର ସୌମ୍ୟ ରଞ୍ଜନ ରାଉତ୧୧୮ ର୍ୟାଙ୍କରେ ଏବଂ ୧୧୯ ର୍ୟାଙ୍କରେ ଉପାସନା ମହାପାତ୍ର ଅଛନ୍ତି ।