ୟେମେନରେ ଆମେରିକାର ପ୍ରଚଣ୍ଡ ଏୟାରଷ୍ଟ୍ରାଇକ: ୮୦ ମୃତ , ୧୨୦ ଜଣ ଆହତ

ୟେମେନରେ ଆମେରିକାର ପ୍ରଚଣ୍ଡ ଏୟାରଷ୍ଟ୍ରାଇକ । ଫୁଏଲ ପୋର୍ଟ ଧ୍ୱଂସ । ପଶ୍ଚିମ ୟେମେନରେ ଥିବା ରାସ ଇସା ଫୁଏଲ ପୋର୍ଟରେ ଆମେରିକାର ଆକ୍ରମଣରେ ୮୦ରୁ ଅଧିକଙ୍କ ମୃତ୍ୟୁ । ହାଉଥି ବିଦ୍ରୋହୀଙ୍କ କବଜାରେ ଥିବା ଏହି ତୈଳ ବନ୍ଦର ଉପରେ ଆକ୍ରମଣରେ ୧୨୦ରୁ ଅଧିକ ଅଧିକ ଆହତ ହୋଇଛନ୍ତି ।

ଇରାନ ସମର୍ଥିତ ହାଉଥି ଆତଙ୍କବାଦୀଙ୍କ ବିରୋଧରେ ଆମେରିକା ଅଭିଯାନ ଚଳାଇଛି । ଟ୍ରମ୍ପ ରାଷ୍ଟ୍ରପତି ଭାବେ ଦାୟିତ୍ବ ଗ୍ରହଣ କରିବା ପରେ ଆମେରିକା ହାଉଥି ବିରୋଧୀ ଅଭିଯାନକୁ ଜୋରଦାର କରିଛି । ହାଉଥି ଉପରେ ଆମେରିକାର ଏହା ବଡ଼ ଘାତକ ଆଟାକ ବୋଲି କୁହାଯାଉଛି ।

ପୋର୍ଟ ଉପରେ ଆକ୍ରମଣରେ ସେଠାରେ ନିୟୋଜିତ ଥିବା ପାରାମେଡିକାଲ କର୍ମଚାରୀ ଓ ସାଧାରଣ ନାଗରିକଙ୍କ ମୃତ୍ୟୁ ଘଟିଥିବା ହାଉଥି ସମର୍ଥିତ ନ୍ୟୁଜ ଚ୍ୟାନେଲ ପକ୍ଷରୁ କୁହାଯାଇଛି । ରେଡ ସି ଓ ଆଡେନ ଉପସାଗରରେ ବେସାମରିକ ଓ ସାମରିକ ଜାହାଜ ଉପରେ ଆକ୍ରମଣ ବନ୍ଦ କରିବା ପାଇଁ ୱାଶିଂଟନ ମାର୍ଚ୍ଚ ୧୫ରୁ ହାଉଥିଙ୍କ ଉପରେ ଏୟାର ଷ୍ଟ୍ରାଇକ କରିଆସୁଛି ।

Also Read : ମଝି ଆକାଶରେ ବିମାନକୁ ହାଇଜ୍ୟାକ କରିବାକୁ ଉଦ୍ୟମ, ଅପହରଣକାରୀକୁ ବିମାନରେ ଗୁଳିମାରିଲେ ଯାତ୍ରୀ