ଚୀନ୍‌ ବିରୋଧରେ ଆମେରିକା ନେବ ଅତିରିକ୍ତ କାର୍ଯ୍ୟାନୁଷ୍ଠାନ, ଚୀନ୍‌ କହିଲା ଏଲ୍‌ଏସିରୁ ଅସ୍ଥାୟୀ ନିର୍ମାଣ ଓ ସେନା ପ୍ରତ୍ୟାହାର ଜାରି ରହିଛି

ଓ୍ଵାଶିଂଟନ୍‌ : ଚୀନ୍‌ ଉପରେ ଖୁବ୍‌ ଶୀଘ୍ର ଅତିରିକ୍ତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଆମେରିକା ପକ୍ଷରୁ କୁହାଯାଇଛି । ତେବେ ଆମେରିକା କି ପ୍ରକାର କାର୍ଯ୍ୟାନୁଷ୍ଠାନ ନେବ ଖୋଲା ଖୋଲି କହିନାହିଁ । କରୋନା ଭାଇରସ ମହାମାରୀ ପରେ ହ୍ଵାଇଟ୍‌ ହାଉସ୍‌ ଓ ବେଜିଂ ସମ୍ପର୍କରେ ତିକ୍ତତା ଦେଖା ଦେଇଛି ।

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ କରୋନା ମହାମାରୀ ପରେ ଚୀନ୍‌ ଉପରେ କ୍ଷୁବ୍ଧ ଥିବା ଖୋଲା ଖୋଲି ପ୍ରକାଶ କରିଥିଲେ । ଏହା ପରେ ଚୀନ୍‌ ହଙ୍ଗ୍‌କଙ୍ଗ୍‌ ଉପରେ ଜାତୀୟ ସୂରକ୍ଷା ନିୟମ ଲାଗୁ କରିବା, ଆମେରିକା ସାମ୍ବାଦିକଙ୍କ ଉପରେ ପ୍ରତିବନ୍ଧକ ଲଗାଇବା, ଉଇଗୁର ମୁସଲ୍‌ମାନ୍‌ ଓ ତିବ୍ଦତ୍‌ରେ ସୂରକ୍ଷାକୁ ନେଇ ଆମେରିକା ଏବଂ ଚୀନ୍‌ ମଧ୍ୟରେ ତିକ୍ତତା ବୃଦ୍ଧି ପାଇଛି ।

us-00

ଏପଟେ ଚୀନ୍‌ର ବିସ୍ତାରବାଦୀ ନୀତି ଓ ପଡୋଶୀ ଦେଶ ସହ ଷଡଯନ୍ତ୍ରପୂର୍ଣ୍ଣ କାର୍ଯ୍ୟକଳାପକୁ ନେଇ ବିଶ୍ୱରେ ଚୀନ୍‌ ଏକ ପ୍ରକାର ଏକ ଘରିଆ ହୋଇ ପଡିଛି । ଚୀନ୍‌ ଉପରେ କି କାର୍ଯ୍ୟାନୁଷ୍ଠାନ ନିଆଯିବ ସେ ନେଇ ରାଷ୍ଟ୍ରପତି କିଛି ସ୍ପଷ୍ଟ କରି ନଥିଲେ ମଧ୍ୟ ଅତିରିକ୍ତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଆମେରିକା ପ୍ରେସ୍‌ ସଚିବ ପ୍ରକାଶ କରିଛନ୍ତି ।

ଚୀନ୍‌ ଏଲ୍‌ଏସିରୁ ନିଜର ସେନା ପ୍ରତ୍ୟାହାର ଆରମ୍ଭ କରିଛି ବୋଲି ଗୁରୁବାର ଚୀନ୍‌ କହିଛି । ଏଥି ସହ ହଟ୍‌ ସ୍ପ୍ରିଙ୍ଗ୍‌ ନିକଟରୁ ଚୀନ୍‌ ତା’ର ଅସ୍ଥାୟୀ କ୍ୟାମ୍ପ୍‌ ମଧ୍ୟ ହଟାଇବା ଆରମ୍ଭ କରିଛି ।

ଆନ୍ତର୍ଜାତିକ ଚାପରେ ଚୀନ୍‌ ଏବେ ଏକରକମ ଡରି ଯାଇଥିବା ତା’ର କାର୍ଯ୍ୟକଳାପରୁ ସ୍ପଷ୍ଟ ବାରି ହୋଇ ପଡ଼ୁଛି । ତେବେ ଆମେରିକାର କାର୍ଯ୍ୟାନୁଷ୍ଠାନ ଯୋଜନା ନେଇ ଚୀନ୍‌ ଭୟଭୀତ ଥିବା ଜଣାପଡ଼ିଛି ।

Leave A Reply

Your email address will not be published.