ପାକିସ୍ତାନୀଙ୍କ ପାଇଁ ଦେବଦୂତ ସାଜିଲେ ଭାରତୀୟ ନୌସେନା ଯବାନ୍, ସମୁଦ୍ରରେ ଅପରେସନ୍ କରି ବଞ୍ଚାଇଲେ ଜୀବନ

ମଝି ସମୁଦ୍ରରେ ଜଣେ ପାକିସ୍ତାନୀଙ୍କୁ ସହାୟତା କଲେ ଭାରତୀୟ ଯବାନ୍ । ଜଣେ ମତ୍ସ୍ୟଜୀବୀଙ୍କୁ ସାହାଯ୍ୟର ହାତ ବଢାଇଲେ ଭାରତୀୟ ନୌସେନା । ରବିବାର ଦିନ ନୌସେନା ପକ୍ଷରୁ ଏହି ସୂଚନା ଦିଆଯାଇଛି । ଆରବ ସାଗରେ ପଇଁତରା ମାରୁଥିଲା ଭାରତୀୟ ନୌସେନାର ଜାହାଜ । ଏତିକି ବେଳେ ଓମାନ ଉପକୂଳରେ ମାଛ ମାରୁଥିବା ପାକିସ୍ତାନୀ ମତ୍ସ୍ୟଜୀବୀ ଜାହାଜରେ ଜଣେ ଗୁରୁତର ଆହତ ହୋଇଥିବା ଖବର ପାଇଲେ ଭାରତୀୟ ଯବାନ୍ । ମାନବିକତା ଦୃଷ୍ଟିରୁ ତୁରନ୍ତ ସେମାନେ ଭାରତୀୟ ଜାହାଜକୁ ଆଣି ପାକିସ୍ତାନୀ ମତ୍ସ୍ୟଜୀବୀଙ୍କ ଅସ୍ତ୍ରୋପଚାର କରିଥିଲେ ।
ଖବରମୁତାବକ, ଶୁକ୍ରବାର ଦିନ ଇରାନୀ ଜାହାଜ ଅଲ୍ ଓମିଦରୁ ଏକ ସୂଚନା ପାଇଥିଲେ ଭାରତୀୟ ନୌସେନା । ଯାହା ପରେ ପାକିସ୍ତାନୀ ମତ୍ସ୍ୟଜୀବୀଙ୍କ ଚିକିତ୍ସା ପାଇଁ ଭାରତୀୟ ନୌସେନା ତାଙ୍କ ଜାହାଜର ଗତିପଥ ବଦଳାଇ ଥିଲେ । ଓମାନ ଉପକୂଳରେ ପାକିସ୍ତାନୀ ମତ୍ସ୍ୟଜୀବୀ ମାଛ ଧରୁଥିବା ଜାହାଜରେ ଅଘଟଣ ଘଟିଥିଲା । ଏହାର ଇଞ୍ଜିନରେ କାମ କରୁଥିବା ସମୟରେ ସେ ଆହତ ହୋଇଥିଲେ । ତାଙ୍କ ଆଙ୍ଗୁଠିରେ ଶକ୍ତ ଆଘାତ ଲାଗିଥିଲା । ହାଡ ଭାଙ୍ଗି ତାଙ୍କ ହାତରୁ ରକ୍ତ ବହିବାକୁ ଲାଗିଥିଲା । ଜାହାଜରେ ରେହମାନ ହାଞ୍ଜିଆଙ୍କ ଦଳରେ ୧୧ଜଣ ପାକିସ୍ତାନୀ ଥିଲେ । ଏମାନଙ୍କ ସମେତ ୯ଜଣ ବେଲୁଚିସ୍ତାନ, ୨ ଜଣ ସିନ୍ଧ ପ୍ରଦେଶ ଏବଂ ୫ଜଣ ଇରାନର କର୍ମଚାରୀ ଥିଲେ । ଫଳରେ ଜାହାଜରେ INS ତ୍ରିକାଣ୍ଡର ଚିକିତ୍ସା ଅଧିକାରୀ, ସାମୁଦ୍ରିକ କମାଣ୍ଡୋ (MARCOS) ଏବଂ ବୋର୍ଡିଂ ଟିମ୍ ମିଶି ପାକିସ୍ତାନୀଙ୍କ ଚିକିତ୍ସା କରିଥିଲେ ।
Also Read : ମହାରାଷ୍ଟ୍ର ମସଜିଦ ବିସ୍ଫୋରଣରେ ୨ ଅଭିଯୁକ୍ତଙ୍କ ଉପରେ ଲାଗୁହେଲା UAPA, ତଦନ୍ତ ପ୍ରକ୍ରିୟା ଜାରି