ଦେଶ ବିଦେଶ

MeToo ସମୟର ସ୍କ୍ରିନ୍‌ଶର୍ଟ ସେୟାର କରି ପାଲଟା ଆକ୍ରମଣ କଲେ ଉର୍ଫି ଜାଭେଦ; ଟ୍ଵିଟ୍‌ କରି ଏମିତି ସଫେଇ ଦେଲେ ଚେତନ ଭଗତ

ସୋସିଆଲ ମିଡିଆ ସେନ୍‌ସେସନ ଉର୍ଫି ଜାଭେଦ। ଆଜିକାଲି କେହି ନା କେହି ତାଙ୍କୁ ନେଇ କମେଣ୍ଟ କରୁଛନ୍ତି, ଚର୍ଚ୍ଚା କରୁଛନ୍ତି। କିନ୍ତୁ ଉର୍ଫି ସମସ୍ତଙ୍କୁ ଇଗ୍ନୋର କରି ନିଜ କାମରେ ଲାଗି ରହିଛନ୍ତି। ଅଭିନେତ୍ରୀ ମନୋରଞ୍ଜନ ଜଗତର ସେଲିବ୍ରିଟିମାନଙ୍କୁ ବି ଆଇନା ଦେଖାଇବାରେ ପଛରେ ନାହାନ୍ତି।

ଯେଉଁଠି ଉର୍ଫିଙ୍କୁ କିଛି ସେଲିବ୍ରିଟି ପ୍ରଂଶସା କରୁଛନ୍ତି, ତ ସେଠି କିଛି ଜଣ ତାଙ୍କୁ ଖରାପ ମଧ୍ୟ କହୁଛନ୍ତି। ତାଙ୍କ ବିରୋଧରେ ବୟାନ ଦେବା ଭିତରେ ଅଛନ୍ତି ଲେଖକ ଚେତନ ଭଗତ, ଯିଏ ନିକଟରେ ତାଙ୍କୁ ନେଇ ବହୁତ ଖରାପ ମନ୍ତବ୍ୟ ଦେଇଥିଲେ। ଏବେ ଉର୍ଫି ଏହା ଉପରେ ଏମିତି ପାଲଟା ଆକ୍ରମଣ କରିଛନ୍ତି, ଯାହାକୁ ନେଇ ଚେତନ ଭଗତଙ୍କୁ ଶେଷରେ ସଫେଇ ଦେବାକୁ ପଡ଼ିଛି।

ଚେତନ ଭଗତ ନିଜ ଅଫିସିଆଲ ଟ୍ଵିଟର ହ୍ୟାଣ୍ଡେଲରୁ ଏକ ଟ୍ଵିଟ୍‌ କରିଛନ୍ତି। ଏଥିରେ ସେ ଉର୍ଫିଙ୍କ ଦ୍ୱାରା ଆସିଥିବା ଅଭିଯୋଗଗୁଡ଼ିକୁ ଭିତ୍ତିହୀନ ବୋଲି କହିଛନ୍ତି। ଚେତନ ଲେଖିଛନ୍ତି, ‘ମୁଁ କେବେ ବି କାହା ସହିତ କୌଣସି କଥାବାର୍ତ୍ତା, ସାକ୍ଷାତ କିମ୍ବା ଚିହ୍ନା ପରିଚିତ ନାହିଁ। ମୋ ବିଷୟରେ ଏଠାରେ ଯାହା ବି କିଛି କୁହାଯାଉଛି, ତାହା ସବୁ ମିଥ୍ୟା, ନକଲି ଏବଂ ଅନାବଶ୍ୟକ ପ୍ରସଙ୍ଗ। ମୁଁ କାହା ସହିତ ଆଲୋଚନା କରିନାହିଁ। ଏହା ବ୍ୟତୀତ ମୋତେ ଏହା ଲାଗୁଛି କି, ଯୁବପିଢ଼ିମାନଙ୍କୁ ଇନ୍‌ଷ୍ଟାଗ୍ରାମରେ ସମୟ ବର୍ବାଦ କରିବାରୁ ରୋକିବା, ଫିଟ୍‌ନେସ ଏବଂ କ୍ୟାରିୟର ଉପରେ ଧ୍ୟାନ ଦେବା ପାଇଁ କିଛି କହିବା ଭୁଲ୍‌ ନୁହେଁ’।

photo: zeenews.india

ଚେତନଙ୍କ ବିବାଦୀୟ ବୟାନ ପରେ ଅଭିନେତ୍ରୀ ବହୁତ ରାଗି ଯାଇଛନ୍ତି। ସେ ନିଜ ଇନ୍‌ଷ୍ଟାଗ୍ରାମ ଷ୍ଟୋରୀଜ୍‌ରେ #MeToo ଆନ୍ଦୋଳନ ସମୟରେ ଅନେକ ମହିଳାଙ୍କ ସହ ଲେଖକଙ୍କ ଚାଟ୍‌ର ସ୍କ୍ରିନ୍‌ଶର୍ଟ ସେୟାର କରିଛନ୍ତି। ସେହି ସମୟରେ ଚେତନ ଭଗତଙ୍କ ଉପରେ ଅଭିଯୋଗ ଆସିଥିଲା କି, ସେ କମ୍‌ ବୟସ୍କ ଯୁବତୀମାନଙ୍କ ସହିତ ଅସଦାଚରଣ କରିଛନ୍ତି। ଏଥିସହିତ ଉର୍ଫି ଲେଖିଛନ୍ତି ଯେ ‘ଦୟାକରି ଦୁଷ୍କର୍ମ କଲ୍‌ଚରକୁ ପ୍ରୋତ୍ସାହିତ କରନ୍ତୁ ନାହିଁ’।

କହି ରଖୁଛୁ, ଏକ ସାକ୍ଷାତକାରରେ ଚେତନ ଭଗତ, ଉର୍ଫି ଜାଭେଦଙ୍କୁ ନେଇ ଟିପ୍ପଣୀ ଦେଇଥିଲେ, ଯାହାର ଭିଡିଓ ଖୁବ୍‌ ଭାଇରାଲ ହୋଇଥିଲା। ଚେତନ ଭଗତ କହିଥିଲେ ଯେ ଲୋକେ ରାତିରେ ବିଛଣାରେ ଶୋଇ ଉର୍ଫି ଜାଭେଦଙ୍କ ଭିଡିଓ ଦେଖୁଛନ୍ତି।

photo: zeenews.india

ଭଗତ କହିଥିଲେ, ‘ଉର୍ଫି ଜାଭେଦଙ୍କ ଫଟୋ, କ’ଣ କୋର୍ସରେ ଆସିବ? ଚାକିରି ଇଣ୍ଟରଭ୍ୟୁରେ ଯାଇ କହିବ କି, ସାର୍‌ ମୋତେ ଉର୍ଫି ଜାଭେଦଙ୍କ ସବୁ ଡ୍ରେସ୍‌ ମନେ ଅଛି। ଏହା କ’ଣ ହେଉଛି ନା ଜିନିଷଗୁଡ଼ିକ ଧ୍ୟାନ ଆକର୍ଷଣ କରୁଛି। ସେହି ବିଚାରିର ଭୁଲ୍‌ ନାହିଁ, ସେ ନିଜ କାମ କରୁଛି। ନିଜ କ୍ୟାରିୟର ଗଢ଼ୁଛି। ଏମିତି ଆହୁରି ୫୦ ଅଛନ୍ତି। ଭାରତର ଜଣେ ଯବାନ ସିଏ, ଯିଏ କାର୍ଗିଲରେ ବରଫରେ ବସି ଏବେ ଦେଶକୁ ରକ୍ଷା କରୁଛି। ଆଉ ଆମର ୟୁଥ୍‌, ଯିଏ ବିଛଣାରେ ଶୋଇ ଉର୍ଫି ଜାଭେଦଙ୍କ ଫଟୋ ଦେଖୁଛି’।

ଚେତନ ଭଗତ ଆଜିକା ଯୁଗରେ ଫୋନ, ସୋସିଆଲ ମିଡିଆର ବ୍ୟବହାର ବିଷୟରେ କହିଥିଲେ। ତାଙ୍କ କହିବା ହେଲା, ଭାରତର ଯୁବପିଢ଼ି ଘଣ୍ଟା ଘଣ୍ଟା ଧରି ମୋବାଇଲ ଏବଂ ଇଣ୍ଟରନେଟ୍‌ରେ ସମୟ ବର୍ବାଦ କରୁଛନ୍ତି।

Roshni

Recent Posts

ଆଜିଠୁ ୪ଦିନ ଯାଏ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା

ଭୁବନେଶ୍ୱର: ଆଜିଠୁ ୪ଦିନ ଯାଏ ବର୍ଷା । ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ବଙ୍ଗୋପସାଗରରେ…

41 mins ago

ଆଜି ଲୋକସଭା ବାଚସ୍ପତି ନିର୍ବାଚନ, ଦିନ ୧୧ଟାରେ ଭୋଟିଂ

ନୂଆଦିଲ୍ଲୀ: ଆଜି ଲୋକସଭା ବାଚସ୍ପତି ନିର୍ବାଚନ । ସ୍ଵାଧୀନତା ପରେ ପ୍ରଥମ ଥର ପାଇଁ ଲୋକସଭା ବାଚିସ୍ପତି ପଦବୀ ପାଇଁ…

46 mins ago

ଆଜିର ରାଶିଫଳ: ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଶୁଭ, ଛାତ୍ରଛାତ୍ରୀ ପାଠପଢ଼ାରେ ପରିବର୍ତ୍ତନ ଆଣିବେ

ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…

9 hours ago

ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ

ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…

10 hours ago

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ, ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…

10 hours ago

ଓଡ଼ିଶା ଫେରିବେ କେନ୍ଦ୍ର କୃଷି ସଚିବ ମନୋଜ ଆହୁଜା, ହେବେ କି ରାଜ୍ୟରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ୱର: ରାଜ୍ୟରେ ନୂଆ ମୁଖ୍ୟ ସଚିବ ହେବେ କି ମନୋଜ ଆହୁଜା? ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା ।…

11 hours ago