ପୁଟିନଙ୍କ ଗାର୍ଲଫ୍ରେଣ୍ଡ ଉପରେ ଆମେରିକାର କଟକଣା। ରୁଷ ରାଷ୍ଟ୍ରପତିଙ୍କ ଉପରେ ବ୍ୟାନ ଲଗାଇବା ପରେ ଏବେ ତାଙ୍କ ତଥାକଥିତ ଗାର୍ଲଫ୍ରେଣ୍ଡ ଆଲିନା ମାରତୋଭନାଙ୍କ ଉପରେ କଟକଣା ଲଗାଇଛି ଆମେରିକା। ତାଙ୍କ ପାର୍ସପୋଟକୁ ରଦ୍ଦ କରାଯାଇଛି। ୩୯ ବର୍ଷୀୟା ଆଲିନାଙ୍କ ପୁଟିନଙ୍କ ସହ ଘନିଷ୍ଠ ସମ୍ପର୍କ ରହିଛି। ଆଲିନା ରୁଷର ନ୍ୟାସନାଲ ମଡିଆ ଗ୍ରୁପର ମୁଖ୍ୟ ଅଛନ୍ତି।
ପୂର୍ବରୁ ତାଙ୍କୁ ୟୁରୋପୀୟ ୟୁନିୟନ ଓ ଲଣ୍ଡନ ବ୍ଲାକଲିଷ୍ଟ କରିଥିଲା । ପୁଟିନଙ୍କ ଦୁଇ ଝିଅଙ୍କ ଉପରେ ମଧ୍ୟ କଟକଣା ଲାଗୁ କରିଥିଲା ଆମେରିକା। ଏପଟେ ୟୁକ୍ରେନ ରୁଷ ଯୁଦ୍ଧ ତୀବ୍ର ହେବାରେ ଲାଗିଛି। ବିଦେଶୀ ଅସ୍ତ୍ରଶସ୍ତ୍ର ସାହାଯ୍ୟରେ ରୁଷକୁ କଡା ଜବାବ ଦେଉଛି ୟୁକ୍ରେନ । ଖାରକିଭରେ ରୁଷର ଅପରେସନ ବିଫଳ ହୋଇଛି। ଦକ୍ଷିଣ ୟୁକ୍ରେନରେ ୨୦ ରୁଷ ସୈନ୍ୟଙ୍କୁ ମାରିଲେ ୟୁକ୍ରେନ ସୈନ୍ୟ। ଏହା ସହ ରୁଷର ୨ଟି ଟି-୭୨ ଟ୍ୟାଙ୍କ, ହ୍ଵାଇଜରସ୍ ଓ ୪ଟି ମିଲିଟାରୀ ଗାଡ଼ିକୁ ଧ୍ୱଂସ କରିଛି ୟୁକ୍ରେନ।
ରିପୋର୍ଟ ମୁତାବକ, ୩୮ ବର୍ଷୀୟା ଏଲିନା ଦ୍ୱିତୀୟ ଥର ପାଇଁ ଗର୍ଭବତୀ ହୋଇଛନ୍ତି। ହେଲେ ପ୍ରେମିକା ଗର୍ଭବତୀ ଥିବା ଜାଣିବା ପରେ ପୁଟିନ୍ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଆହୁରି ମଧ୍ୟ ବିଜୟ ଦିବସ ପରେଡ ପାଇଁ ପ୍ରସ୍ତୁତ ହେଉଥିବା ପୁଟିନ ଯେତେବେଳେ ଏଲିନାଙ୍କ ଗର୍ଭଧାରଣ ବିଷୟରେ ଜାଣିବାକୁ ପାଇଲେ, ତ ସେ ରାଗି ଯାଇଥିଲେ।
ଭ୍ଲାଦିମିର ପୁଟିନ ଦୀର୍ଘ ଦିନରୁ ୩୮ ବର୍ଷୀୟା ପୂର୍ବତନ ଜିମ୍ନାଷ୍ଟ ଏଲିନା କାବେଭାଙ୍କୁ ଡେଟ କରୁଛନ୍ତି। କହି ରଖୁଛୁ ଯେ ଏଲିନା ଜଣେ ଜିମ୍ନାଷ୍ଟ ଥିଲେ ଏବଂ ଅଲିମ୍ପିକ୍ସରେ ଦୁଇଥର ସ୍ୱର୍ଣ୍ଣ ପଦକ ଜିତିଛନ୍ତି। ଏଥି ସହିତ ସେ ୧୪ଟି ବିଶ୍ୱ ଚାମ୍ପିଅନଶିପ୍ ଏବଂ ୨୫ଟି ୟୁରୋପୀୟ ଚାମ୍ପିଅନଶିପ୍ ଜିତିଛନ୍ତି। କ୍ରୀଡ଼ାରୁ ଅବସର ନେବା ପରେ ଏଲିନା ରାଜନୀତିରେ ଯୋଗ ଦେଇଥିଲେ ଏବଂ ପୁଟିନଙ୍କ ୟୁନାଇଟେଡ୍ ରଷିଆ ପାର୍ଟିରୁ ସାଂସଦ ହୋଇଥିଲେ।
ରିପୋର୍ଟ ମୁତାବକ, ଭ୍ଲାଦିମିର ପୁଟିନ ଓ ଏଲିନା କାବେଭାଙ୍କର ପୂର୍ବରୁ ଦୁଇ ପୁଅ ଅଛନ୍ତି। ଏଲିନା ୨୦୧୫ରେ ପ୍ରଥମ ପୁଅ ଏବଂ ୨୦୧୯ରେ ଦ୍ୱିତୀୟ ପୁଅକୁ ଜନ୍ମ ଦେଇଥିଲେ। ଯଦିଓ ପୁଟିନ କେବେ ବି ନିଜର ଓ ଏଲିନାଙ୍କ ଭିତରେ ଥିବା ସମ୍ପର୍କକୁ ସ୍ୱୀକାର କରି ନାହାନ୍ତି।