ପିଲା ହଲ୍‌ରେ ବସିବା ପୂର୍ବରୁ ହ୍ଵାଟ୍ସଆପ୍‌ରେ ଲିକ୍‌ ହେଲା TET ପ୍ରଶ୍ନପତ୍ର, ପରୀକ୍ଷା ରଦ୍ଦ

ପରୀକ୍ଷା ପୂର୍ବରୁ ସୋସିଆଲ ମିଡ଼ିଆରେ ଘୂରି ବୁଲିଲା ପ୍ରଶ୍ନପତ୍ର। ଫଳରେ ବାଧ୍ୟ ହୋଇ ବିଭାଗ ପକ୍ଷରୁ ପରୀକ୍ଷାକୁ ବାତିଲ କରାଯାଇଛି। ଆଜି ଏଭଳି ଘଟଣା ଦେଖିବାକୁ ମିଳିଛି ୟୁପିଟିଇଟି (UPTET) ବେଳେ। ଉତ୍ତର ପ୍ରଦେଶର ଶିକ୍ଷକ ଯୋଗ୍ୟତା ପରୀକ୍ଷା ବା UPTET ବେଳେ ହ୍ଵାଟ୍ସଆପ୍‌ରେ ପ୍ରଶ୍ନ ପତ୍ର ଲିକ୍‌ ହୋଇଛି। ଏ ନେଇ ସୂଚନା ମିଳିବା ପରେ ପରୀକ୍ଷାକୁ ରଦ୍ଦ କରି ଦିଆଯାଇଛି। କୁହାଯାଉଛି ଯେ ୨୧ ଲକ୍ଷରୁ ଅଧିକ ପରୀକ୍ଷାର୍ଥୀ ଏହି ପରୀକ୍ଷା ଦେଉଥିଲେ। ଏସ୍‌ଟିଏଫ୍‌କୁ ପେପର ଲିକ୍‌ ହୋଇଥିବା ନେଇ ସୂଚନା ମିଳିଯାଇଥିଲା। ଏଣୁ ସେମାନେ ତୁରନ୍ତ ପରୀକ୍ଷାକୁ ରଦ୍ଦ କରିବାକୁ ନିଷ୍ପତ୍ତି ନେଇଥିଲେ। ଉତ୍ତର ପ୍ରଦେଶର ଅଧିକାଂଶ ସହରରେ ଏହି ପେପର ହ୍ଵାଟ୍ସ ଆପ୍‌ରେ ଭାଇରାଲ ହୋଇଛି। ଏହାର ଫଟୋ ବି ସାମ୍ନାକୁ ଆସିଛି।

କୁହାଯାଉଛି ଯେ ଆଉ ମାସେ ପରେ ପୁଣିଥରେ ପରୀକ୍ଷା ହେବ। ଏଥିପାଇଁ ପୁଣି ଥରେ ଆଶାୟୀ ପ୍ରାର୍ଥୀଙ୍କୁ ଫର୍ମ ଭରିବାକୁ ହେବ। କିନ୍ତୁ ପ୍ରାର୍ଥୀଙ୍କୁ ଏଥିପାଇଁ କୌଣସି ଫିସ୍‌ ଦେବାକୁ ପଡ଼ିବ ନାହିଁ। ପ୍ରକାଶ ଯେ ଆଜି ୧୦ ଟା ବେଳେ ପରୀକ୍ଷା ଥିଲା। କିନ୍ତୁ ପେପର ଲିକ୍‌ ହେବା ନେଇ ଜଣାପଡ଼ିବା ପରେ ପରୀକ୍ଷାକୁ ବାତିଲ କରାଯାଇଛି। ୟୁପି ସରକାରଙ୍କ ପକ୍ଷରୁ ପରୀକ୍ଷାକୁ ରଦ୍ଦ କରିବାକୁ ନିଷ୍ପତ୍ତି ନିଆଯାଇଛି।

ରିପୋର୍ଟ ମୁତାବକ, ଏସ୍‌ଟିଏଫ୍‌ କହୁଛି ଯେ ପରୀକ୍ଷା ଆରମ୍ଭ ହେବା ପରେ ପ୍ରଶ୍ନ ପତ୍ର ହ୍ଵାଟ୍ସ ଆପ୍‌ରେ ଭାଇରାଲ ହୋଇଥିଲା। ଏହା ପରେ ପରୀକ୍ଷାକୁ ବାତିଲ କରାଯାଇଛି। ଯିଏ ବି ଏହି ପ୍ରଶ୍ନ ପତ୍ର ଲିକ୍‌ କରିଛି ସେ ଦୋଷୀ। ଖୁବ୍‌ଶୀଘ୍ର ତାକୁ ଧରାଯିବ। ଉତ୍ତର ପ୍ରଦେଶର ଏଡିଜି ଲ ଆଣ୍ଡ ଅର୍ଡର ପ୍ରଶାନ୍ତ କୁମାର କହିଛନ୍ତି, ଏହି ମାମଲାରେ ପାଖାପାଖି ଡଜନେ ଲୋକଙ୍କୁ ଅଟକ ରଖାଯାଇଛି। UPTET ପରୀକ୍ଷା ବାତିଲ ହେବା ଯୋଗୁ ହଜାର ହଜାର ଛାତ୍ରଛାତ୍ରୀ ନିରାଶ ହୋଇଛନ୍ତି। ସରକାର ମାସେ ଭିତରେ ପୁଣିଥରେ ପରୀକ୍ଷା କରାଇବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.